
କେନ୍ଦ୍ରାପଡା ୭ା୨- ଆଜିର ସମାଜରେ କିଏ ଜନ୍ମଦିନ ଉପଲକ୍ଷେ କେକ୍ କଟୁଛିତ କିଏ ରକ୍ତଦାନ କରୁଛି ଆଉ କିଏ ନିଜ ସାଙ୍ଗ ସାଥି ଧରି ମଦ ମାଂସ ଆସର ବେଶ ଧୁମ ଧାମରେ ମଜା ମସ୍ତି କରି ପାଳନ କରୁଛନ୍ତି, ହିନ୍ଦୁ ସମାଜ ପାଇଁ ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ରାପଡ଼ାର ଚର୍ଚ୍ଚିତ ଚେହେରା ଯୁବ ସମାଜ ସେବୀ ଓ ଶିକ୍ଷାବିତ୍ ରଞ୍ଜନ ବେହେରା ନିଆରା ଢଙ୍ଗରେ ନିଜ ପରିବାର ସହିତ ଧରି ମାନସିକ ଅନ୍ଧ ମୁକ ବଧିର ଅନୁଷ୍ଠାନରେ ପହଂଚି ନିଜ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରି ଜିଲ୍ଲା ବାସୀ ଙ୍କ ପାଖରେ ପ୍ରଶଂସାର ପାତ୍ର ହେଇଛନ୍ତି। କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପଳସିଂହା ନିବାସୀ ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ରଞ୍ଜନ ବେହେରାଙ୍କ ପବିତ୍ର ଜନ୍ମ ଦିବସ ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନର ଛାତ୍ରଛାତ୍ରୀଙ୍କ ଗହଣରେ ପାଳନ କରିଛନ୍ତି। ଶ୍ରୀ ବେହେରା ପ୍ରଥମେ କେନ୍ଦ୍ରାପଡ଼ାର ତୁଳସୀ କ୍ଷେତ୍ର ଆରାଧ୍ୟ୍ୟ ଦେବତା ବଳଦେବଜୀଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହିତ ସମାଜ ପାଇଁ ଭଲ କାମ କରିବା ଏବଂ ସାଢେ ଚାରି କୋଟି ଜନତା ଙ୍କ ସୁଖ ଦୁଃଖ ରେ ଠିଆ ହବା ସହ ହସହାୟ ଲୋକଙ୍କ ସେବା କରିବା ତାଙ୍କର ଲକ୍ଷ୍ୟ ପ୍ରତି ବର୍ଷ ନିଜ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିବେ ବୋଲି କହିଛନ୍ତି। ଦେବକୀ ମା ଅନୁରାଧା ଦାସ, ବାପା ଡ. ଚିନ୍ମୟ ଦାସଙ୍କ ସହିତ ତୁଳସୀ କ୍ଷେତ୍ରରୁ ବାହାରି ସିଧା କଜଳା ଥିବା ମାନସିକ ଅନ୍ଧ, ମୁଖ, ବଧିର ବିଦ୍ୟାଳୟକୁ ରହୁଥିବା ଛାତ୍ରଛାତ୍ରୀଙ୍କ ଗ୍ରହଣ ରେ ରହି ତାଙ୍କ ସହ ଖୁସି ବାଣ୍ଟିବା ସହିତ ସୁସ୍ୱାଦୁ ଖାଦ୍ୟ ପରିବେଷଣ କରିଛନ୍ତି। ସେହିପରି ଯୁବ ସମାଜକୁ ବାର୍ତ୍ତା ଦେଇଛନ୍ତି ନିଜ ଜନ୍ମଦିନରେ କେକ୍ ଓ ମଦ ମାଂସ ଆସର ନ କରି ସେହି ଦିନ ସମାଜର ମୁଖ୍ୟସ୍ରୋତରୁ ଦୁରେଇ ରହୁଥିବା ଏହି ପିଲାମାନଙ୍କ ସହ ହସ ଖୁସିରେ ଜନ୍ମଦିନ ପାଳନ କରନ୍ତୁ। ଶ୍ରୀ ବେହେରାଙ୍କୁ ତାଙ୍କ ଜନ୍ମଦିନରେ ଉପଲକ୍ଷେ ଆଜି ବହୁ ଯୁବ ପିଡି, ସାମାଜିକ କର୍ମୀ ଭେଟି ଶୁଭେଚ୍ଛା ଜଣେଇବା ସହିତ ଅନୁଷ୍ଠାନର ପରିଚାଳକ ସ୍ୱପ୍ନାଶୁ କୁମାର ଦାସ ସମସ୍ତ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ ।
