ତୁଳସୀକ୍ଷେତ୍ରରେ ଝୁଲଣଯାତ୍ରା ଅନୁଷ୍ଠିତ


କେନ୍ଦ୍ରାପଡ଼ା,୨୨ା୮:କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଝୁଲଣ ଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଆଜି ମନ୍ଦିରରୁ ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ପୂଜାପଣ୍ଡାଙ୍କ ଦ୍ୱାରା ଅଳଙ୍କାର ଆଭୂଷଣରେ ସଜ୍ଜିତ କରାଯାଇ ଝୁଲଣ ଗୃହକୁ ବିଜେ କରାଯାଇଥିଲା। ବିଜେ ପରେ ନାମ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଝୁଲଣଯାତ୍ରା ଦେଖିବାକୁ ଭକ୍ତଙ୍କ ବେଶ୍ ଭିଡ ଜମି ଥିଲା। ଶ୍ରୀଜୀଉଙ୍କ ଏହି ଝୁଲଣଯାତ୍ରା ସାତ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ଭଜନ, ଜଣାଣ ଚମ୍ପୁ, ଗୀତ ଗୋବିନ୍ଦ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ସେବାୟତ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ ସୂଚନା ଦେଇଛନ୍ତି।

Next Post

ଶ୍ରୀ ସିଦ୍ଧବଳଦେବଜୀଉ ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରତିଯୋଗିତା

Sun Aug 23 , 2026
କେନ୍ଦ୍ରାପଡ଼ା,୨୩ା୮:କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଜନ୍ମୋତ୍ସବ ଓ ରସାବଳୀ ଦିବସ ପାଳନ ଉପଲକ୍ଷେ ଶ୍ରୀ ସିଦ୍ଧ ବଳଦେବଜୀଉ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ବିଭିନ୍ନ ସାଂସ୍କୃତିକ ତଥା ଅଧ୍ୟାତ୍ମିକ ପ୍ରତିଯୋଗିତା ଯଥା ନୃତ୍ୟ, ସଂଗୀତ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରଭୃତି ପ୍ରତିଯୋଗିତା ବଳଦେବ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ନିମ୍ନମାଧ୍ୟମିକ, ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ, […]

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata

Subscribe now to keep reading and get access to the full archive.

Continue reading