ଟିଉସନ୍‌ ବାହାନାରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ଶିକ୍ଷକ ଗିରଫ

blank

କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଏକ ସରକାରୀ ସ୍କୁଲର ଶିକ୍ଷକଟିଉସନ୍‌ ଦେବା ବାହାନାରେ ନାବାଳିକା ଙ୍କୁ  ଅସଦାଚରଣ କରୁଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଘଟଣା ପ୍ରକାଶ ପାଇବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗିରଫ ଶିକ୍ଷକଜଣକ ବାଲେଶ୍ୱର ଜିଲାର ନିବାସୀ ଏବଂ ୨୦୨୨ ମସିହାରୁ ଏହି ସ୍କୁଲରେ କାର୍ଯ୍ୟରତ ଥିଲେ ।ଅଭିଯୋଗ ଆଧାରରେ ପୋଲିସ କେସ ନମ୍ବର 134/24  ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ଜଗନ୍ନାଥ ପାଣୀଗ୍ରାହୀ ସୂଚନା ଦେଇଛନ୍ତି। ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି।ଏହି ଘଟଣା ପରେ ଅଭିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୋଲିସ ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ପାଇଁ ତଦନ୍ତ ଜାରି ରଖିଛି।

Next Post

ଉତ୍ସର୍ଗୀକୃତ ମନୋଭାବ, ଅଙ୍ଗୀକାରବଦ୍ଧତା ଶିକ୍ଷାପ୍ରୀତୀ ରଖିଲେ ଗୁଣାତ୍ମକ ଶିକ୍ଷାର ମାନ ବଢେ

Wed Apr 22 , 2026
ପଟ୍ଟାମୁଣ୍ଡାଇ କଲେଜ ସୁବର୍ଣ୍ଣ ଜୟନ୍ତି ଉତ୍ସବର ଦ୍ୱିତୀୟ ଦିବସ ପଟ୍ଟାମୁଣ୍ଡାଇ ୨୨/୪ -ନୀତି-ନୈତିକତା ସମ୍ପନ୍ନ ଦକ୍ଷ-ଅଭିଜ୍ଞ ଶିକ୍ଷକ ବା ଅଧ୍ୟାପକ ଶିକ୍ଷାକୁ ଜୀବିକା,ବୃତି ବା ପେଶା ନ କରି ନିଶା, ବ୍ରତ ବା ଜୀବନଧର୍ମରେ ପରିଣତ କଲେ ସେମାନଙ୍କ ଭିତରେ ଜନ୍ମନିଏ ଉତ୍ସର୍ଗୀକୃତ ମନୋଭାବ, ଅଙ୍ଗୀକାରବଦ୍ଧତା ଶିକ୍ଷାପ୍ରୀତି। ଶିକ୍ଷାବୃତି ପ୍ରତି ଶ୍ରଦ୍ଧା,ପ୍ରୀତି ଅକ୍ଷୁର୍ଣ୍ଣ ରଖିପାରିଲେ ଗୁଣାତ୍ମକ ଶିକ୍ଷାର ମାନ ଆପେଆପେ ବଢ଼ିଚାଲେ । ମାତ୍ର ସବୁପ୍ରକାର ଭିତିଭୂମି ଓ ସୁବିଧା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading