ଆସୁଛି ଦଳୀୟ ନିର୍ବାଚନ ବିଜେଡି ପକ୍ଷରୁ ସହକାରୀ ନିର୍ବାଚନ ଅଧିକାରୀ ନିଯୁକ୍ତ

blank
କେନ୍ଦ୍ରାପଡ଼ା, ୪ା୩ : ଦଳୀୟ ନିର୍ବାଚନ ନିମନ୍ତେ ବିଜୁ ଜନତାଦଳ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୈାରାଞ୍ଚଳ ପାଇଁ ସହକାରୀ ନିର୍ବାଚନ ଅଧିକାରୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏନେଇ ମଙ୍ଗଳବାର ଗରାପୁରସ୍ଥିତ ଜିଲ୍ଲା ବିଜେଡି ନିର୍ବାଚନ ଅଧିକାରୀ ଆଇନଜୀବୀ ଭୀମସେନ ଭୂୟାଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେଡି ପକ୍ଷରୁ ଆସନ୍ତା ଦଳୀୟ ନିର୍ବାଚନ କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଉପସ୍ଥିତ ବ୍ଲକ ଓ ପୈାରାଞ୍ଚଳର ସହକାରୀ ନିର୍ବାଚନ ଅଧିକାରୀମାନଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଭୂୟାଁ ନିଯୁକ୍ତିପତ୍ର ପ୍ରଦାନ କରିବା ସହିତ ଏସମ୍ପର୍କରେ ବିଷଦ ଭାବେ ବୁଝାଇ ଦେଇଥିଲେ। ବୈଠକରେ ଆଳି ବ୍ଲକର ଏଆରଓ କୃଷ୍ଣଚନ୍ଦ୍ର ପରିଡା, ରାଜକନିକା ବ୍ଲକର ଏଆରଓ ଧିରେନ୍ଦ୍ର କୁମାର ମହାପାତ୍ର, କେନ୍ଦ୍ରାପଡା ବ୍ଲକର ଏଆରଓ ପ୍ରଦୀପ୍ତ କୁମାର ଜେନା, କେନ୍ଦ୍ରାପଡା ପୈାରାଞ୍ଚଳର ଏଆରଓ ରଶ୍ମୀରଞ୍ଜନ ରାଉତ, ଡେରାବିଶ ବ୍ଲକର ଏଆରଓ ଯୋଗାନନ୍ଦ ମହାନ୍ତି, ଗରଦପୁର ବ୍ଲକର ଏଆରଓ ଶୈଳେନ୍ଦ୍ର କୁମାର ମହାନ୍ତି, ରାଜନଗର ବ୍ଲକର ଏଆରଓ ବିଜୟ କୁମାର ନାୟକ, ପଟ୍ଟାମୁଣ୍ଡାଇ ବ୍ଲକର ଏଆରଓ ରଞ୍ଜନ କୁମାର ବିଶ୍ୱାଳ, ପଟ୍ଟାମୁଣ୍ଡାଇ ପୈାରାଞ୍ଚଳର ଏଆରଓ ସୁରେନ୍ଦ୍ର ପ୍ରସାଦ ଗିରି, ମହାକାଳପଡା ବ୍ଲକର ଏଆରଓ ଅମୀୟ ନାୟକ, ମାର୍ଶାଘାଇ ବ୍ଲକର ଏଆରଓ ପ୍ରଫୁଲ୍ଲ ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Next Post

ଗାଁଦାଣ୍ଡରେ ମହିଳାଙ୍କୁ ମାଡ଼ ମାମଲା , ଆକ୍ରମଣର ଶିକାର ମହିଳା ବିରୋଧରେ ମାମଲା

Tue Mar 4 , 2025
କେନ୍ଦ୍ରାପଡା,୪ା୩: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକ ମହିଳାଙ୍କୁ ଗାଁଦାଣ୍ଡରେ ଉଲଗ୍ନ କରି ମାଡ ମାରିବା ଘଟଣାରେ ସଦର ଥାନା ପୋଲିସ ଆକ୍ରମଣର ଶିକାର ମହିଳା ବିରୋଧରେ ମାମଲା ରୁଜୁ କରିବା ଘଟଣା ସାଧାରଣରେ ଆଶ୍ଚର୍ଯ୍ୟଚକିତ କରିଛି। ସେହିପରି ମହିଳା ଜଣକ ପ୍ରଥମେ ଅଭିଯୋଗପତ୍ର ଦେଇଥିବା ବେଳେ ତାଙ୍କ ଅଭିଯୋଗପତ୍ରକୁ ପୋଲିସ ଗୌଣ କରିଦେଇଛି। ଅପରପକ୍ଷରେ ଯେଉଁମାନେ ମହିଳାଙ୍କୁ ଉଲ୍ଲଗ୍ନ କରି ମାଡମାରିଲେ ସେମାନଙ୍କ ଅଭିଯୋଗକୁ ପୋଲିସ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading