- ତୃଟିପୂର୍ଣ୍ଣ ଜଳପରିଚାଳନ ଯୋଗୁଁ କୃଷିକାର୍ଯ୍ୟ ବାଧା
- ମୌଳିକ ସୁବିଧାରୁ ବଂଚିତ ସାଧାରଣ ଲୋକେ

ପଟ୍ଟାମୁଣ୍ଡାଇ 7/3 -କେନ୍ଦ୍ର ସରକାର ୨୦୪୭ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସଂକଳ୍ପ ନେଇଛନ୍ତି । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଗାଁରୁ ସହରରେ ଆର୍ôଥକ ବିକାଶ କରି ବୃହତମ ଅର୍ଥନୀତିରେ ପରିଣତ କରିବା. ଭିତିଭୂମି-ଉନ୍ନତ ସଡ଼କ, ରେଳ, ଏବଂ ବିମାନବନ୍ଦର ନିର୍ମାଣ, ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ କୌଶଳ ବିକାଶ. ସମସ୍ତଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା, ପ୍ରଯୁକ୍ତିବିଦ୍ୟା-ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ମଜବୁତ କରିବା, ନୂତନ ଗବେଷଣା, ସାମାଜିକ ବିକାଶ ଏବଂ ସୁଶାସନ କ୍ଷେତ୍ରରେ ଆଧୁନିକତା ଏବଂ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଦ୍ରୁତ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛିି । ତେବେ କେନ୍ଦ୍ରାପଡା ଜିଲାର କେତେକ ବୁଦ୍ଧିଜୀବୀ ଏହାର ବାସ୍ତବ ରୂପାୟନକୁ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି । ବିକଶିତ ଭାରତର ସ୍ୱପ୍ନ ଦେଖାଯାଉଥିବା ବେଳେ କେନ୍ଦ୍ରାପଡା ସମେତ ରାଜ୍ୟର ଏକାଧିକ ଜିଲାରେ ସାଧାରଣ ଲୋକଙ୍କ ପାଇଁ ମୌଳିକ ସୁବିଧା ଯୋଗାଇବାରେ ଥିବା ଅସୁବିଧାକୁ ଇଙ୍ଗିତ କରୁଛି । ଯୁବପିଢୀ ଆତ୍ମନିର୍ଭରଶୀଳତା ପାଇଁ ବିଦେଶରେ ଦାଦନ ଖଟୁଛନ୍ତି । ତୃଟିପୂର୍ଣ୍ଣ ଜଳପରିଚାଳନ ଯୋଗୁଁ କୃଷିକାର୍ଯ୍ୟରୁ ଲୋକେ ମୁହଁ ଫେରାଇ ପେଟପାଟଣା ପାଇଁ ଦାଦନ ଯାଉଛନ୍ତି । ମାତ୍ର ସରକାର ଖଣି, ପାଣି ପାହାଡ, ପର୍ବତ ଗଛଲତା ନଷ୍ଠକରି ଙ୍କକ୍ରୀଟ ଜଙ୍ଗଲ କରିଚାଲିଛନ୍ତି । ଯାହା ପରିବେଶ ଜଳବାୟୁ ପରିବର୍ତନ ହେଉଥିବା ବେଳେ ଆଗାମି ପଢୀପାଇଁ ବିପଦ ସୃଷ୍ଠି କରିବ ବୋଲି ଆଶଙ୍ଖା ପ୍ରକାଶ ପାଇଛି । ସରକାରଙ୍କ ବିକଶିତ ଭାରତ ଆହ୍ୱାନ କେବଳ ରାଜନୈତିକ ଏଜେଣ୍ଡା ବୋଲି ଅଭିହିତ କରୁଥିବା ବେଳେ ଏକ “ପ୍ରହସନ” ବୋଲି ସଚେତନ ନାଗରିକ ମତ ଦେଇଛନ୍ତି।
ଜଳବାୟୁ ପରିବର୍ତନ ଯୋଗୁଁ ଚାଷକାମ ପ୍ରଭାବିତ -ବୂର୍ବତନ ବିଧାୟୀକା ସିପ୍ରା ମଲ୍ଲିକ

ଭାରତରେ ଜଳବାୟୁ ପରିବର୍ତନ, ବାୟୁମଣ୍ଡଳ ଦୂଷିତ, ଭେଜାଲ ଖାଦ୍ୟରୁ ଜୀବନଶୈଳୀ ଜନିତ ରୋଗରେ ମାନବସମାଜ ସମ୍ମୁଖୀନ ହେଉଛନ୍ତି । ଜଳବାୟୁ ପରିବର୍ତନ ଯୋଗୁଁ ଚାଷକାମ ପ୍ରଭାବିତ ହେଉଛି । ପ୍ରାକୃତିକ ଦୁର୍ବିପାକ ବଢ଼ୁଛି, ଯାହା ଗ୍ରାମୀଣ ଅର୍ଥନୀତିକୁ ପ୍ରଭାବିତ କରୁଛି। ଫଳରେ ଚାଷୀ ଚାଷ କାମରୁ ମୁହଁ ଫେରାଉଥିବା ବେଳେ ଯୁବପିଢ଼ି ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି।ଯାହା ଆଗକୁ ଭୟଙ୍କର ରୁପନେଇ ଦେଶର ଅର୍ଥନୀତି ହାନି କରିବା ସହ ଜିଡିପି, ଏନଡିପି, ଏନଏନପିରେ ଗମ୍ଭିର ପ୍ରଭାବ ପଡିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ଶିକ୍ଷା ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧାରୁ ବଂଚିତ ଲୋକେ -ଶିକ୍ଷାବିତ ପ୍ରଫୁଲ୍ଲ ଦାଶ

ଆଜି ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଭଳି ମୌଳିକ ଆବଶ୍ୟକତା ସାଧାରଣ ଲୋକଙ୍କ ହାତଛଡ଼ା ହେବାରେ ଲାଗିଛି । ପରିସ୍ଥିତି ଏପରି ଯେ ସାଧାରଣ ଲୋକ ଏହି ଦୁଇଟି ଅତ୍ୟାବଶ୍ୟକୀୟ ସେବାର ଖର୍ଚ୍ଚ ଭରଣା କରିବା ପାଇଁ ନିଜର ଘର ଏବଂ ସମ୍ପତି ବିକି ଦେଉଛନ୍ତି। ଭଲ ଶିକ୍ଷା ଏବଂ ଉତମ ସ୍ୱାସ୍ଥ୍ୟ ସେବା ସାଧାରଣ ଲୋକେ ଇଚ୍ଛା କରିବା ସ୍ୱାଭାବିକ, କିନ୍ତୁ ଦୁର୍ଭାଗ୍ୟବଶତଃ, ଏହି ସୁବିଧାଗୁଡ଼ିକ ବର୍ତମାନ ସାଧାରଣ ଲୋକଙ୍କ ପାଖରେ ଅପହଂଚ । ହେଲେ ଶାସକ ଶ୍ରେଣୀ ସେଥି ପ୍ରତି ଧ୍ୟାନ ନଦେଇ ଖାଲି ବିକଶିତ ଭାରତ ସ୍ୱପ୍ନ ଦେଖାଇ କ୍ଷମତା ଧରିରଖିବା ପାଇଁ ପ୍ରଚେଷ୍ଠା ଜାରିରଖିଛନ୍ତି ।
ଦାରିଦ୍ର୍ୟ ଦୂର ଅର୍ଥ ନୁହେଁ ଖାଲି ଦି ଓଳି ଖାଇବା-ସାମାଜିକକର୍ମୀ ପ୍ରବୀର ନାୟକ

ସାମାଜିକ ସମସ୍ୟା ଆହୁରି ଭୟଙ୍କର। କୋଟି କୋଟି ଯୁବତୀଯୁବକ ବେକାର। ନିଯୁକ୍ତ ଆଜି ଅପହଂଚ। କ୍ଷମତା, ପ୍ରଚୁର ଅର୍ଥ ନ ଥିଲେ କେହି ପଚାରିବେ ନାହିଁ। ଦାରିଦ୍ର୍ୟ ଦୂର ଅର୍ଥ ନୁହେଁ ଖାଲି ଦି ଓଳି ଖାଇବା । ମାତ୍ର ସରକାରୀ ଭାବେ ବିକାଶ ହେଉଛି । ଯଦି ଏତେ ବିକାଶ ହେଉଛି, ତେବେ ୮୦ କୋଟି ଲୋକଙ୍କୁ କାହିଁକି ଖାଦ୍ୟ ସହାୟତା ଯୋଗାଇବାକୁ ପଡୁଛି ବୋଲି ପ୍ରଶ୍ନ ଉଠୁଛି । ଲୋକଙ୍କ ଅଭାବ, ଅନଟନ ସମସ୍ୟା ଉପରେ ସରକାର ଆଲୋଚନା କରିବା ଉଚିତ । ଭବିଷ୍ୟତ ପିଢ଼ିଙ୍କ କଥା ଶାସକ ଶ୍ରେଣୀ ଭୁଲିଯିବା ଅନୁଚିତ।
କେନ୍ଦ୍ରାପଡାରେ ଭୂପୃଷ୍ଠର ଜଳସ୍ତର ଲବଣାକ୍ତ – ପରିବେଶବିତ ବିଦୁଭୁଷଣ ମହାପାତ୍ର

କେନ୍ଦ୍ରାପଡା ଜିଲାରେ ଭୂପୃଷ୍ଠର ଜଳପତନ ବହୁମାତ୍ରାରେ ହ୍ରାସ ପାଇ ଭୟଙ୍କର ସମସ୍ୟା ସୃଷ୍ଟି କରିବାକୁ ଯାଉଛି। ଜଳାଶୟ ଦଖଲ ଓ ସଂକୁଚିତ ହେବା ଯୋଗୁଁ ଭୂତଳ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି । ପାନୀୟ ଜଳ ସଙ୍କଟ ସୃଷ୍ଟି ହେଉଛି। ଆଦ୍ରଭୂମି ଉପରେ ଜବରଦଖଲ, ସହରୀକରଣ କରଣରୁ ବର୍ଷାଜଳ ଭୂତଳକୁ ଯାଇପାରୁ ନାହିଁ । ଯାହା ଫଳରେ ଭୂତଳ ଜଳସ୍ତର ଲବଣାକ୍ତ ହେବା ସହ ୟୁରାନିୟମ ଓ ନାଇଟ୍ରେଟ ଭଳି କ୍ଷତିକାରକ ଉପାଦାନ ବୃଦ୍ଧି ପାଉଛି । ଯାହା ପରିବେଶ ପାଇଁ ବିପଦ ସୃଷ୍ଟି କରିବାକୁ ବସିଛି ।
