ଆଧୁନିକ ପ୍ରାଣାଳୀରେ ଜୈବିକଖତ ପ୍ରୟୋଗ କରି ଉନ୍ନତ ଚାଷ ପାଇଁ ତାଲିମ

blank
ପଟ୍ଟାମୁଣ୍ଡାଇ ୭ା୧୦:କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୋଗୁଆ ଛକସ୍ଥିତ ସାହୁ ମଣ୍ଡପରେ ଯୁବ ଭାରତ କୃଷକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ କୃଷକ ସେବାକେନ୍ଦ୍ର ଓ ଆଧୁନିକ ପ୍ରଣାଳୀରେ ଜୈବିକଖତ ପ୍ରୟୋଗ କରି ଉନ୍ନତ ଚାଷ କରିବା ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ପଣ୍ଡିତ କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ରାଜ୍ୟ ସଭାପତି ପ୍ରଭାକର ନାୟକ ମୁଖ୍ୟ ଅଥିତି ଭାବେ ଯୋଗଦେଇ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ୯ ଗୋଟି ବ୍ଲକରେ କୃଷକ ସେବାକେନ୍ଦ୍ର ଖୋଲି କୃଷକମାନଙ୍କୁ ଦକ୍ଷତା ବିକାଶ ଓ ଆତ୍ମନିର୍ଭରଶୀଳତା ଉପରେ ତାଲିମ ପ୍ରଦାନ କରାଯିବାକୁ ଗୁରୁତ୍ୱାରୋପ କରିଥିଲେ । କୃଷକ ସେବାକେନ୍ଦ୍ର ମାଧ୍ୟମରେ ଧାନବିହନ, ମୁଗବିହନ, ମାଣ୍ଡିଆମଞ୍ଜି, ନଳିତାମଞ୍ଜି, ବିରି ବିହନ ପ୍ରଭୃତି ଯୋଗାଇ ଦେବା ଓ ଜୈବିକ ସାରକୁ କ୍ଷେତରେ ପ୍ରୟୋଗ କରି ଏକ ସୁନିୟନ୍ତ୍ରିତ ପଦ୍ଧତିରେ ଚାଷ କରିବା ପାଇଁ ଆଧୁନିକ ଯନ୍ତ୍ରପାତି ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଥିଲା। ଏହି ଶିବିରରେ ବହୁସଂଖ୍ୟକ କୃଷକ ଓ କୃଷିକାମାନେ ଯୋଗଦେଇଥିଲେ । ଏଥିରେ କେନ୍ଦ୍ରାପଡା ପ୍ରଭାରୀ ରଞ୍ଜନ କୁମାର ରାଉତ, ଉପଦେଷ୍ଟା ଇଂ ବନମାଳୀ ମିଶ୍ର, ଉପସଭାପତି ରମେଶ ସାହୁ, ଉପସଭାପତି ଶରତଚନ୍ଦ୍ର ପାତ୍ର, ପ୍ରଶାନ୍ତ କୁମାର ପାତ୍ର, ଶ୍ରାବଣୀ ଦାସ, ପ୍ରଭାତି ସାହୁ, ସୁମିତ୍ରା ରାଉତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ରାଜକନିକାର ଅଶ୍ୱିନୀ କୁମାର ଦାଶ, ଦୀନେଶ ନାଥ ଓ ବିଚିତ୍ର କୁମାର ସ୍ୱାଇଁ, ରାଜନଗରର ଚିତ୍ତରଞ୍ଜନ ବାରିକ, କେନ୍ଦ୍ରାପଡାର ପ୍ରଣବ କୁମାର ମିଶ୍ର, ପଟ୍ଟାମୁଣ୍ଡାଇର ବନମାଳୀ ବେହେରା ଏବଂ ଉଦୟପୁରର ହିମାଂଶୁ କୁଣ୍ଡ ପ୍ରମୁଖ ଆଧୁନିକ ପ୍ରଣାଳୀରେ ଚାଷ କରିବା ପାଇଁ ବିଭିନ୍ନ ମତାମତ ଦେଇଥିଲେ। ସଂଗଣକ ପରିଚାଳନାକାରୀ ଜ୍ୟୋତିରଞ୍ଜନ ଦେବ ଓ କୃତି କିଶୋର ଦେବ ସଂଗଣକ ପରିଚାଳନା କ୍ଷେତ୍ରରେ କୃଷି ଶିକ୍ଷାନବୀଶ ମାନଙ୍କୁ ସଂଗଣକ ମାଧ୍ୟମରେ ଦକ୍ଷତା ପାଇଁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶେଷରେ ଉପସଭାପତି ରମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Next Post

କେନ୍ଦ୍ରାପଡାରେ ବିଶ୍ୱ ପ୍ରାଣୀ ଦିବସ ପାଳିତ

Tue Oct 7 , 2025
କେନ୍ଦ୍ରାପଡ଼ା,୭ା୧୦:କେନ୍ଦ୍ରାପଡା ପ୍ରାଣୀ ସମ୍ପଦ ବିଭାଗ ଆନୁକୁଲ୍ୟରେ କାର୍ଯ୍ୟାଳୟ ସଭା ଗୃହରେ ଏକଶହ ତମ ବିଶ୍ୱ ପ୍ରାଣୀ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ମନୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ଦିନେଶ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଏସ୍‌.ପି.ସି.ଏ.ର ଉପାଧ୍ୟକ୍ଷ ଫକୀର ଚରଣ ଖଟୁଆ, ଏଡି.ଭି.ଓ ଡା. ପ୍ରଭଞ୍ଜନ ରଞ୍ଜନ କବି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading