
କେନ୍ଦ୍ରାପଡ଼ା,୧୨ା୧୦:କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭୋଟ ଚୋରି ବିରୋଧରେ କଂଗ୍ରେସର ଦସ୍ତଖତ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହା କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନରେ ପ୍ରଥମେ ଶୁଭାରମ୍ଭ ହୋଇଛି। ପ୍ରାକ୍ତନ ବିଧାୟିକା ଡ. ସିପ୍ରା ମଲ୍ଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ପ୍ରଫୁଲ୍ଲ କୁମାର ଦାସ, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦିକା ସଶ୍ମିତା ପଣ୍ଡା, ହରିଶ ପଟ୍ଟନାୟକ, ଭାରତ ଭୂଷଣ ବେହେରା, ହିମାଂଶୁ ନନ୍ଦ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ପୂର୍ବତନ ବିଧାୟିକା ଡ. ମଲ୍ଲିକ କହିଥିଲେ ଯେ ରାହୁଲ ଗାନ୍ଧିଙ୍କ ଆହ୍ୱାନକ୍ରମେ ଦେଶବ୍ୟାପୀ ଭୋଟ ଚୋରି ବିରୋଧରେ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏ ନେଇ ଅଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶରେ ପ୍ରଦେଶ କଂଗ୍ରେସ କମିଟି ଦ୍ୱାରା ଯାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ଏହି କାର୍ଯ୍ୟକ୍ରମ କେନ୍ଦ୍ରାପଡାରେ ଆରମ୍ଭ ହୋଇଛି। ଏହି ବୈପ୍ଳବିକ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତଙ୍କର ସକ୍ରିୟ ସଂପୃକ୍ତିର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏହି ପରିପ୍ରେକ୍ଷୀରେ ଶତାଧିକ କଂଗ୍ରେସ କର୍ମୀ ଓ ଜନସାଧାରଣ ଯୋଗଦେଇ ଅଭିଯୋଗରେ ଦସ୍ତଖତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସେଖ ଆନସ, ସେଖ କାଲା, ଶେଖ ଜଲାଲୁଦ୍ଦିନ, ତରନୁମ ବେଗମ, ସେଖ ଓସ୍ତାଦ, ରଶ୍ମୀରଞ୍ଜନ ଚୈାଧୁରୀ, ଉମେଶ ପାଢୀ, ଶ୍ୟାମସୁନ୍ଦର ମଲିକ, ବିଜୟ କୁମାର ମଲ୍ଲିକ ପ୍ରମୁଖ ଶତାଧିକ ଦଳୀୟ କର୍ମୀ ଓ ତୃଣମୂଳସ୍ତରର ନେତୃବୃନ୍ଦ ଉପସ୍ଥିତ ଥିଲେ। ଏହି ଦସ୍ତଖତ ଅଭିଯାନରେ ପ୍ରତି ବ୍ଲକର ପ୍ରତ୍ୟେକ ପଞ୍ଚାୟତ ଓ ପୈାରାଞ୍ଚଳର ପ୍ରତ୍ୟେକ ୱାର୍ଡକୁ କର୍ମୀମାନେ ଯାଇ ଜନସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
