ତୁଳସୀକ୍ଷେତ୍ରକୁ ୧୦୦ କୋଟି ଟଙ୍କାର ଅନୁଦାନ ଘୋଷଣା , ଉଦ୍ୟମ ଆରମ୍ଭ କରିଥିଲା ବଳଦେବ ସେନା

blank
କେନ୍ଦ୍ରାପଡ଼ା,୧୭ା୧୧:କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିକ୍ରମା ଏବଂ ନବୀକରଣ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଏକଶହ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ବଳଦେବ ସେନା ଗଣମାଧ୍ୟମକୁ ସୂଚନା ଦେଇଛି ଯେ ରାଜ୍ୟ ସରକାର ଏହି ଟଙ୍କା ଦେବା ପଛରେ ବଳଦେବ ସେନାର ଦାବି ରହିଥିଲା। ଦୀର୍ଘଦିନ ହେବ ବଳଦେବ ସେନା ଦାବି କରିଥିଲା ବଳଦେବଜୀଉଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ କରାଯାଉ। ରାଜ୍ୟ ସରକାର ଏହି ଘୋଷଣା କରିଥିବାରୁ ସେନା ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ଏକ ବୈଠକରେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି। ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନଙ୍କ ଘୋଷଣା ଅଗଣିତ ଭକ୍ତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ବଳଦେବ ସେନା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଓ ଆଇନ ମନ୍ତ୍ରୀଙ୍କ ସରକାରୀ ନିବାସରେ ଆଇନ୍ ମନ୍ତ୍ରୀଙ୍କୁ ଭେଟି ମନ୍ଦିର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ, ପରିକ୍ରମା ପ୍ରକଳ୍ପ ଏବଂ ପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲା। ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଏଥିସହିତ ଆଇନ୍ ମନ୍ତ୍ରୀ ମଧ୍ୟ ତୁରନ୍ତ ପଦକ୍ଷେପ ନେଇ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ସେନା ପକ୍ଷରୁ ଦେବୋତ୍ତର ଆୟୁକ୍ତଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହା ସହିତ କେନ୍ଦ୍ରାପଡ଼ା ସାଂସଦ, ମହାକାଳପଡ଼ା ବିଧାୟକ, କେନ୍ଦ୍ରାପଡ଼ା ବିଧାୟକ ଓ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ବହୁବାର ଦାବି ଉପସ୍ଥାପନ କରାଯାଇଥିଲା। ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟରେ ଆରମ୍ଭ ନହେଲେ ଅନଶନ କରିବା ପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମଧ୍ୟ ଚେତାବନୀ ଦିଆଯାଇଥିଲା। ଏହି ପ୍ରକଳ୍ପକୁ ଆଗକୁ ବଢ଼ାଇବାରେ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ମହାକାଳପଡ଼ା ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ରହିଛି। ଆଇନ ମନ୍ତ୍ରୀଙ୍କ ନେତୃତ୍ୱ ଓ ତତ୍ତ୍ୱାବଧାନରେ ଏହି ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଥିବାରୁ ବଳଦେବ ସେନାର ସଦସ୍ୟମାନେ ଆଇନ୍ ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେନାର ସଭାପତି ପୁପୁନ କୁମାର ସ୍ୱାଇଁ, ସଂପାଦକ ଅମର ପ୍ରସାଦ ରାଉତ, ଉପଦେଷ୍ଟା ନିରଞ୍ଜନ ମେକାପ, ଆଶିଷ କୁମାର ପ୍ରଧାନ, ଆଲୋକ କୁମାର ସାହୁ, ବିକାଶ ବେହେରା, ଅନିଲ ସୁତାର, ଚନ୍ଦନ ପ୍ରଧାନ, ଉମାକାନ୍ତ ବେହେରା, ପଦ୍ମଲୋଚନ ସାହୁ, ଶୁଭନାରାୟଣ ପାଣିଙ୍କ ସମେତ ଅନ୍ୟ ସଦସ୍ୟମାନେ ଆଇନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।

Next Post

ବଳଦେବଜୀଉ ମନ୍ଦିର ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବ୍ୟାପି କରାଯିବ : ମନ୍ଦିର ଉନ୍ନତିକରଣ ପାଇଁ ଶହେ କୋଟି ଟଙ୍କା ପ୍ରଦାନ କରାଯିବ

Mon Nov 17 , 2025
ଶ୍ରୀବଳଦେବଜୀଉ ମନ୍ଦିର ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ଆଇନମନ୍ତ୍ରୀ କେନ୍ଦ୍ରାପଡ଼ା,୧୬ା୧୧:କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରର ଐତିହ୍ୟ,ସଂସ୍କୃତି, ପର୍ଯ୍ୟଟନ ଓ ଭକ୍ତଙ୍କ ଭାବାବେଗ ଦୃଷ୍ଟିରୁ ଏକ ସ୍ୱତନ୍ତ୍ରତା ରହିଛି। ମନ୍ଦିରର ପୂଜାବିଧି ଓ ପରମ୍ପରା ମଧ୍ୟ ଅନେକ ଜଗନ୍ନାଥପ୍ରେମୀଙ୍କୁ ଆକୃଷ୍ଟ କରିଥାଏ। ବର୍ତ୍ତମାନ ସମୟରେ ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ରହିଛନ୍ତି। ଶ୍ରୀଜୀଉଙ୍କ ମନ୍ଦିର ଓ ପାରିପାଶ୍ୱର୍ିକ ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଶହେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading