+୨ ପରୀକ୍ଷାରେ ପଟ୍ଟାମୁଣ୍ଡାଇ କଲେଜ ଛାତ୍ରୀଛାତ୍ରଙ୍କ ସଫଳତା

  • ଛାତ୍ରଙ୍କୁ ଟପିଲେ ଛାତ୍ରୀ
  • ବାଣିଜ୍ୟ ୯୨. ୪%,କଳାରେ ୮୫. ୮% ଓ ବିଜ୍ଞାନରେ ୮୫. ୩% ପାସ ହାର
  • ପ୍ରୀତିମୟୀ ବାଣିଜ୍ୟ ଓ ଗୀତାଞ୍ଜଳି କଳା ଟପ୍ପର

blank
ପଟ୍ଟାମୁଣ୍ଡାଇ ୨୧/୫ ରାଜ୍ୟ +୨ କାଉନସିଲ ଆନୁକୂଲ୍ୟରେ ଆୟୋଜିତ +୨ କଳା ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଫଳାଫଳ ବୁଧବାର ପ୍ରକାଶ ପାଇଛି । ପଟ୍ଟାମୁଣ୍ଡାଇ କଲେଜର ୩୮୭ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ ସେଥିରୁ ୩୩୨ଜଣ ପାସ କରି ୮୫. ୫% ସଫଳତା ହାସଲ କରିଛନ୍ତି । ବିଜ୍ଞାନ ବିଭାଗରେ ୧୪୩ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୧୨୨ଜଣ ପାସ କରି ୮୫.୩ % ସଫଳତା ହାସଲ କରିଛନ୍ତି । ସେହିପରି ବାଣିଜ୍ୟ ବିଭାଗରେ ୧୩୨ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇ ୧୨୨ଜଣ ପାସ କରି ୯୨. ୪% ସଫଳତା ହାସଲ କରିଛନ୍ତି ।ଏହି ପରୀକ୍ଷାରେ ବାଣିଜ୍ୟ ବିଭାଗ ଛାତ୍ରୀଛାତ୍ର ମାନେ କଳା ଓ ବିଜ୍ଞାନ ଛାତ୍ରୀଛାତ୍ର ଙ୍କୁ ସଫଳତାରେ ଟପି ଯାଇଛନ୍ତି । ବାଣିଜ୍ୟ ବିଭାଗରେ ୭ଜଣ ୯୫% ମାର୍କ ରଖି ବିଶେଷ ସଫଳତା ହାସଲ କରିଛନ୍ତି ।ସେମାନଙ୍କ ମଧ୍ୟରେ ପ୍ରୀତିମୟୀ ଜେନା ୫୬୭,ପୂଜା ପ୍ରିୟଦର୍ଶନୀ ଦାସ ୫୫୯, ଲିପ୍ସା ଘଡେଇ ୫୫୧,ଶୁଭଶ୍ରୀ ନାୟକ ୫୪୩ ଶ୍ରଦ୍ଧାଞ୍ଜଳି ନାୟକ ୫୪୨ ସୁପ୍ରଭା ସେଠୀ ୫୪୦ ସେହିପରି +୨କଳା ବିଭାଗରେ ଗୀତାଞ୍ଜଳି ସାହୁ ୫୫୧ ରଖି ବିଶେଷ ସଫଳତା ହାସଲ କରିବା ସହିତ କଲେଜ ପାଇଁ ଗୌରବ ଆଣିଛନ୍ତି । ପଟ୍ଟାମୁଣ୍ଡାଇ କଲେଜର ୯୦%ରୁ ଉର୍ଦ୍ଧ ନମ୍ବର ରଖି ବିଶେଷ ସଫଳତା ହାସଲ କରିଥିବା ସମସ୍ତ କୃତି ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Next Post

ଆମ ଆଦମୀ ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Fri May 22 , 2026
କେନ୍ଦ୍ରାପଡ଼ା,୨୨ା୫:କେନ୍ଦ୍ରାପଡା ଜିଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ସହରର ଖଡିଅଙ୍ଗସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାର୍ଟିର ଉପସଭାପତି ବାନାମ୍ବାର ସାହୁ ଯୋଗଦେଇ କହିଲେ ଆମ୍ ଆଦମୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ ଓଡ଼ିଶାରେ ସମସ୍ତ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ପଞ୍ଚାୟତ ଏବଂ ପୈାରପରିଷଦ ନିର୍ବାଚନ ପାଇଁ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱରରେ ଚଳିତମାସ ୨୪ ତାରିଖ (ରବିବାର) ଦିନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading