ଆଜିର ପ୍ରତିଯୋଗିତାମୂଳକ ଡିଜିଟାଲ୍ ଦୁନିଆରେ ଗୁଣାତ୍ମକ ଶିକ୍ଷାର ଉପଲବ୍ଧତା ଅତ୍ୟନ୍ତ ଜରୁରୀ

ମାଟିଆ ୟୁ ଜି ୟୁ ପି ସ୍କୁଲ ବାର୍ଷିକ ଉତ୍ସବ

blank
ପଟ୍ଟାମୁଣ୍ଡାଇ, ତା ୭.୨-ଆଜିର ପ୍ରତିଯୋଗିତାମୂଳକ ଡିଜିଟାଲ୍ ଦୁନିଆରେ ବ୍ୟକ୍ତିବିଶେଷ ଓ ସମ୍ପ୍ରଦାୟର ବିକାଶ ପାଇଁ ଗୁଣାତ୍ମକ ଶିକ୍ଷାର ଉପଲବ୍ଧତା ଅତ୍ୟନ୍ତ ଜରୁରୀ । ଗୁଣାତ୍ମକ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ସଫଳତାର ବାଟ ଦେଖାଏ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ମାଟିଆ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ମଲ୍ଲିକଙ୍କ ପୌରହିତ୍ୟରେଆୟୋଜିତ ମନୋଜ୍ଞ ଉତ୍ସବରେ ରାଜନଗର ବିଧାୟକ ଶ୍ରୀସାହୁ କହିଲେ ସାମ୍ପ୍ରତିକ ସମୟରେ ବିଭିନ୍ନ କ୍ଷେତ୍ରରେ ସଫଳ ହେବା ପାଇଁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଜରୁରୀ ହୋଇପଡିଛି ।  ଗୁଣାତ୍ମକ ଶିକ୍ଷା ପ୍ରସାର କ୍ଷେତ୍ରରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହିତ ଅଭିଭାବକମାନଙ୍କ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଥିବାରୁ ସମସ୍ତେ ଏ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେବା ସହିତ କୃତୀ  ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ପୌରାଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟବକ୍ତା ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଅଜିତ କୁମାର ବାରିକ, ବ୍ଲକ ବି. ଆର . ସି. ସି ପ୍ରେମବାଳା ମହାପାତ୍ର,ସହକାରୀ ଶିକ୍ଷାଧିକାରୀ ସୁନିତି ଦାଶ ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଶୁଭାଂଶୁ କୁମାର ଦାସ, କାଉନସିଲର ସୁବାସ ମଲ୍ଲିକ,ସି ଆର ସି ସି ସଂଘମିତ୍ରା ନାୟକ,ସ୍କୁଲ ପରିଚାଳନା କମିଟି ସଭାପତି ଅଶୋକ ନାଥ, ଶିକ୍ଷାବିତ ସତ୍ୟବାଦୀ ନାୟକ ଓ ଶୁକଦେବ ବିଶ୍ବାଳ,ପୂର୍ବତନ କାଉନସିଲର ତ୍ରିଲୋଚନ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସହକାରୀ ଶିକ୍ଷୟତ୍ରୀ ସସ୍ମିତା ଦାସ ସ୍ୱାଗତଭାଷଣ ଓ ସହକାରୀ ଶିକ୍ଷକ ଉଦୟ ନାଥ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ଅଞ୍ଜଳି ମଲ୍ଲିକ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ ସହକାରୀ ଶିକ୍ଷୟତ୍ରୀ ସଂଗୀତା ଡାକୁଆ,ସହକାରୀ ଶିକ୍ଷକ ଅନିରୁଦ୍ଧ ଦାଶ , ଦିନମଣୀ ସେଠୀ ଓ ପ୍ରଶାନ୍ତ ସାହୁ ପରିଚାଳନା କରିଥିଲେ।

Next Post

ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନର ଛାତ୍ରଛାତ୍ରୀଙ୍କ ଗହଣରେ ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ସମାଜସେବୀ

Sat Feb 7 , 2026
କେନ୍ଦ୍ରାପଡା ୭ା୨- ଆଜିର ସମାଜରେ କିଏ ଜନ୍ମଦିନ ଉପଲକ୍ଷେ କେକ୍ କଟୁଛିତ କିଏ ରକ୍ତଦାନ କରୁଛି ଆଉ କିଏ ନିଜ ସାଙ୍ଗ ସାଥି ଧରି ମଦ ମାଂସ ଆସର ବେଶ ଧୁମ ଧାମରେ ମଜା ମସ୍ତି କରି ପାଳନ କରୁଛନ୍ତି, ହିନ୍ଦୁ ସମାଜ ପାଇଁ ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ରାପଡ଼ାର ଚର୍ଚ୍ଚିତ ଚେହେରା ଯୁବ ସମାଜ ସେବୀ ଓ ଶିକ୍ଷାବିତ୍ ରଞ୍ଜନ ବେହେରା ନିଆରା ଢଙ୍ଗରେ ନିଜ ପରିବାର ସହିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading