
ପଟ୍ଟାମୁଣ୍ଡାଇ ୪/୧୧-କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ଗଣସଂଗଠନ ଜନମଂଚ ପକ୍ଷରୁ ମଂଚର ପ୍ରତିଷ୍ଠାତା ସଦସ୍ୟ ପଟ୍ଟାମୁଣ୍ଡାଇ ଅଂଚଳର କୃଷକ ନେତା ପାରେଶ୍ୱର ବିଶ୍ୱାଳଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ବେଲତଳ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଜନମଂଚ ଆବାହକ ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବପ୍ରଥମେ ସ୍ୱର୍ଗତ ବିଶ୍ୱାଳଙ୍କ ଫଟୋଚିତ୍ରରେ ସମସ୍ତେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଥିଲୋ । ସ୍ୱର୍ଗତ ବିଶ୍ୱାଳ ଜଣେ ସୁସଙ୍ଗଠକ, ସମାଜସେବୀଭାବେ ବେଶ୍ ପ୍ରଭାବଶାଳୀ ଥିଲେ। ଜନମଂଚ ସଭାରେ ତାଙ୍କ ବକ୍ତବ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ । ସେ କୃଷି ଓ କୃଷକଙ୍କ ସର୍ବାଙ୍ଗିନ ବିକାଶ, ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ, ବ୍ରାହ୍ମଣୀ ବଂଚାଓ ଆନ୍ଦୋଳନ ସହ କେନ୍ଦ୍ରାପଡା ଭାୟା, ପଟ୍ଟାମୁଣ୍ଡାଇ ରାଜନଗର, ଭିତରକନିକା, ଆଳି ଓ ରାଜକନିକା, ଭଦ୍ରକ, ବାଲେଶ୍ୱର ଦେଇ କଲିକାତାକୁ ରେଳ ଲାଇନ ପାଇଁ ଜନମଂଚର ପ୍ରସ୍ତାବରେ ସେ ସହଯୋଦ୍ଧା ଭାବେ ଉଭା ହେଉଥିଲେ । ସ୍ୱର୍ଗତ ବିଶ୍ୱାଳ ଜଣେ ବେ ସାଲିସ ସଂଗ୍ରମୀ ବ୍ୟକ୍ତିତ୍ୱ ଭାବେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପଟ୍ଟାମୁଣ୍ଡାଇ ଜନଜୀବନରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି । ତାଙ୍କର ବିୟୋଗରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ଆବାହକ ପ୍ରଫେସର ପରିଡା ମତ ପ୍ରକାଶ କରିଥିଲେ ।

ଏହି ସଭାରେ ପ୍ରଫେସର ଉମାକାନ୍ତ ପାତ୍ର କାଉନସିଲର ମଳୟ ଓଝା, ରବୀନ୍ଦ୍ର ପରିଡା, ଅଭିରାମ ଲେଙ୍କା, କୃପାସିନ୍ଧୁ ସାମଲ, କାଳୀ ପ୍ରସାଦ ନାୟକ, ସର୍ବେଶ୍ୱର ସେଠୀ, ବାରେଣୀ ସେଠୀ, ବିଭୁ ପ୍ରସାଦ ଦାସ, ଗୌରହରି ଲେଙ୍କା, ଅନ୍ତର୍ଯ୍ୟାମୀ ପରିଡା, ଅଭିମନ୍ୟୁ ମଲ୍ଲିକ, କଳ୍ପତରୁ ମଲିକ, ସର୍ବେଶ୍ୱର ବାରିଜ, ଶୈଳେନ୍ଦ୍ର ମହାନ୍ତି, ଗୋକୁଳ ରାଉତ, ଶରତ ବିଶ୍ୱାଳ, ମନ୍ମଥ ନାୟକ, ବେଲାଲସେନ ପରିଡା, ସରୋଜ ପଣ୍ଡା, ରଞ୍ଜନ ଭୂୟାଁ ପ୍ରମୁଖ ଭାଷଣ ଦେଇ ଦିବଂଗତ ବିଶ୍ୱାଳ କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, ମଦନପୁର କଟ କାର୍ଯ୍ୟକାରୀ କରିବା ଆଦି ଦାବୀ ପୂରଣ ପାଇଁ ଆନ୍ଦୋଳନ କରି ଆସୁଥିଲେ ବୋଲି ମତ ପ୍ରକାଶ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ସଭା ଦିବଂଗତ ବିଶ୍ୱାଳଙ୍କ ସ୍ମୃତି ରକ୍ଷା ପାଇଁ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ସୁନୀଲ ପ୍ରଧାନ, ଅମୀୟ କର,ବାବାଜୀ ସାହୁ କୁଞ୍ଜ ବିହାରୀ ମଲ୍ଲିକ ପରିଚାଳନା କରିଥିଲେ ।
