ପୂର୍ବତନ ରାଷ୍ଟ୍ରପତି ଡଃ. କଲାମଙ୍କ ଜୟନ୍ତୀ ପାଳନ

blank
କେନ୍ଦ୍ରାପଡା ୧୫/୧୦ –ଭାରତର ପୂର୍ବତନ ରାଷ୍ରପତି ତଥା ଭାରତରତ୍ନ ଡଃ ଏ. ପି.ଜେ.ଅବଦୁଲ କଲାମ ସ୍ମୃତି କମିଟି ତରଫରୁ ପୂର୍ବତନ ରାଷ୍ଟ୍ରପତି ଡଃ. କଲାମଙ୍କ ୯୪ତମ ଜୟନ୍ତୀ ପାଳନ କରାଯାଇଥିଲା । ମେଡିକାଲ ରୋଡରେ ଥିବା ଡଃ. ଅବଦୁଲ୍ କଲାମଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ସଂଘର କାର୍ଯ୍ୟକାରୀ ସଭାପତି ବ୍ରଜକିଶୋର ଜେନା ଅଧ୍ୟକ୍ଷତା କରିଥିଲେ । ସାମରିକ କ୍ଷେତ୍ରରେ ଭାରତରକୁ ଶକ୍ତିଶାଳୀ କରିବାରେ ଡଃ. କଲାମଙ୍କ ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସାମରିକ ଶକ୍ତି ବୃଦ୍ଧି ସହ ଶିକ୍ଷା, ଅର୍ଥନୀତି କ୍ଷେତ୍ରରେ ଦେଶକୁ ଆଗେଇ ନେବା ଦିଗରେ ଡଃ କଲାମ ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ଚିର ସ୍ମରଣୀୟ ହୋଇ ରହିବେ । ସଭାରେ ସ୍ମୃତି କମିଟିର ଆବାହକ ହେମନ୍ତ କୁମାର ଜେନା, ରବୀନ୍ଦ୍ର ନାଥ ରଥ, ଗୋପିନାଥ ବାରିକ, କାଶୀନାଥ ରାଉତରାୟ, ହିରଣ୍ୟ କୁମାର ପଣ୍ଡା ପ୍ରମୁଖ ସ୍ମୃତିଚାରଣ କରିଥିଲେ ।

Next Post

ହୀରକ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

Wed Oct 15 , 2025
ପଟ୍ଟାମୁଣ୍ଡାଇ ୧୫/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ହରେକୃଷ୍ଣ ନୋଡାଲ ହାଇସ୍କୁଲର ପରିସରରେ ହୀରକ ଜୟନ୍ତୀ ଉତ୍ସବ ପାଳନ ପାଇଁ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ତରଫରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ସଂସଦ ପକ୍ଷରୁ ନାରାୟଣ ବେହେରାଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଆୟୋଜିତ ଏକ ବୈଠକରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ହୀରକ ଜୟନ୍ତୀ ସମାରୋହକୁ ଆଡ଼ମ୍ବର ସହକାରେ ପାଳନ କରିବା ପାଇଁ ନିଷ୍ପତି ନେଇଥିଲେ। ଚଳିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading