କେନ୍ଦ୍ରାପଡାରେ ବିଶାଳ ହିନ୍ଦୁ ସମ୍ମିଳନୀ

blank
କେନ୍ଦ୍ରାପଡ଼ା,୨୯ା୧:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତ ବାର୍ଷିକ ଅବସରରେ କେନ୍ଦ୍ରାପଡ଼ାର ନିଳିକଣା ସ୍ଥିତ ଚେମା ଦାସ ମଠ ପଡିଆରେ ତିନି ଦିନ ଧରି ସମଗ୍ର ହିନ୍ଦୁ ସମାଜ ଦ୍ୱାରା ଏକ ଭବ୍ୟ ହିନ୍ଦୁ ସମ୍ମିଳନୀ ଓ ଭାରତ ମାତାଙ୍କ ପୂଜାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରମ ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜାଜୀଙ୍କ କରକମଳରେ ସୋମବାର ଉଦ୍ଘାଟନ ହୋଇ ବୁଧବାର ଅଖିଳ ଭାରତ ଧର୍ମ ଜାଗରଣ କ୍ଷେତ୍ର ପ୍ରମୁଖ ବିନୟ କୁମାର ଭୂୟାଁଙ୍କ ଦ୍ୱାରା ସମାରୋପ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ତଥା ଓଡ଼ିଶା ପ୍ରାନ୍ତର ମହାନ ସାଧୁସନ୍ଥମାନଙ୍କ ସମେତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବହୁ ବରିଷ୍ଠ ନେତୃମଣ୍ଡଳୀ ମୁଖ୍ୟଅତିଥି ଓ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଶତବାର୍ଷିକ ଅବସରରେ ସମ୍ମିଳନୀରେ ଉପସ୍ଥିତ ଥିବା ଶତାଧିକ ଜନ ସମାବେଶକୁ ନିଜର ଦିବ୍ୟ ବାଣୀ ପ୍ରଦାନ କରିଥିଲେ। ଏଥିସହିତ ଭାରତ ରାଷ୍ଟ୍ର ତଥା ହିନ୍ଦୁ ସମାଜର ଅଭ୍ୟୁଥାନ ନିମିତ୍ତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପଞ୍ଚ ପରିବର୍ତ୍ତନ ସାମାଜିକ ସମରସତା, ପରିବାର ପ୍ରବୋଧନ, ପର୍ଯ୍ୟାବରଣ, ସ୍ୱଭାବ ଓ ନାଗରିକ କର୍ତ୍ତବ୍ୟକୁ ନିଶ୍ଚିନ୍ତ ଅନୁପାଳନ କରିବାର ଆବଶ୍ୟକତା ରହିଛି ବୋଲି ବକ୍ତବ୍ୟରେ ଦୃଢୋକ୍ତି ପ୍ରକାଶ କରି ସ୍ୱାଧୀନତା ସଂଗ୍ରାମୀ, ବରିଷ୍ଠ ନାଗରିକ, ରାଷ୍ଟ୍ର ସେବକ, ଗୋମାତା ସେବକ, ପରିବେଶବିତ୍ ଓ ହିନ୍ଦୁ ସମାଜରେ ସୁରକ୍ଷା ନିମିତ୍ତ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଥିବା ବ୍ୟକ୍ତିତ୍ୱ ମାନଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମିଳନୀରେ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା ସମଗ୍ର ହିନ୍ଦୁ ସମାଜ ଦ୍ୱାରା ନିର୍ମିତ ହୋଇଥିବା ଭାରତ ମାତାଙ୍କ ମୁଣ୍ମୟୀ ପ୍ରତିମୂର୍ତ୍ତି, ଦେଶ ପ୍ରେମ ବିଷୟ ବସ୍ତୁ ଆଧାରିତ କେଳିକୁଞ୍ଜ ଓ ବାଲୁକା ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶତ ବାର୍ଷିକ ବାର୍ତ୍ତା । ଦୈନିକ ଶତାଧିକ ଲୋକ ସାମୁହିକ ଭାବେ ଘଣ୍ଟିଘଣ୍ଟ, ଖୋଳମୃଦଙ୍ଗ, ହରିବୋଲ ହୁଳହୁଳି ମାଧ୍ୟମରେ ଭାରତ ମାତାଙ୍କ ଦିବ୍ୟ ଆରତୀ କରି ପୁଷ୍ପାଞ୍ଜଳି ଅର୍ପଣ କରିବା ସହିତ ରାଷ୍ଟ୍ର ଭକ୍ତିରେ ଭାବବିହୋଳ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ନିର୍ମାଣ କରି ବିଶ୍ୱ ବିଜୟୀ ସ୍ୱାମୀ ବିବେକାନନ୍ଦଙ୍କ ସ୍ୱପ୍ନକୁ ସାକାର କରିଥିଲେ ଏବଂ ସର୍ବଶେଷରେ ସାମୁହିକ ପ୍ରସାଦ ସେବନ କରି ମା’ ଭାରତୀଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଏଥିସହିତ ଅଗ୍ରଣୀ ନୃତ୍ୟାନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ଦେଶ ଭକ୍ତି ତଥା ହିନ୍ଦୁ ସମାଜର ସୁରକ୍ଷା ଆଧାରିତ କଳା ପ୍ରଦର୍ଶନ ଉପସ୍ଥିତ ଥିବା ଜନସମାଗମର ହୃଦୟ ସ୍ପର୍ଶୀ ହେବା ସହିତ ସଚେତନତା ସୃଷ୍ଟି କରାଇଥିଲା। ଏହି ସମ୍ମିଳନୀରେ ଉପସ୍ଥିତ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ ମହାରାଜ, ପ୍ରାନ୍ତ ଧର୍ମ ଜାଗରଣ ମାର୍ଗ ଦର୍ଶକ ମଣ୍ଡଳୀ ସଦସ୍ୟ ତ୍ରୈଲୋକ୍ୟଶ୍ୱର ଭାରତୀ ମହାରାଜ, ସ୍ୱାଧୀ ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ସିଦ୍ଧ ଗିରି ଆଶ୍ରମର ମହନ୍ତ ବିଶ୍ୱନାଥ ଦାସ ମହାରାଜ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରାନ୍ତ ସମ୍ପର୍କ ପ୍ରମୁଖ ସର୍ବେଶ୍ୱର ବେହେରା, ପ୍ରାନ୍ତ ଧର୍ମ ଜାଗରଣ ପ୍ରମୁଖ ଆଲୋକ କୁମାର ଖଟୁଆ, ରାମ ଚରିତ ମାନସ ବିଷାରଦ ହୃଷୀକେଶ ରଥ, ଜଗନ୍ନାଥ ସଂସ୍କୃତି ଗବେଷକ ସରଣାରବିନ୍ଦ ଓଝା, ପ୍ରବଚିକା କଳ୍ପନା ତ୍ରିପାଠୀ, ପ୍ରାନ୍ତ ଧର୍ମ ଜାଗରଣ ସହ ସଂସ୍କୃତି ପ୍ରମୁଖ ଶରତ ମହାପାତ୍ର, କେନ୍ଦ୍ରାପଡ଼ା ଜିଲ୍ଲା ସହ ସଂଘ ଚାଳକ ସଞ୍ଜୟ କୁମାର ପତ୍ରୀ, ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ଦାସ, ଜିଲ୍ଲା ପ୍ରଚାରକ ପ୍ରସଞ୍ଜିତ୍ ଦାସ, ପାତଞ୍ଜଳୀ ଯୋଗ ସମିତିର ଯୋଗପ୍ରଶିକ୍ଷକ ବିଭୁତିଭୂଷଣ ଦାସ ପ୍ରମୁଖ ଥିଲେ। ଏହି କାର୍ଯ୍ୟକ୍ରମର ଉଦଯାପନୀ ସଭାରେ ଉପସ୍ଥିତ ଅତିଥିବୃନ୍ଦ ସମଗ୍ର ହିନ୍ଦୁ ସମାଜର ସଭାପତି ପ୍ରସନ୍ନ ହୋତା, ଉପ ସଭାପତି ଖଗେଶ୍ୱର ଲେଙ୍କା, କୋଷାଧ୍ୟକ୍ଷ ଶଶାଙ୍କ କୁମାର ଜେନାଙ୍କ ସମେତ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ଏହି କାର୍ଯ୍ୟକ୍ରମର ସମାରୋପ କରାଯାଇଥିଲା।

Next Post

ମେଗା ପାନୀୟଜଳ ପ୍ରକଳ୍ପ ନେଇ ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ସ୍ୱତନ୍ତ୍ର ଅଧିବେଶନ

Sat Jan 31 , 2026
ପଟ୍ଟାମୁଣ୍ଡାଇ ତା ୩୧/୧-ଆଗାମୀ ଗ୍ରୀଷ୍ମ ଋତୁରେ ପାନୀୟଜଳର ଜରୁରୀ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟର ସ୍ଥିତି ଅଗ୍ରଗତି ସମ୍ପର୍କ ରେ ସ୍ୱତନ୍ତ୍ର ସମୀକ୍ଷା ପାଇଁ ଆଜି ପଟାମୁଣ୍ଡାଇ ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ସ୍ୱତନ୍ତ୍ର ଅଧିବେଶନ ଆହ୍ୱାନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading