ଗବେଷକ ନିରଞ୍ଜନ ମେକାପ ପାଇବେ କେନ୍ଦ୍ରାପଡା ଗୈାରବ ସମ୍ମାନ

blank
କେନ୍ଦ୍ରାପଡ଼ା,୨୩ା୩:କେନ୍ଦ୍ରାପଡା ମାଟିର ପୁଅ ଶିକ୍ଷାବୀତ ତଥା ଗବେଷକ ନିରଞ୍ଜନ ମେକାପ କେନ୍ଦ୍ରାପଡା ଗୈାରବ ସମ୍ମାନ-୨୦୨୬ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆସନ୍ତା ୨୮ତାରିଖ ସନ୍ଧ୍ୟାରେ ବସପୁର ଠାରେ ଆୟୋଜିତ ପ୍ରତିଭା ମହୋତ୍ସବ -୨୦୨୬ ଅବସରରେ ଗବେଷକ ଶ୍ରୀ ମେକାପଙ୍କୁ ଜିଲ୍ଲାର ସର୍ବୋଚ୍ଚ ସମ୍ମାନ ‘କେନ୍ଦ୍ରାପଡା ଗୈାରବ ସମ୍ମାନ’ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ସାହିତ୍ୟ ଓ ସଂସ୍କୃତି ଗବେଷଣା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଶ୍ରୀ ମେକାପଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଏଠାରେ ସୂଚନା ଯୋଗ୍ୟ ଯେ ଗବେଷକ ଶ୍ରୀ ମେକାପ ଶ୍ରୀ ଶ୍ରୀ ସିଦ୍ଧ ବଳଦେବ ଓ ତୁଳସୀ କ୍ଷେତ୍ର, ଜଗତଜନନୀ ଶାରଳା, ଇତିହାସ ପୃଷ୍ଟାରେ ଉଡ୍ର ସଭ୍ୟତା, କେନ୍ଦ୍ରାପଡା ନୈବେଦ୍ୟ ରସାବଳୀ, ଆର୍ଯ୍ୟପୁତ୍ର, ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର ଭଳି ୬ଟି ପୁସ୍ତକ ରଚନା କରିଥିବା ବେଳେ ଅଧୁନା ସ୍ୱର୍ଗେ ଇନ୍ଦ୍ର ମର୍ତ୍ତେ ନରେନ୍ଦ୍ର- କେନ୍ଦ୍ରାପଡା ଇତିହାସ ପୁସ୍ତକ ଯନ୍ତ୍ରସ୍ତ ଅଛି। ଏହା ବ୍ୟତିତ ଓଡିଶାର ବିଭିନ୍ନ ପତ୍ର ପତ୍ରିକା ଓ ସମ୍ବାଦପତ୍ର ଓ ସମ୍ପାଦକୀୟରେ ମଧ୍ୟ ଶ୍ରୀ ମେକାପଙ୍କ ଲେଖା ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି।

Next Post

ମେରା ଯୁବ ଭାରତ ପକ୍ଷରୁ ଶହୀଦ ଦିବସ ପାଳନ

Mon Mar 23 , 2026
କେନ୍ଦ୍ରାପଡ଼ା,୨୩ା୩:ମେରା ଯୁବ ଭାରତ(ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ), କେନ୍ଦ୍ରାପଡା ଓ ବଗଡା ସ୍ପୋର୍ଟସ ଏକାଡେମୀର ମିଳିତ ଆନୁକୂଲ୍ୟରେ ସୋମବାର ସକାଳେ ବଗଡା ହାଇସ୍କୁଲ ପଡିଆରେ ‘ଶହୀଦ ଦିବସ’ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଶିକ୍ଷାବୀତ ପ୍ରତାପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ଜିଲ୍ଲା ୟୁଥ ଅଫିସର ଗୋଲି ତିରୁପତି ରେଡ୍ଡୀ, ସଂଯୋଜକ ଲକ୍ଷ୍ମୀକାନ୍ତ ଜେନା, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ,ଶିକ୍ଷାବୀତ ରବିନ୍ଦ୍ର ପ୍ରସାଦ ଜେନା, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading