ନୃସିଂହଟିକିରି ମଠରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳନ

blank
କେନ୍ଦ୍ରାପଡା୨୯/୭: କେନ୍ଦ୍ରାପଡା ପୈାରାଞ୍ଚଳ ମହିପାଳସ୍ଥିତ ଟିକିରି ମଠ (ବାୟା) ମଠରେ ପବିତ୍ର ଗୁରୁପୂର୍ଣ୍ଣିମା ଉତ୍ସବ ମହନ୍ତ ବାବାଜୀ ଭବାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଳନ କରାଯାଇଛି । ପ୍ରାତଃରେ ଶ୍ରୀଗୁରୁଦେବ ରାଧାରମଣ ଦେବ, ଶ୍ରୀହ ରାମଦାସ ବାବାଜୀ, ଶ୍ରୀମଦ୍ ବାୟା ବାବାଙ୍କ ସ୍ନାନ, ପୂଜନ, ବନ୍ଦନ, ଆରତୀ କରାଯାଇଥିଲା । ପରେ ଭକ୍ତମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ କରାଯାଇଥିଲା । ସହରାଞ୍ଚଳ ଓ ଆଖପାଖ ଗ୍ରାମର ବହୁ ବାୟା ପ୍ରେମୀ ଉକ୍ତ ଉତ୍ସବରେ ଯୋଗଦେଇ ଗୁରୁକୃପା ଲାଭ କରିଥିଲେ । ଶାଖାସଂଘର ସଭାପତି, ସଂପାଦକ ସମେତ ସମସ୍ତ ସଭ୍ୟସଭ୍ୟା ଓ ମଠ ଅନ୍ତେବାସୀ ମାନେ ସହଯୋଗ କରିଥିଲେ ଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Next Post

ଗରାପୁର ସାଇ ମନ୍ଦିର ରେ ଗୁରୁପୂର୍ଣ୍ଣିମା ଉତ୍ସବ

Wed Jul 29 , 2026
କେନ୍ଦ୍ରାପଡା ୨୯/୭ : କେନ୍ଦ୍ରାପଡା ର ଗରାପୁର ସ୍ଥିତ ସାଇମନ୍ଦିର ରେ ମହାସମାରୋହ ରେ ଗୁରୁପୂର୍ଣ୍ଣମୀ ଦିବସ ପାଳନ କରାଯାଇଛି । ଏହି ଅବସରରେ ପ୍ରାତଃ ସମୟରେ କଳସାଧିବାସ, ଶାନ୍ତିହୋମ ଅନୁଷ୍ଠିତ ହେବା ପରେ ମହାଅଭିଷେକ ଓ ଆରତୀ ଅନୁଷ୍ଠିତ ହୋଇଥିଲା । ବିଜ୍ଞ ପୁରୋହିତମାନେ ଯଜ୍ଞନୁଷ୍ଠାନ କରାଇଥିଲେ । ଏହି ଅବସରରେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲାପାଳ ରଘୁରାମ ଆୟାର, ଶ୍ରୀମତୀ ଆୟାର, ଡାକ୍ତର ବିଶ୍ୱପ୍ରକାଶ କାନୁନଗୋ, ଶ୍ରୀମତୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading