
ପଟ୍ଟାମୁଣ୍ଡାଇ ୪/୫ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ଚୁନଡିହ ଠାରେ ଥିବା ଏକ ସାନିଟାରୀ ଦୋକାନ ଓ ପଛ ଘରୁ ସୋମବାର ଭୋରୁ ଡକାୟତି ହୋଇଛି। ଡକାୟତ ମାନେ ସମସ୍ତେ ମୁଖା ପିନ୍ଧିଥିବା ବେଳେ ହାତରେ ବନ୍ଧୁକ ଧରିଥିଲେ। ସେମାନେ ଘରର ସମସ୍ତ ଆସାବା ପତ୍ର ଫୋପାଡି ବନ୍ଧୁକ ଦେଖାଇ ସୁନା ରୁପା ଟଙ୍କା ମୋବାଇଲ ଆଦି ଲୁଟି ନେଇଛନ୍ତି । ଏନେଇ ଡକାୟତିର ଶିକାର ହୋଇଥିବା ବ୍ୟବସାୟଙ୍କ ପୁଅ ମୁକେଶ କୁମାର ରାୟ ଥାନାରେ ଅଭିଯୋଗ କରିଛନ୍ତି।
Related
Tue May 5 , 2026
ମହିଳା ସ୍ୱାବଳମ୍ବୀ ହେଲେ ଆର୍ଥିକ ବିକାଶ ହୋଇପାରିବ। ଯାହାକୁ ଦୃଷ୍ଟିରେ ରଖି ସରକାର ମହିଳା-କେନ୍ଦ୍ରିକ ବିକାଶ ଧାରାକୁ ଗୁରୁତ୍ୱ ଦେଇଛନ୍ତି । ଏଥିନେଇ ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି ଏବଂ ସ୍ୱାବଲମ୍ବନଶୀଳତା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ସରକାର ଜୀବିକା ମିଶନ ଓ ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ଯୋଜନା ଆରମ୍ଭ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଉଦ୍ୟୋଗୀ କରିବା କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଇ ବ୍ୟାଙ୍କ […]