ଜଳବାୟୁ ପରିବର୍ତନର ମୁକାବିଲା ପାଇଁ ଚାରା ରୋପଣ ଅତ୍ୟନ୍ତ ଜରୁରୀ

ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ପକ୍ଷରୁ ବୃକ୍ଷ ରୋପଣ

blank
ପଟ୍ଟାମୁଣ୍ଡାଇ ୨୭/୨ -ଜଳବାୟୁ ପରିବର୍ତନ ଆଜି ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ପ୍ରଦୂଷଣ ଏହାର ମୁଖ୍ୟ କାରଣ। ଏହା ମାନବ ସମାଜ ଓ ସମ୍ପୂର୍ଣ୍ଣ ଜୀବଜଗତ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଛି। ଆମର ଅଦୂରଦର୍ଶିତା କାର୍ଯ୍ୟଧାରା ପୃଥିବୀର ବାୟୁମଣ୍ଡଳ ପ୍ରଦୂଷଣ କରିବା ସହ ତାପମାତ୍ରାରେ ଅସ୍ୱାଭାବିକ ବୃଦ୍ଧି ଘଟାଉଛି। ଜଳବାୟୁ ପରିବର୍ତନର ମୁକାବିଲା ପାଇଁ ଚାରା ରୋପଣ ଅତ୍ୟନ୍ତ ଜରୁରୀ ହୋଇପଡିଥିବା ବେଳେ ବୁଧବାର ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ପକ୍ଷରୁ ବୃକ୍ଷରୋପଣ କରାଯାଇଥିଲା । ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକଙ୍କ ଅଧ୍ୟକ୍ଷତାରେ ଓ ସରକାରି ଓକିଲ ଧୀରେନ୍ଦ୍ରନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଭିନ୍ନ ରକମର ଚାରା ରୋପଣ କରି କହିଥିଲେ ଯେ ଗୋଟିଏ ସବୁଜ ଗଛ ଆମ୍ଭ ମାନଙ୍କୁ ଅମ୍ଳଜାନ ପ୍ରଦାନ କରୁଥିବା ବେଳେ ଜଳୀୟବାଷ୍ପ ଓ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି ତାପମାତ୍ରା ହ୍ରାସ କରିବାରେ ସାହାଯ୍ୟ କରେ। ପ୍ରତ୍ୟକ ଲୋକ ନିଜର ବାରି ବଗିଚାରେ ହେଉ କି ଘରର ଛାତବାଲ୍‌କୋନି କିମ୍ବା ପୋଟିକ ଉପରେ କମରୁ କମ ୩ ଟି ଗଛ ଲଗାଇବା ସହ ୩ ଜଣଙ୍କୁ ୩ଟି ଚାରା ରୋପଣ କରାଇବାକୁ ନିବେଦନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସମୀର ପ୍ରଧାନ, ସୁରେଶ ସାହୁ, ପିଙ୍କନ ସାହୁ, ଗୋବିନ୍ଦ ରାଉତ, ସୁଶାନ୍ତ ସାମନ୍ତରାୟ, ପ୍ରଶାନ୍ତ ଦାସ, ଶାରଦା ପ୍ରସାଦ ପରିଡା, ଏଏସଆଇ କଇସ୍ୱରିକା ରାଉତରାୟ, ରଞ୍ଜନ ମହାରଣା ବୈସ୍ତ୍ନବ ବେହେରା, ଦେବବ୍ରତ ବଳ, ମଳୟ ସିଂହ ସ୍ୱାଗତ ଦାଶ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣରେ ସାହାର୍ଯ୍ୟ କରିଥିଲେ ।

Next Post

ବେଲତଳ ଠାକୁରପାଟଣା ଗ୍ରାମରେ ଭାଗବତ ପାରାୟଣ

Fri Feb 27 , 2026
ପଟ୍ଟାମୁଣ୍ଡାଇ ୨୭/୨-ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ବେଲତଳ ଠାକୁରପାଟଣା ବାସୁଦେବ ମନ୍ଦିର ପ୍ରାଙ୍ଗଣରେ ଶ୍ରୀମଦ ଭାଗବତ ପାରାୟଣ ସପ୍ତା ଗତ ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଶୁଭାଧିବାସ, ଭାଗବତପାରାୟଣ, ବଳିଦାନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଇ ଅବସରରେ ଆୟୋଜିତ ପ୍ରବଚନ କାର୍ଯ୍ୟକ୍ରମରେ ପୁରୀର, ପ୍ରବଚକ ଛନ୍ଦା ଚରଣ ଦାଶ, ଯାଜପୁରର ବାବାଜୀ ବିଜୟ ରାଘବେନ୍ଦ୍ର ଦାଶ, ବେଲତଳର ପଣ୍ଡିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading