ବାଇକ ଧକ୍କାରେ ଯୁବକ ମୃତ

blank
କେନ୍ଦ୍ରାପଡ଼ା,୨୦ା୨:୫୩ନମ୍ବର ଜାତୀୟ ରାଜପଥର ଦୁହୁରିଆ ନିକଟରେ ଆଜି ଦୁଇଟି ବାଇକ ମଧ୍ୟରେ ଧକ୍କା ହେବାରୁ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ ଡେରାବିଶ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ଯୋଗେନ୍ଦ୍ର ନାୟକଙ୍କ ସାନପୁଅ ଚିତ୍ତପ୍ରକାଶ ନାୟକ(୨୫) ଏକ ବାଇକରେ ଆଜି ସକାଳ ପ୍ରାୟ ସାଢେ ୮ଟା ବେଳେ ଦୁହୁରିଆ-ପାଣ୍ଡିରୀ ରାସ୍ତାରୁ ୫୩ନମ୍ବର ଜାତୀୟ ରାଜପଥ ଉପରକୁ ଉଠୁଥିବା ବେଳେ ଚଣ୍ଡିଖୋଲ ପାଶ୍ୱର୍ରୁ ଆସୁଥିବା ଅନ୍ୟ ଏକ ବାଇକ ସହ ଧକ୍କା ହୋଇଥିଲା। ଫଳରେ ଚିତ୍ତପ୍ରକାଶ ରାସ୍ତା ଉପରକୁ ଛିଟିକି ପଡିଥିଲେ। ଗୁରୁତ୍ତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାକୁ ରେଫର କରାଯାଇଥିଲା। କିନ୍ତୁ କଟକ ବଡ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚିତ୍ତପ୍ରକାଶ ଜଣେ ରଙ୍ଗମିସ୍ତ୍ରୀ ଭାବେ କାମ କରୁଥିଲେ।

Next Post

ମା’ବୁଢୀ ଜାଗୁଳାଇ ପାଲା ସଙ୍ଘର ମକର ମହୋତ୍ସବ

Sat Feb 21 , 2026
କେନ୍ଦ୍ରାପଡ଼ା,୨୧ା୨:ମା’ବୁଢୀ ଜାଗୁଳାଇ ପାଲା ସଙ୍ଘ ପକ୍ଷରୁ କଷୋଟି ଦୁହୁରିଆ ସ୍ଥିତ ବିଲେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ମକର ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସଙ୍ଘର ସମ୍ପାଦକ ଗାୟକ ପ୍ରକୃତିବନ୍ଧୁ ଗଗନବିହାରୀ ସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବରୋଦା ବ୍ୟାଙ୍କର ଅବସରପ୍ରାପ୍ତ ପରିଚାଳକ ଅମରେନ୍ଦ୍ର ସାହୁ, ମୁଖ୍ୟବକ୍ତା ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଲୋକନାଥ ମେହେର, ସମ୍ମାନିତ ଅତିଥି ଭାବେ ପଣ୍ଡିତ ଅଭୟ କୁମାର ଶତପଥୀ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading