ବ୍ରାହ୍ମଣୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକରେ ବ୍ୟାପକ କ୍ଷତି

blank
ପଟ୍ଟାମୁଣ୍ଡାଇ ଅଂଚଳରେ ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।ଏହି ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଞ୍ଚଳର ୧୧ଟି ୱାର୍ଡର ଜନଜୀବନ ସହିତ ଗୃହ ପାଳିତ ପଶୁ ଜଳବନ୍ଦୀ ହୋଇପଡିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଂଚାୟତର ସିଂହଗାଁ, କୃଷ୍ଣଦାସପୁର, ରାଉଳିଆଡିଆ, ପାଣିସାଉଁଳିଆ ଆଦି ଜଳମଗ୍ନ ହୋଇ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି । ଅଳପୁଅ, ତରଡ଼ିପାଳ, ପେଣ୍ଠପାଳ. ଅଣ୍ଢରା, ଅମୃତମଣୋହି, ବଲୁରିଆ ପଂଚାୟତ ଅଦିର ବହୁ ଗ୍ରାମ ଓ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇ ପଡିଛି । ଦାଣ୍ଡିସାହି ହାଇସ୍କୁଲ ଓ କଲେଜ ସମ୍ମୁଖ ରାସ୍ତାରେ ବନ୍ୟା ସୁଅ ଛୁଟିଛି । ଦାଣ୍ଡିସାହି ହାଇସ୍କୁଲ କଲେଜ ଅଳପୁଆ ହାଇସ୍କୁଲ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଅଣ୍ଢରା, ଅଳପୁଆ ଓ ତୁଳସୀଡିଆ ମେଡିକାଲରେ ପାଣି ପଶିଛି । ଦାଣ୍ଡିସାହି, ଅଳପୁଆ ବଜାର ସଂପୂର୍ଣ୍ଣ ବୁଡି ଯାଇଛି । ସମ୍ପ୍ରତି ବନ୍ୟା ବିପନ୍ନ ବିଭିନ୍ନ ଅଂଚଳରେ କୁମ୍ଭୀର ଦେଖା ଯାଉଥିବା ଖବର ଜଣାପଡିବା ପରେ ଲୋକମାନଙ୍କ ମଧ୍ୟରେ ଘୋର ଆତଙ୍କ ସୃଷ୍ଟି ହୋଇଛି । ଫଳରେ ଲୋକମାନେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି । କୋଳଥିଆ ଓ ଶାସନ ସ୍କୁଲ ବନ୍ୟାଜଳରେ ବୁଡି ରହିଛି । ସୁବଳପୁର -ଗୋଜିଆକଣ ରାସ୍ତାରେ ବନ୍ୟାଜଳ ସୁଅ ଛୁଟୁଛି । ତରଡ଼ିପାଳ ପଂଚାୟତ ତରଡ଼ି ପାଳରେ ଘାଇ ସୃଷ୍ଟି ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେହିପରି ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ ଆଦି ପଂଚାୟତର ବିଭିନ୍ନ ଅଂଚଳ ଓ ଚାଷଜମି ଜଳମଗ୍ନ ହୋଇପଡିଛି । ଏକର ଚାଷ ଜମି ପନିପରିବା ସମେତ ବିଭିନ୍ନ ଫସଲହାନୀ ଘଟିଛି । ବିଭିନ୍ନ ପଂଚାୟତର ରାସ୍ତା ଗୁଡିକ ବୁଡି ଯାଇଥିବାରୁ ଯାତାୟାତ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇଛି । ଲୋକେ ନିତ୍ୟ ବ୍ୟବାହାର ସାମଗ୍ରୀ ପାଇଁ ଡିଙ୍ଗି ଓ ଟ୍ରକ୍ଟର ସାହାର୍ଯ୍ୟ ଲୋଡୁଛନ୍ତିା ବନ୍ୟାଂଚଳରେ ସାପ କାମୁଡା ଇଞ୍ଜେକସନ, ବ୍ଲିଚିଙ୍ଗ, ସାଲାଇନ, କିରୋସିନ,ଗୋ ଖାଦ୍ୟ, ପିଇବା ପାଣିର ଅଭାବ ଦେଖାଦେଇଛି । ବୁଡି ଯାଇ ଥିବା ନଳକୂପ ବିଶୋଧନ କରା ଯାଉନାହିଁ ।ବିଭିନ୍ନ ସଂଜୋଗ ପଥ ବୁଡି ଯାଇଥିବାରୁ ଗ୍ରାମ ଗୁଡିକ ବାହ୍ୟଜଗତ୍ରରୁ ବିଛିନ୍ନ ହୋଇପଡିଛି । ପଟ୍ଟାମୁଣ୍ଡାଇ ପୌରାଂଚଳର ବାଲିପଡ଼ା, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା, କଷଣଅଂଟା, ନୂଆଗାଁ, କାକୁଡିପଲ୍ଲୀ, ତନୁପୁର, ନନ୍ଦିନୀନଗର, ଷଣ୍ଢପଲ୍ଲୀ, ଅଳଭା ଆଦି ବିଭିନ୍ନ ଗ୍ରାମ ଓ ୧୧ଟି ୱାର୍ଡ ଜଳମଗ୍ନ ହୋଇପଡିବା ସହିତ ଶହ ଶହ ଏକର ଚାଷଜମି ମଧ୍ୟ ବୁଡି ରହିଛି । ବନ୍ୟା ପାଣିରେ ବୁଡି ରହି ପନିପରିବା ସମେତ ବିଭିନ୍ନ ଫସଲ ନଷ୍ଟ ହୋଇଛି ।. ବନ୍ୟା ସ୍ଥିତି ଗମ୍ଭୀର ହୋଇ ଥିବାରୁ ଦୁର୍ବଳ ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇ ଘାଇ ସୃଷ୍ଟି ହେବା ଆଶଙ୍କା ଥିବାରୁ ଲୋକମାନେ ଦିବାରାତ୍ର ସଜାଗ ହୋଇ ରହିଛନ୍ତି । ଜିଲାପାଳଙ୍କ ନିର୍ଦେଶରେ ବ୍ଲକ ଓ ପୌର ପ୍ରଶାସନ ବନ୍ୟା ମୁକାବିଲା ପାଇଁ ସଜାଗ ହୋଇପଡିଛି । ଶନିବାର ପଟ୍ଟାମୁଣ୍ଡାଇ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର ମଲ୍ଲିକ ପଟ୍ଟାମୁଣ୍ଡାଇ ବ୍ଲକ ଆସି ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ସମେତ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହିତ ବନ୍ୟା ସ୍ଥିତି ମୁକାବିଲା ସମ୍ପର୍କରେ ସମୀକ୍ଷା କରିଛନ୍ତି । କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ଅରୁଣ ନାୟକ ଓ ତହସିଲଦାର ପଂଚାନନ ନାୟାକ ବାହ୍ୟ ଜଗତରୁ ବିଛିନ୍ନ ସିଂହଗାଁ ପଂଚାୟତ ଯାଇ ସ୍ଥିତି ଅନୁଧ୍ୟାନ ବନ୍ୟା ବିପନ୍ନ ଅଂଚଳ ବୁଲି ଲୋକମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି । କେନ୍ଦ୍ରାପଡା ଜିଲାପାଳ ରଘୁରାମ ଆର ଆୟାର ପୌର ନିର୍ବାହୀ ଅଧିକାରୀ ପଟ୍ଟାମୁଣ୍ଡାଇ ପୌରାଂଚଳର ବନ୍ୟା ପ୍ରଭାବିତ ୱାର୍ଡଗୁଡ଼ିକରେ ପହଁଚିି ଜଳବନ୍ଦୀ ହୋଇ ରହିଥିବା ଲୋକମାନଙ୍କ ସହ ସୀଧାସଳଖ କଥା ହୋଇଥିଲେ। ବନ୍ୟାଜଳ ଘେରରେ ଥିବା ବିପନ୍ନଙ୍କ ସମସ୍ୟା, ଖାଦ୍ୟ ଓ ପିଇବା ପାଣିର ଅଭାବ ସମ୍ପର୍କରେ ସେ ପଚାରି ବୁଝିବା ସହ ସ୍ଥିତି ଅନୁଧ୍ୟାନ କରିବା ପରେ ପୌର ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Next Post

ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସ୍ୱାସ୍ଥ୍ୟ ଶିବିର

Sat Aug 1 , 2026
କେନ୍ଦ୍ରାପଡା୦୧/୮: ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଅନୁକୂଲ୍ୟରେ ସଭାପତି ଡଃ ଉପେନ୍ଦ୍ର ନାଥ ପ୍ରଧାନ ଙ୍କ ତତ୍ତ୍ୱାବଧାନରେ ଏକ ହୃଦରୋଗ ସମ୍ବନ୍ଧୀୟ କର୍ମଶାଳା ସଚେତନତା ଶିବିର ଗୋପସ୍ଥିତ ନିର୍ମାଲ୍ୟ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଅଛି । ସଂଘର ବରିଷ୍ଠ ଉପଦେଷ୍ଟା ପ୍ରାକ୍ତନ ଅଧ୍ୟକ୍ଷ ଅଜୟ କୁମାର ସାମଲ ଓ ସ୍ପର୍ଶ ହେଲ୍‌ଥକେୟାର ଭୂବେନେଶ୍ୱର ମୁଖ୍ୟ ପରିଚାଳକ ସୈାମେନ୍ଦ୍ର ମିଶ୍ର ଉକ୍ତ କର୍ମଶାଳାକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading