କେନ୍ଦ୍ରାପଡା ମହାବିଦ୍ୟାଳୟ ଦ୍ୱାରା ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ ଶିବିର

blank
କେନ୍ଦ୍ରାପଡ଼ା,୩୧ା୧:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ଓ ପରିଚାଳନା ବିଭାଗ ପକ୍ଷରୁ ବଡମୋହନପୁର ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପଡା ଗ୍ରାମର ମନ୍ଦିର ପ୍ରାଙ୍ଗଣରେ ସୁଭନ୍ଦ୍ରା ଯୋଜନା ହିତାଧିକାରୀଙ୍କ ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ସୁଭନ୍ଦ୍ରା ଯୋଜନା ଲାଭାନ୍ୱିତ ମହିଳାମାନଙ୍କୁ ଅର୍ଥର ଆୟବ୍ୟୟ ଓ ସଞ୍ଚୟ ସମ୍ବନ୍ଧୀୟ ସୂଚନା ଦେବା ସହ ଇଣ୍ଟରନେଟ୍ ମାଧ୍ୟମରେ ହେଉଥିବା ଠକେଇ ପ୍ରତି ସାବଧାନ କରାଯାଇଥିଲା। ଏଥିରେ ବିଭାଗୀୟ ମୁଖ୍ୟ ୱାଇ. ପଦ୍ନାବତୀ ଓ ଅଧ୍ୟାପକ ସୁରେଶ ଚନ୍ଦ୍ର ଦାଶ, ବାବୁଲା ବେହେରା, ଗିରୀଶ କୁମାର ସାହୁ, ରଜନୀକାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ୭୦ରୁ ଉର୍ଦ୍ଧ୍ୱ ଲାଭାର୍ôଥ ମହିଳା ଯୋଗ ଦେଇଥିଲେ । ପରିଶେଷରେ ମହିଳାମାନଙ୍କୁ ସଚେତନତା ପୂର୍ବକ ଗ୍ରାମ ପରିକ୍ରମା କରାଯାଇ ଏସମ୍ବନ୍ଧୀୟ ଏକ ପଥପ୍ରାନ୍ତ ନାଟକ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ମନୋଜ ଲେଙ୍କା, ପ୍ରତିଭା ରାୟ, ରଶ୍ମୀଅଞ୍ଜନା ସାହୁ, ଶୁଭଙ୍କର ସିଂ, ଅବିନାଶ ନାଥ, ସୈାମ୍ୟରଞ୍ଜନ ପରିଡା, ଭବାନୀଶଙ୍କର ପ୍ରଧାନ ପ୍ରମୁଖ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ । ଗ୍ରାମର ମୁରବୀମାନେ ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

Next Post

ନର୍ଦ୍ଧମା ନାଳ ଭିତରେ ଯାଇଛି ମେଗା ପ୍ରକଳ୍ପର ପାଣି ପାଇପ୍‌,ଜଳ ପ୍ରଦୂଷଣ ହେବା ସହ ଧନଜୀବନ କ୍ଷତି ହେବାର ଆଶଙ୍କା

Sun Feb 1 , 2026
ପଟ୍ଟାମୁଣ୍ଡାଇ୧/୨- ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ସରକାର ବିଭିନ୍ନ ସ୍ଥାନରେ ମେଗା ପାନୀୟଜଳ ପ୍ରକଳ୍ପର ପରିକଳ୍ପନା କରିଛନ୍ତି। ଏଥିନେଇ ପଟ୍ଟାମୁଣ୍ଡାଇ ୩୧ ପଂଚାୟତକୁ ପାନୀୟଜଳ ଯୋଗାଣ ପାଇଁ ପ୍ରାୟ ୧୬୫ କୋଟି ଟଙ୍କା ବ୍ୟୟରେ ମେଗା ଜଳପ୍ରକଳ୍ପ ନର୍ମାଣକାର୍ଯ୍ୟ ଜାରି ରହିଛି । ଏଥିନେଇ ସମସ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ପାଣି ପାଇପ୍ ସଂଯୋଗ ହୋଇଛି। ମାତ୍ର କାମ କରୁଥିବା ଠିକା ସଂସ୍ଥାର ମନମୁଖୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading