୫୦ ଗ୍ରାମର ବ୍ରାଉନ ସୁଗାର ଜବତ , ଜଣେ ଗିରଫ

blank
ପଟ୍ଟାମୁଣ୍ଡାଇ ୨୪/୯ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ପକ୍ଷରୁ ବୁଧବାର ନିମପୁର ଗ୍ରାମରେ ଚଢ଼ାଉ କରାଯାଇ ୫୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛନ୍ତି। ଏହା ସହ ଘଟଣାରେ ସମ୍ପୃକ୍ତ ନିମପୁର ଗ୍ରାମର ରାଜେଶ ସେଠୀ (୨୫)ଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ। ତାଙ୍କୁ ବୁଧବାର ସଂନ୍ଧ୍ୟାରେ କୋଟ ଚାଲାଣ କରାଯାଇଛି । ଗିରଫ ରାଜେଶର ଜାମିନ ନାମଞ୍ଜୁର ହେବାରୁ ତାକୁ କେନ୍ଦ୍ରାପଡା ଉପକାରାଗାର କାରାଗାରକୁ ପଠାଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ ନିମପୁର ଗ୍ରାମରେ ବ୍ରାଉନସୁଗାର ବେପାର ଚାଲିଥିବା ନେଇ ଅବକାରୀ ବିଭାଗ ସବ ଇସ୍ନପେକ୍ଟର ପ୍ରୀୟଦର୍ଶୀ ମାନଶ ମିଶ୍ର ଖବରପାଇ ଉପରିସ୍ତ ଅଧିକାରିଙ୍କୁ ଜଣାଇଥିଲେ । ପଟ୍ଟାମୁଣ୍ଡାଇ ଅବକାରୀ ଭିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ହିତାଂଶୁ ଶେଖର ମଳିକ, ପଦ୍ମଲୋଚନ ନାୟକ, ଅବକାରୀ ଉପ ନିରିକ୍ଷକ ଛାୟାକାନ୍ତ ମଳିକ, ସୁନିଲ ମିଶ୍ର ଓ କଳ୍ପନା ରାଉତଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ନିମପୁର ଗ୍ରାମର ଏକ ଦୋକାନ ପଛପଟେ ରାଜେଶ ବ୍ୟବସାୟ କରୁଥିବା ବେଳେ ଅଚାନକ ଚଢାଉ କରାଯାଇଥିଲା । ଚଢାଉରେ ତାଙ୍କ ନିକଟରୁ ୫୦ ଗ୍ରାମର ବ୍ରାଉନସୁଗାର ଜବତ କରିଥିଲେ। ତାଙ୍କୁ ବୁଧବାର କେଶ ନଂ ୧୫୯ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ପ୍ରକାଶଥାଉକି ପାର୍ବଣ ଋତୁ ଆସିଥିବା ବେଳ ନିଶା ବେପାରୀମାନେ ବିଭିନ୍ନ ସ୍ଥାନରେ ସକ୍ରିୟ ହୋଇଉଠିଛନ୍ତି । ମାତ୍ର କେନ୍ଦ୍ରାପଡା ଜିଲାପାଳଙ୍କ ନିର୍ଦ୍ଦେଶରେ ଜିଲା ଅବକାରୀ ଅଧୀକ୍ଷକ ବିପ୍ର ମଣ୍ଡଳଙ୍କ ତତ୍ୱାବଧାନରେ ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗର ଏକ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରାୟ ଗୋଟିଏ ମାସ ମଧ୍ୟରେ ପାଖାପାଖି ସବାଶହ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ୪ ଟା ମାମଲାରେ ୫ଜଣ ବ୍ରାଉନ୍‌ସୁଗାର୍ ବେପାରୀ ଗିରଫ କରାଯାଇଛି।

Next Post

ବ୍ରାହ୍ମଣୀ ବ୍ଲକ ଗଠନ ପାଇଁ ଗଣ ସଂଗ୍ରାମ ସମିତିର ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

Wed Sep 24 , 2025
ପଟ୍ଟାମୁଣ୍ଡାଇ ତା ୨୪/୯-କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ଧୋୟାଞ୍ଚଳରେ ନୂତନ ବ୍ରାହ୍ମଣୀ ବ୍ଲକ  ଗଠନ ପାଇଁ ବ୍ରାହ୍ମଣୀ ବ୍ଲକ ଗଣ ସଂଗ୍ରାମ ସମିତି ପକ୍ଷରୁ ଆବାହକ ଅଭିମନ୍ୟୁ ମଲ୍ଲିକଙ୍କ ନେତୃତ୍ୱରେ ଡ଼ ଚକ୍ରଧର ଦାଶ, ଅଶୋକ ମଲ୍ଲିକ, ଦିଲ୍ଲୀପ ବିଶ୍ୱାଳ, ଧନେଶ୍ୱର ପ୍ରଧାନ, ରଜତ ବାରିକ, ପ୍ରସନ୍ନ ପାଢ଼ୀ, ଆଦିକନ୍ଦ ଦାସ, ଅରୋଶିଷ ରାଉତ, ସତ୍ୟ ସୁନ୍ଦର ରାୟ ପ୍ରମୁଖ ରାଜ୍ୟ ପଂଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କୁ ଭୁବନେଶ୍ୱର ସ୍ଥିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading