ଜାତୀୟ ସ୍ତରୀୟ ଶରତ ମହୋତ୍ସବ ଓ ମୂର୍ଚ୍ଛନାର ୨୪ ତମ ବାର୍ଷିକ ଉତ୍ସବ

blank
କେନ୍ଦ୍ରାପଡ଼ା,୨୬ା୧୧:ଓଡିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନାର ବାର୍ଷିକ ଉତ୍ସବ ଓ ଓଡ଼ିଶା କଲଚର୍ ଆର୍ଟ ଏକାଡେମୀ (ଓକା) ଅନୁଷ୍ଠାନର ଜାତୀୟ ସ୍ତରୀୟ ଶରତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ସଂସ୍କୃତି ନିର୍ଦ୍ଦେଶକ ଓ ଶ୍ରୀମନ୍ଦିର ପ୍ରଶାସକ ତଥା ଆର ଡି ସି ରଞ୍ଜନ କୁମାର ଦାସ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ବସନ୍ତ କୁମାର ଦାସ ୨୪ ତମ ବାର୍ଷିକ ଉତ୍ସବର ବିବରଣୀ ଓ ଶରତ ମହୋତ୍ସବର ଉଦ୍ଦେଶ୍ୟ ଜ୍ଞାପନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆସନ୍ତା ଜାନୁଆରୀମାସ ୨ ତାରିଖରେ ମୂର୍ଚ୍ଛନା ପତ୍ରିକା ପୁରୀ ଅନ୍ନପୂର୍ଣ୍ଣା ଥିଏଟରରେ ଉନ୍ମୋଚିତ ହେବ ବୋଲି ଘୋଷଣା କରିଥିଲେ। ମୁଖ୍ୟବକ୍ତା ଭାବେ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ନିଗମ ଅତିରିକ୍ତ ଶାସନ ସଚିବ ନାରାୟଣ ଚନ୍ଦ୍ର ଧଳ, ବରେଣ୍ୟ ଅତିଥି ଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଶୋକ ମଲ୍ଲିକ, ସମ୍ମାନୀତ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ଅଭିନବ ସିଂହ, ଦେବୀ ବାରିକ, ମିଟୁ ମିଥୁନ ପ୍ରମୁଖ ଯୋଗ ଦେଇଥିଲେ। ଭୁବନେଶ୍ୱରସ୍ଥିତ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଆଲବମ୍ ଓ ଚଳଚ୍ଚିତ୍ର କଣ୍ଠଶିଳ୍ପୀ ସୁବାଶିସ ମହାକୁଳ, ନ୍ୟୁଜ- ୧୮ର ବରିଷ୍ଠ ସାମ୍ବାଦିକ ଓ ସମ୍ପାଦକ ଡ଼ ମାନସ ରଞ୍ଜନ ଦାଶ, ବରିଷ୍ଠ ବିଜେପି ନେତା ମୃତ୍ୟୁଞ୍ଜୟ ମିଶ୍ର, ବିଶିଷ୍ଟ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଡ଼ ତ୍ରିଲୋଚନ ବରାଳ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଉତ୍ସବରେ ଓଡ଼ିଶାର ୧୫୦ ଜଣ କଳାକାର, କବି ଓ ସମାଜସେବୀଙ୍କୁ ଓଡ଼ିଶା ରତ୍ନ ଓ ଜିଲ୍ଲା ରତ୍ନ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସ୍ଥାପନାରେ ଫେଷ୍ଟିଭାଲ ନିର୍ଦ୍ଦେଶକ ପ୍ରଦୀପ ବିହାରୀ ଓ ଫେଷ୍ଟିଭାଲ ନିର୍ଦ୍ଦେଶିକା ପ୍ରଭାତୀ ନାୟକ, ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ବିଜୟିନୀ ଦାଶ। କାର୍ଯ୍ୟକ୍ରମ ପରିଚାଳନାରେ ମୋନାଲିସା ଷଡ଼ଙ୍ଗୀ, ଅକ୍ଷୟ କୁମାର ସାମଲ, ବିଜୟ କେତନ ସାହୁ, ରଞ୍ଜନ କୁମାର ସାହୁ, ବୈଷ୍ଣବ ପ୍ରଧାନ, ପିତାମ୍ବର ପ୍ରଧାନ, ଦିବ୍ୟାଲିଶା ନାୟକ, ମୀନକେତନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Next Post

୧୨ହଜାର ଟଙ୍କା ଲାଞ୍ଚ ଗ୍ରହଣ କରି ଭିଜିଲାନ୍ସ ହାତରେ ଗିରଫ ହେଲେ ସହକାରୀ ରାଜସ୍ୱ ନିରୀକ୍ଷକ

Wed Nov 26 , 2025
କେନ୍ଦ୍ରାପଡ଼ା,୨୫ା୧୧:ଚାଷ ଜମିକୁ ଘରବାଡି ଜମିରେ ପରିବର୍ତ୍ତନ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୨ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରିବା ବେଳେ କେନ୍ଦ୍ରାପଡ଼ା ତହସିଲ ଅଧିନ ନିକିରାଇ ରାଜସ୍ୱ ସର୍କଲର ସହକାରୀ ରାଜସ୍ୱ ନିରୀକ୍ଷକ(ଏଆରଆଇ) ଅଭିମନ୍ୟୁ ବେହେରା ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ସୂଚନା ଅନୁଯାୟୀ ଡେରାବିଶ ବ୍ଲକର ଜଣେ ବ୍ୟକ୍ତି ନିଜ ଚାଷ ଜମିକୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading