ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ପ୍ରଚାର ଅଭାବରୁ ହିତାଧିକାରୀଙ୍କ ସଂଖ୍ୟା ଆଶାନୁରୂପ ନଥିଲା

blank
ପଟ୍ଟାମୁଣ୍ଡାଇ ୨୦/୩–ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅସ୍ଥିଶଲ୍ୟ, ଶିଶୁ, ମାନସିକରୋଗ ଚକ୍ଷୁ,ଅସ୍ତ୍ରୋପଚାର ଆଦି ବିଭିନ୍ନ ବିଭାଗରେ ୨୬୯ ଭିନ୍ନକ୍ଷମ ପଞ୍ଜିକରଣ କରିଥିଲେ । ସେଥି ମଧ୍ୟରୁ ୨୧୬ ଭିନ୍ନକ୍ଷମଙ୍କୁ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ପରୀକ୍ଷା କରିଥିବା ୨୧୬ ଭିନ୍ନକ୍ଷମଙ୍କ ମଧ୍ୟରେ ମାନସିକ ବିକୃତ ୩୭,ଦୃଷ୍ଟି ବାଧିତ ୨୫, ଶ୍ରବଣବାଧିତ ୩୦ ଅସ୍ଥିଶଲ୍ୟ ୯୮ ଓ ଶିଶୁ ୨୬ଜଣ ସାମିଲଥିଲେ । ମାତ୍ର ଆବଶ୍ୟକ ପ୍ରଚାର ଅଭାବରୁ ହିତାଧିକାରୀଙ୍କ ସଂଖ୍ୟା ଆଶାନୁରୂପ ହୋଇନଥିଲା ବୋଲି ବହୁ ହିତାଧିକାରୀଙ୍କ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଶିବିରରେ ବିଭିନ୍ନ ବିଭାଗର ୨୧୬ ଭିନ୍ନକ୍ଷମଙ୍କୁ ଶିଶୁରୋଗ ବିଭାଗ, ଅସ୍ଥିଶଲ୍ୟ ବିଭାଗ, ଭେଷଜ ବିଭାଗ, କର୍ଣ୍ଣ ନାଶା ଗଳା ବିଭାଗ, ଚକ୍ଷୁ ରୋଗ ବିଭାଗ, ମାନସିକ ରୋଗ, ଶବଚ୍ଚ ବିଭାଗ, ମନୋତତ୍ୱ ବିଭାଗ ସମେତ ଅନ୍ୟାନ ବିଭାଗର ବିଶେଷଜ୍ଞମାନେ ଯୋଗ ଦେଇ ଭିନ୍ନକ୍ଷମମାନଙ୍କୁ ପରୀକ୍ଷା ନିରୀକ୍ଷା କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ବ୍ଲକ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ପଟ୍ଟାମୁଣ୍ଡାଇ ବିଡ଼ିଓ ଶୀତଲ ଅଗ୍ରୱାଲ ସମେତ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ପଂଚାୟତର ସରପଂଚ,ସମିତି ସଭ୍ୟ, ପିଇଓ,ଜି ଆର ଏସ ଓ ମେଡିକାଲ କର୍ମଚାରୀ ଯୋଗ ଦେଇଥିଲେ ।

Next Post

କରଞ୍ଜ-ଦହିମାଛ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣରେ ଦୂର୍ନୀତି ଘଟଣା , ସୂଚନା ଅଧିକାର କର୍ମୀଙ୍କ ଅଭିଯୋଗ ପରେ କ୍ୱାଲିଟି କଂଟ୍ରୋଲ ଡିଭିଜନ ପକ୍ଷରୁ ନମୁନା ସଂଗ୍ରହ

Fri Mar 20 , 2026
କେନ୍ଦ୍ରାପଡ଼ା,୨୦ା୩:କେନ୍ଦ୍ରାପଡା ୨ନମ୍ବର ପୂର୍ତ୍ତ ଡିଭିଜନ ଅଧିନ ଜିଲ୍ଳାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ କରଞ୍ଜ ଠାରୁ ଦହିମାଛ ରାସ୍ତା ଛଅ କୋଟି ୬୭ ଲକ୍ଷ ୭୭ହଜାର ଟଙ୍କା ବ୍ୟୟ ଅଟ୍ଟକଳରେ ମାତ୍ର ଦୁଇ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲା। ଏହି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅଧିନ ମହୁ ଗ୍ରାମର ସ୍ୱର୍ଗତ ପଦ୍ମନାଭ ଆଚାର୍ଯ୍ୟଙ୍କ ପୁଅ ସୂଚନା ଅଧିକାର କର୍ମୀ ଦୁଷ୍ମନ୍ତ ନାରାୟଣ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading