ଠିକାଦାର ଆରଡି ଡିଭିଜନ ମଧୁଚନ୍ଦ୍ରିକା , ନିମ୍ନମାନର ରାସ୍ତାକାମ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

blank
କେନ୍ଦ୍ରାପଡ଼ା,୪ା୨:କେନ୍ଦ୍ରାପଡା ବ୍ଲକ ଅଧିନ ପୁରୁଷୋତ୍ତମପୁର ପଞ୍ଚାୟତର ଏରା ଠାରୁ ନରେନ୍ଦ୍ରପୁର ଭାୟା କହ୍ନେଇପୁର ରାସ୍ତା ନିର୍ମାଣ କାର୍ଯ୍ୟରେ ଠିକାଦାର ଓ ଆରଡି ଡିଭିଜନର ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହୋଇ ସମସ୍ତ ନୀତିନିୟମକୁ ଦଳିମକଚି ଦିଆଯାଇଛି। ଏନେଇ ଜିଲ୍ଲାପାଳଙ୍କ ନିକଟରେ ପୁରୁଷୋତ୍ତମପୁର ଗ୍ରାମର ବଳରାମ ବେହେରାଙ୍କ ସମେତ କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଉଲ୍ଲେଖ ରହିଛି ଯେ ପ୍ରକଳ୍ପର ଅଟ୍ଟକଳ ଅନୁଯାୟୀ ଠିକାଦାର କାମ କରୁନାହାନ୍ତି। ରାସ୍ତାର ଯେଉଁସ୍ଥାନରେ ସ୍ଲୋପିଂ ରହିଥିଲା ତାହାକୁ କାଟି ଦିଆଯାଇ ସେହି ମାଟିକୁ ରାସ୍ତା ନିର୍ମାଣରେ ବ୍ୟବହାର କରାଯାଇଛି। ଏହାଦ୍ୱାରା ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖୁବ ଶୀଘ୍ର ରାସ୍ତାଟି ଭୁଷୁଡି ପଡିବାର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। ଏତଦ୍‌ବ୍ୟତିତ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଥିଲେ ମଧ୍ୟ ପ୍ରକଳ୍ପ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଥିବା ସୂଚନା ଫଳକ ଏପର୍ଯ୍ୟନ୍ତ ସେଠାରେ ଲଗାଯାଇନାହିଁ। ତେଣୁ ଏହାର ବିଧିବଦ୍ଧ ତଦନ୍ତ କରାଯାଇ ସଂପୃକ୍ତ ଠିକାଦାର ଓ ଆରଡି ଡିଭିଜନର ଯନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଶ୍ରୀ ବେହେରାଙ୍କ ସମେତ ଅନ୍ୟଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

Next Post

ଶୃଙ୍ଖଳା, ସମର୍ପଣ ଓ ପ୍ରତିବଦ୍ଧତା ସଫଳତାର ଚାବିକାଠି

Wed Feb 4 , 2026
ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ବାର୍ଷିକ ଉତ୍ସବ   ପଟ୍ଟାମୁଣ୍ଡାଇ ତା ୪/୨- ସାମ୍ପ୍ରତିକ ସମୟରେ ଛାତ୍ରୀମାନେ ଶୃଙ୍ଖଳିତ ହୋଇ ସମର୍ପଣ ଭାବ ନେଇ ଶିକ୍ଷା ପ୍ରତି ପ୍ରତିବଦ୍ଧ ହେଲେ ଜୀବନ ସବୁ କ୍ଷେତ୍ରରେ ସଫଳ ହେବା ସହିତ ନିଜର ସ୍ବପ୍ନ ସାକାର କରିପାରିବେ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ ବାର୍ଷିକ ଉତ୍ସବର ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading