ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ଏକାନ୍ତ ଜରୁରୀ , ପଟ୍ଟାମୁଣ୍ଡାଇ କଲେଜରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

blank
ପଟ୍ଟାମୁଣ୍ଡାଇ ୨୧/୨-ପଟ୍ଟାମୁଣ୍ଡାଇ କଲେଜରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି ।  ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ଶିବିର ଉଦଘାଟନ କରି କହିଥିଲେ ଯେ  ବର୍ତ୍ତମାନ ସମାଜରେ ବଢ଼ି ଚାଲିଥିବା ହିଂସାକୁ ନେଇ ଛାତ୍ରୀମାନଙ୍କ ସୁରକ୍ଷା ମଧ୍ୟ ଚିନ୍ତାର ବିଷୟ ପାଲଟିଛି। ଏଣୁ କିଭଳି ଛାତ୍ରୀମାନେ ନିଜକୁ ନିଜେ ସୁରକ୍ଷା ଦେଇପାରିବେ ସେଥିନେଇ ଗୁରୁତ୍ୱାରୋପ କରିଥିଲେ। ଛାତ୍ରୀ ଧନଜୀବନର ସୁରକ୍ଷା ଲାଗି ଏକ ଆତ୍ମସୁରକ୍ଷା ତାଲିମ ପ୍ରଶିକ୍ଷଣ ଜରୁରୀ । ଏହାର ସଦ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ ।ଇତିହାସ ବିଭାଗ ଅଧ୍ୟାପକ ପୃଥ୍ୱୀରାଜ ବିଶ୍ୱାଳ ଓ କଲେଜ ଆଇକ୍ୟୁଏସି ସଂଯୋଜକ ଅଧ୍ୟାପକ ସୁଭାଶିଷ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ବାଣିଜ୍ୟ ବିଭାଗ ଅଧ୍ୟାପିକା ଶୁଭଲଷ୍ମୀ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ ।  ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପିକା ନିବେଦିତା ନାୟକ ଉଦଘାଟନୀ ଅଭିଭାଷଣ ପ୍ରଦାନ କରି ସାମ୍ପ୍ରତିକ ସମୟରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ଏକାନ୍ତ ଜରୁରୀ ହୋଇଥିବାରୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଛାତ୍ରୀମାନଙ୍କ ମନୋଭାବ ଓ ଆତ୍ମ ବିଶ୍ୱାସ ବୃଦ୍ଧିରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ ।  ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ପାଇଁ ନିୟୋଜିତ ପ୍ରଶିକ୍ଷିକାମାନେ ଆତ୍ମରକ୍ଷା କୌଶଳର ବିଭିନ୍ନ ଦିଗ ଓ ପ୍ରୟୋଗିକ ଅଭ୍ୟାସ କରାଇଥିଲେ ।  ଶେଷରେ ଓଡ଼ିଆ ବିଭାଗ ଅଧ୍ୟାପକ ଚିନ୍ମୟ ସାମଲ ଧନ୍ୟବାଦ ଦେଇଥିଲେ । ଏହି ଆତ୍ମରକ୍ଷା ଶିବିରରେ ବହୁ ଛାତ୍ରୀ ଯୋଗ ଦେଇଛନ୍ତି ।

Next Post

ସ୍ତମ୍ଭକାର ଦିବାକର ବିଶ୍ୱାଳଙ୍କ ୯୬ତମ ଜନ୍ମ ଜୟନ୍ତୀ ପାଳିତ

Sat Feb 21 , 2026
ପଟ୍ଟାମୁଣ୍ଡାଇ ୨୧/୨ – ଓଡିଶାର ବିଶିଷ୍ଟ ସ୍ତମ୍ଭକାର ନାଟ୍ୟକାର, ନାଟ୍ୟ ନିର୍ଦେଶକ ତଥା ଶିକ୍ଷକ ନେତା ଦିବଂଗତ ଦିବାକର ବିଶ୍ୱାଳଙ୍କ ୯୬ ତମ ଜନ୍ମ ଜୟନ୍ତୀ ସ୍ଥାନୀୟ କଷଣଅଂଟା ରାଧାରାଣୀ ମଣ୍ଡପରେ ପାଳିତ ହୋଇ ଯାଇଛି। ଓଡ଼ିଶା ସାହିତ୍ୟଏକାଡ଼େମୀ ଓ ଲେଖାଲେଖି ପ୍ରକାଶନର ମିଳିତ ଆୟୋଜନରେ ଆୟୋଜିତ ଜୟନ୍ତୀ ସଭାରେ ପ୍ରଦୀପ୍ତ କୁମାର ବେହୁରା ପୌରହିତ୍ୟ କରିଥିଲେ । ଏଥିରେ ରାଜନଗର ପୁର୍ବତନ ବିଧାୟକ ଡ଼ ଅଲେଖ ଜେନା, ନାଟ୍ୟକାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading