ସୁଭଦ୍ରା ଶକ୍ତିମେଳାର ଦ୍ୱିତୀୟ ସନ୍ଧ୍ୟା

blank
କେନ୍ଦ୍ରାପଡ଼ା,୨୬ା୩:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାର ଦ୍ୱିତୀୟ ସନ୍ଧ୍ୟାରେ ସଙ୍ଗୀତ ଓ ହାସ୍ୟରସ ରଙ୍ଗିନ ଆସରରେ ମୁଗ୍ଧମୟ ହୋଇଯାଇଥିଲା। ବିପୁଳ ସଂଖ୍ୟକ ଦର୍ଶକଙ୍କ ଉପସ୍ଥିତିରେ ସାରା ପରିବେଶ ଉତ୍ସବମୂଖର ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ମାର୍ଶାଘାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଧୁସ୍ମିତା ସାମଲ, କେନ୍ଦ୍ରାପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ସେଠୀ, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ସୁଷମା ମହାନ୍ତି ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ଯୋଗଦେଇଥିଲେ। ଏହାସହିତ ଲକ୍ଷପତି ଦିଦି ରେସ୍ମା ବେଗମ ଏବଂ ସମ୍ପତ ପରିଡା ତାଙ୍କର ଅଭିଜ୍ଞତା କହିଥିଲେ। ସମସ୍ତ ଅତିଥିମାନେ ମେଳାର ସଫଳ ଆୟୋଜନ ପାଇଁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମର ଉଦଘାଟନ ପରେ ଓଡିଶାର ସୁନାମଧନ୍ୟ ଗାୟିକା ଇରା ମହାନ୍ତି ତାଙ୍କର ସୁମଧୁର କଣ୍ଠରେ ଗୀତ ପରିବେଷଣ କରି ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ। “ରାଖୀ ବାନ୍ଧିଲି ରଖିବ ମାନ” ପରି ଲୋକପ୍ରିୟ ଗୀତରୁ ଆରମ୍ଭ କରି ଅନେକ ସୁନ୍ଦରଗୀତ ଦ୍ୱାରା ସେ ଦର୍ଶକମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ। ଏହାପରେ ଓଡିଶାର ପ୍ରଖ୍ୟାତ କମେଡିୟାନ ପ୍ରଜ୍ଞା ତାଙ୍କର ରସାଳିଆ କମେଡି ପ୍ରଦର୍ଶନ ମାଧ୍ୟମରେ ଦର୍ଶକମାନଙ୍କୁ ହସିହସି ଲଟି ପଡ଼ିବାକୁ ବାଧ୍ୟ କରିଥିଲେ। ତାଙ୍କର ପ୍ରତ୍ୟେକ ପ୍ରସ୍ତୁତି ଦର୍ଶକଙ୍କ ମନରେ ଅପାର ଆନନ୍ଦ ଭରିଦେଇଥିଲା। ସମଗ୍ର କାର୍ଯ୍ୟକ୍ରମ ଦର୍ଶକଙ୍କ ଭରପୁର ସ୍ୱାଗତ ଓ ଉତ୍ସାହମୟ ସହଭାଗିତାରେ ସଫଳ ଭାବେ ସମ୍ପନ୍ନ ହୋଇଥିଲା।

Next Post

ଜାତୀୟ ତମାଖୁ ନିୟନ୍ତ୍ରଣ ପ୍ରଶିକ୍ଷଣ ଶିବିର

Thu Mar 26 , 2026
କେନ୍ଦ୍ରାପଡ଼ା,୨୬ା୩:ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରାପଡ଼ା ପୁରୁଣା ମେଡିକାଲ ସ୍ଥିତ ସମ୍ମିଳନୀ କକ୍ଷଠାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧିନରେ ଆଇନ ଅନୁପାଳନ ସମ୍ପର୍କିତ ଏକଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆଜି ଆୟୋଜିତ ହୋଇଯାଇଛି। ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ହେଉଛି କୋଟପା-୨୦୦୩ (ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଆଇନ) କାର୍ଯ୍ୟକାରୀ ଅନୁପାଳନକୁ ସୁଦୃଢ଼ କରିବା ସହିତ ସାର୍ବଜନିକ ସ୍ଥାନରେ ତମାଖୁ ବ୍ୟବହାରକୁ ନିୟନ୍ତ୍ରଣ କରିବା। ପୋଲିସ ବିଭାଗ, ସ୍ୱାସ୍ଥ୍ୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading