କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ୯୦ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

blank
କେନ୍ଦ୍ରାପଡ଼ା,୧ା୪ : କେନ୍ଦ୍ରାପଡାରେ ୯୦ତମ ଜିଲ୍ଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜଜାଙ୍ଗସ୍ଥିତ ପୋଲିସ ରିଜର୍ଭ ପଡିଆରେ ଅନୁଷ୍ଠିତ ପ୍ୟାରେଡରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ କଟାରିଆ ପ୍ରଥମେ ରାଜ୍ୟାପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରାପ୍ତ ବାର୍ତ୍ତାକୁ ପାଠ କରିବା ପରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଏଥିସହିତ ଗତ ୨୦୨୪ମସିହାରେ କେନ୍ଦ୍ରାପଡା ପୋଲିସ ଜିଲ୍ଲାର ଶ୍ରେଷ୍ଠ ପୋଲିସ ସବଇନିସପେକ୍ଟର ସୈାମ୍ୟରଞ୍ଜନ ମହାଳିକ, ଶ୍ରେଷ୍ଠ ଏ.ଏସ.ଆଇ. ଅକ୍ଷୟ କୁମାର ନାୟକ, ଶ୍ରେଷ୍ଠ ହାବିଲଦାର ଜୁଏଲ କଣ୍ଡୁଲାନା, ଶ୍ରେଷ୍ଠ ଓ.ଆର. କନେଷ୍ଟବଳ ବିଶ୍ୱଜିତ ବେଉରା, ଶ୍ରେଷ୍ଠ ଏ.ପି.ଆର. କନେଷ୍ଠବଳ ନିଗମାନନ୍ଦ ନାୟକ ଏବଂ ଶ୍ରେଷ୍ଠ ଟ୍ରାଫିକ କନେଷ୍ଟବଳ ରାଜେଶ କୁମାର ସେଠୀଙ୍କୁ ଆରକ୍ଷୀ ଅଧୀକ୍ଷକ ପୁରସ୍କୃତ କରିଥିଲେ । ରିଜର୍ଭ ଇନସପେକ୍ଟର ପ୍ରଶାନ୍ତ କୁମାର ରଣସିଂହ ଏହି ପ୍ୟାରେଡକୁ ପରିଚାଳନା କରିଥିବାବେଳେ ସବଇନସପେକ୍ଟର ପୋଲିସ(ଆର୍ମଡ)ଅକ୍ଷୟ ଘଡେଇ ଏଥିରେ ତାଙ୍କୁ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ ଓ ସୁଧାକର ସାହୁ, ପଟ୍ଟାମୁଣ୍ଡାଇ ଏସଡିପିଓ କ୍ଷମାସାଗର ପଣ୍ଡା, କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୈାଡ, ଟାଉନ ଥାନା ଅଧିକାରୀ ଦିଲ୍ଲିପ କୁମାର ସାହୁ, ସଦରଥାନା ଅଧିକାରୀ ଶୁଭେନ୍ଦୁ ସାହୁ, ମାର୍ଶାଘାଇ ଥାନା ଅଧିକାରୀ ତପନ ନାୟକ,ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରିଣୀ ବନ୍ଦନା ପାତ୍ର, ନିକିରାଇ ଥାନା ଅଧିକାରିଣୀ ପଦ୍ମାଳୟା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Next Post

କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଜ ଏପ୍ରିଲ୍ ୧୬ରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିବ ବିଜେଡି

Tue Apr 1 , 2025
କେନ୍ଦ୍ରାପଡା,୧ା୪: କେନ୍ଦ୍ରାପଡାର ପ୍ରମୁଖ ପ୍ରସଙ୍ଗ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରତିବାଦରେ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ଆସନ୍ତା ଏପ୍ରିଲ୍ ୧୬ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ପ୍ରେସ୍ ବିବୃତି ଜାରି କରି କହିଛନ୍ତି ଯେ କେନ୍ଦ୍ରାପଡା ପ୍ରତି ଅବହେଳା ଆଦୌ ବରଦାସ୍ତ କରାଯିବ ନାହିଁ । […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading