ପରୀକ୍ଷା ସମୟରେ ବିଦ୍ୟାଳୟ ପରିସର କିମ୍ବା ଖେଳପଡିଆକୁ କେହି ବ୍ୟବହାର କରିପାରିବେନି : ଜିଲ୍ଲାପାଳ

କେନ୍ଦ୍ରାପଡା,୧୬ା୨: ଆସନ୍ତା ମାଟ୍ରିକ ପରୀକ୍ଷା ଦୃଷ୍ଟିରୁ ଜିଲ୍ଲାର କୈାଣସି ବିଦ୍ୟାଳୟର ଶ୍ରେଣୀଗୃହ, ବିଦ୍ୟାଳୟ ପରିସର କିମ୍ବା ଖେଳପଡିଆକୁ କେହି କ୍ରୀଡା ବା ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ ବ୍ୟବହାର କରିପାରିବେନି ବୋଲି ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଏକ ନିର୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦେଶନାମାରେ କୁହାଯାଇଛି ଯେ ଚଳିତ ଫେବୃୟାରୀମାସ ୧୮ତାରିଖରୁ ଆସନ୍ତା ମାର୍ଚ୍ଚମାସ ୨୭ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟର ମାଟ୍ରିକ ଏବଂ ଅନ୍ୟାନ୍ୟ ପରୀକ୍ଷା ଅନୁଷ୍ଠିତ ହେଉଥିବାରୁ ସେହି ସମୟ ମଧ୍ୟରେ ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟର ଶ୍ରେଣୀଗୃହ, ପରିସର ଏବଂ ଖେଳପଡିଆକୁ କ୍ରୀଡା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ କେହି ବ୍ୟବହାର କରିପାରିବେ ନାହିଁ। ଯଦି କେହି ବ୍ୟବହାର କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳଙ୍କ ଏହି ନିର୍ଦେଶନାମା (ଅର୍ଡର ନମ୍ବର-୧୫୦୮ ତା ୧୫. ୦୨. ୨୦୨୫ରିଖ)ରେ ଉଲ୍ଲେଖ ରହିଛି। ଜିଲ୍ଲାପାଳଙ୍କ ଏପରି ନିର୍ଦେଶକୁ ଜିଲ୍ଲାବାସୀ ସ୍ୱାଗତ କରିଛନ୍ତି।

Next Post

କଖାରୁଣୀରେ ମିଳିତ ଜନଶୁଣାଣୀ ଶିବିର

Mon Feb 17 , 2025
ପଟ୍ଟାମୁଣ୍ଡାଇ ୧୭/୨ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ଗ୍ରାମ ପଂଚାୟତଠାରେ ସୋମବାର ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ପଟ୍ଟାମୁଣ୍ଡାଇ ବିଡିଓ ଶୁଭ୍ରାଂଶୁ ସାହୁ, ତହସିଲଦାର ପଂଚାନନ ନାୟକ, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading