
ପଟ୍ଟାମୁଣ୍ଡାଇ ୨୭/୨-ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ବେଲତଳ ଠାକୁରପାଟଣା ବାସୁଦେବ ମନ୍ଦିର ପ୍ରାଙ୍ଗଣରେ ଶ୍ରୀମଦ ଭାଗବତ ପାରାୟଣ ସପ୍ତା ଗତ ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଶୁଭାଧିବାସ, ଭାଗବତପାରାୟଣ, ବଳିଦାନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଇ ଅବସରରେ ଆୟୋଜିତ ପ୍ରବଚନ କାର୍ଯ୍ୟକ୍ରମରେ ପୁରୀର, ପ୍ରବଚକ ଛନ୍ଦା ଚରଣ ଦାଶ, ଯାଜପୁରର ବାବାଜୀ ବିଜୟ ରାଘବେନ୍ଦ୍ର ଦାଶ, ବେଲତଳର ପଣ୍ଡିତ ତ୍ରିଜୀବ ଦାଶ ଓ କୃପାସିନ୍ଧୁ ଦାଶ ଯୋଗ ଦେଇ ଦିବ୍ୟ ପ୍ରବଚନ ଦେଇଥିଲେ । ଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଶହ ଶହ ଶ୍ରଦ୍ଧାଳୁ ଯୋଗ ଦେଇ ଭଗବତ କୃପା ଲାଭ କରିବା ସହିତ ପ୍ରସାଦ ସେବନ କରିଥିଲେ । ଏଥିରେ ବାସୁଦେବ ମନ୍ଦିର ପରିଚାଳନା କମିଟି ଉପଦେଷ୍ଟା ନୃସିଂହ ଚରଣ ପାଢ଼ୀ, ଅଧ୍ୟାପକ ମନୋଜ ପରିଡା, ମିଟୁ ମନୋଜ ନାୟକ ସୁଧାଂଶୁ ଶେଖର ଦାସ, ସରୋଜ ପାଢ଼ୀ ବିଭୁତି ଭୂଷଣ ଦାଶ, ପୂର୍ବତନ କାଉନସିଲର ଲଷ୍ମୀପ୍ରିୟା ପାଢ଼ୀ, କାଳନ୍ଦୀ ବେହେରା ପ୍ରମୁଖ ବହୁ ଗୋସେବକ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସନ୍ତୋଷ ପାଢ଼ୀ,ଅଜୟ ବେହେରା, ତପନ ଦାସ, ସୁବାଷ ବେହେରା, ଶ୍ରୀବତ୍ସ ଦାଶ ପ୍ରମୁଖ ପରିଚାଳନା କରିଥିଲେ ।
