ଏମ ଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦର ବୈଠକ

blank
ପଟ୍ଟାମୁଣ୍ଡାଇ ୫/୬ – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବ ପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ରସଂସଦ ବୈଠକ ସଂସଦ ସଭାପତି ପ୍ରଫେସର ଦୁର୍ଯୋଧନ ପରିଡାଙ୍କ ପୌରହିତ୍ୟରେ ବିଦ୍ୟାଳୟ ସଭା ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସନ୍ତା ୨୯ରେ ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବକୁ ସରସ ସୁନ୍ଦର ଓ ସଫଳ କରିବା ପାଇଁ ପୁରାତନ ଓ ନୂତନ ଛାତ୍ରୀଛାତ୍ରମାନେ ବହୁ ସଂଖ୍ୟାରେ ଯୋଗ ଦେବାକୁ ସଭାପତି ଆହ୍ୱାନ ଦେଇଥିଲେ ।ଏହି ଆଲୋଚନାରେ ପୁରାତନ ଛାତ୍ର ସଂସଦ ଉପଦେଷ୍ଟା ପ୍ରଫେସର ଅନିରୁଦ୍ଧ ରାଉଳ, ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ରମେଶ ଚନ୍ଦ୍ର ଜେନା, ଭରତ ଚନ୍ଦ୍ର ପାତ୍ର, ଶିକ୍ଷାବିତ ଶଚିନନ୍ଦନ ଦାସ, ବିଜୟ ସାହୁ, କାଉନସିଲର ଗୋପୀ୍ୱଲ୍ଲଭ ନାୟକ, ଶିକ୍ଷକ ସୁଜୟ କୁମାର ରାଉତରାୟ,ଇଂ ତପନ ପାତ୍ର, କବି ବ୍ରଜ ସୁନ୍ଦର ସାହୁ , ସଞ୍ଜୟ ବର୍ମା, ରାଜେନ୍ଦ୍ର ଦାଶ, ରମେଶ ଦେ, ଶିଶିର ମଲ୍ଲିକ, ନଟବର ସେଠୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏମଏନ ହାଇସ୍କୁଲ ଛାତ୍ରୀଛାତ୍ର ସଂଖ୍ୟା ବୃଦ୍ଧି ପାଇଥିବାରୁ ଆବଶ୍ୟକ ଶିକ୍ଷକ ଓ କର୍ମଚାରୀ ସହ ଶ୍ରେଣୀ ଗୃହ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ସମ୍ପାଦକ କଣ୍ଡୁରୀ ଚରଣ ସ୍ୱାଇଁ ପୂର୍ବ ବୈଠକ ବିବରଣୀ ପାଠ କରିଥିବାବେଳେ କୋଷାଧକ୍ଷ ଗୋପୀନାଥ ତ୍ରିପାଠୀ ସଂସଦର ଆୟ ବ୍ୟୟ ଉପସ୍ଥାପନ କରିଥିଲେ । ଶେଷରେ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Next Post

ଉତମ ରାଜସ୍ୱ ସେବା ପାଇଁ ପଟ୍ଟାମୁଣ୍ଡାଇ ତହସିଲଦାର ରାଜ୍ୟ ସ୍ତରରେ ପୁରସ୍କୃତ

Thu Jun 5 , 2025
ପଟ୍ଟାମୁଣ୍ଡାଇ ୫/୬ – ଉତମ ରାଜସ୍ୱ ସେବା ଯୋଗାଇ ସାଧାରଣରେ ଆଦୃତ ହୋଇଥିବା ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକଙ୍କୁ ରାଜ୍ୟ ସ୍ତରରେ ପୁରସ୍କୃତ କରାଯାଇଛି । ଏହି ଉପଲକ୍ଷେ ଭୁବନେଶ୍ୱର ଲୋକସେବା ଭବନ ଠାରେ ଆୟୋଜିତ ରାଜ୍ୟ ରାଜସ୍ୱ ଅଧିକାରୀ ସମ୍ମିଳନୀରେ ରାଜସ୍ୱ ସେବା ପାଇଁ ରାଜ୍ୟରେ ୫ମ ସ୍ଥାନ ଅଧିକାର କରିଥବା ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକଙ୍କୁ ରାଜ୍ୟ ଉପମୁଖ୍ୟମନ୍ତୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading