
ପଟ୍ଟାମୁଣ୍ଡାଇ ୩୦/୪ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ଷଣ୍ଢପଲ୍ଲି ଗ୍ରାମରେ କିଛିଦିନ ହେଲା ମାଙ୍କଡଙ୍କ ଉପଦ୍ରବରେ ସାଧାରଣ ଲୋକେ ଅତିଷ୍ଠ ହୋଇ ପଡିଛନ୍ତି । ଗ୍ରାମରେ କିଛି ମାଙ୍କଡ ଦଳବଧ ହୋଇ ଯାତାୟତ କରୁଥିବା ଲୋକଙ୍କୁ କାମୁଡି ଗୁରୁତର କରୁଛନ୍ତି । ଦୁଇ ସପ୍ତାହ ଭିତରେ ସାତ ଜଣଙ୍କୁ କାମୁଡ଼ି ଘାଇଲା କଲେଣି।
ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ଗାଁ ଦାଣ୍ଡରେ ଖେଳୁଥିବାବେଳେ ସର୍ବେଶ୍ୱର ନାୟକୁ (୧୨) ଙ୍କୁ ଅତର୍କିତଭାବେ ମାଙ୍କଡ଼ଟି ଆକ୍ରମଣ କଲା। ହାତ ଓ ବେକକୁ କାମୁଡ଼ି ରକ୍ତାକ୍ତ କରି ପକାଇଲା। ତାଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀମାନେ ଠେଙ୍ଗାବାଡ଼ି ଧରି ଧାଇଁ ଆସିବାରୁ ମାଙ୍କଡ଼ ଡିଆଁ ମାରି ପଳାଇଥିଲା। ତୁରନ୍ତ ଗ୍ରାମବାସୀମାନଙ୍କ ସହାୟତାରେ ତାଙ୍କୁ ପଟ୍ଟାମୁଣ୍ଡାଇ ଚିକିତ୍ସାଳୟକୁ ନିଆ ଯାଇଥିଲା। ଏହା ପୂର୍ବରୁ ଏହି ଗାଁର ସାଇନାଥ ବାରିକ (୧୩) ଲିଟୁ ମଲିକଙ୍କ ପୁଅ ଜ୍ଞାନ ମଲିକଙ୍କୁ ମାଙ୍କଡ଼ଟି କାମୁଡ଼ି ଗୁରୁତର କରିଥିଲା। ସେହିଭଳି ଗ୍ରାମର ୫ରୁ ୬ ଜଣଙ୍କୁ ଆକ୍ରମଣ କରିଥିଲା । ମାଙ୍କଡ଼ର ପାଗଳାମୀ ବଢ଼ୁଥିବା ଗ୍ରାମବାସୀମାନେ ମହାକାପଡା ରେଂଜ୍ ଅଫିସ ସାନ୍ତନୁ ଦଳାଇଙ୍କୁ ଜଣାଇଥିଲେ । ମାତ୍ର ମାଙ୍କଡକୁ ଙ୍କଣ ଆମେ ଛାଡିଛୁ ବୋଲି କହି ଫୋନ କାଟି ଦେଇଥିବାରୁ ଗ୍ରାମବାସୀ ରାଜନଗର ଡିଏଫଓଙ୍କୁ ଅଭିଯୋଗ କରିଥିଲେ। ବନବିଭାଗ ମାଙ୍କଡ଼କୁ ଧରିବା ପାଇଁ ଅପରେସନ୍ ଆରମ୍ଭ କରିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।
