ପଟ୍ଟାମୁଣ୍ଡାଇ ୫/୩ -ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ଜଣେ ନାବାଳିକା +୨ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସର ନିରବତାକୁ ବିରୋଧ କରି ଏବିଭିପି ଛାତ୍ରୀଛାତ୍ର ମାନେ ଥାନା ଘେରାଉ କରିଛନ୍ତି। ସଠିକ ଓ ନିରପେକ୍ଷ ଭାବେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ମୃତାଛାତ୍ରୀଙ୍କୁ ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ଛାତ୍ର ସଂଘଠନ ସମଗ୍ର ରାଜ୍ୟରେ ବିକ୍ଷୋଭ କରିବେ ବୋଲି ଚେତାବନୀ ଦେଇଛନ୍ତି । […]

ପଟ୍ଟାମୁଣ୍ଡାଇ ୫/୩ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ବୁଧବାର ଜଣେ ମୋଟର ସାଇକେଲ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଲୁଟେରା ଜଣକ ହେଲା କେନ୍ଦ୍ରାପଡା ସଦର ଥାନା ଜାଗୁଳାଇପଡା ଅଂଚଳର ଦିପକ ସେଠୀ (୨୨)। ପୋଲିସ ୨ଟି ମୋଟର ସାଇକେଲ ଜବତ କରିଛି। ସୂଚନା ଅନୁସାରେ ଗତ ୨୧ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ଗ୍ରାମର ସୁଶାନ୍ତ ଦାଶ ପଟ୍ଟାମୁଣ୍ଡାଇ କୋର୍ଟ କାମସାରି ଘରକୁ ଯିବା […]

ପଟ୍ଟାମୁଣ୍ଡାଇ ୫/୩ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଫେରାର ଥିବା ଆସାମୀକୁ ବୁଧବାର ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଜଣଙ୍କ ହେଉଛନ୍ତି ପିତାମ୍ବର ମଲିକ (୫୨ )। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଗତ ୨୦୨୪ ଜାନୁଆରି ୩୦ରେ ନାବାଳିିକା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ପୋଲିସ କେସ ନଂ ୩୭/୨୦୨୪ ରୁଜୁ କରି ତଦନ୍ତ […]

କେନ୍ଦ୍ରାପଡ଼ା,୫ା୩: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଖୁରୁଷିଆ ଗ୍ରାମ ପଞ୍ଚାୟତର ବାନ୍ଧକୁଦ ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ରଦ୍ୱୟ ହେଉଛନ୍ତି ବାନ୍ଧକୁଦ ଗ୍ରାମର ସଞ୍ଜୟ ମହାପାତ୍ରଙ୍କ ପୁଅ ଦୁର୍ଗାପ୍ରସାଦ (୧୨) ଓ ମାନସ ମହାପାତ୍ରଙ୍କ ପୁଅ ମନୋରଞ୍ଜନ (୧୩)। ଖବର ଅନୁଯାୟୀ୨ଜଣ ଛାତ୍ର ସ୍ଥାନୀୟ ଉପ୍ରା ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ। ଛାତ୍ରଦ୍ୱୟ ବିଦ୍ୟାଳୟରୁ ଫେରି ଘରକୁ ନଯାଇ ଗ୍ରାମରେ ହେଉଥିବା […]

ପୁଣି ଚର୍ଚ୍ଚାରେ ସନ୍ତୋଷ ରାଉଳ ଓରଫ ସାରଥି । କେନ୍ଦ୍ରାପଡ଼ା ବାରିମୂଳ ଫେରିବାକୁ ହାଇକୋର୍ଟ ସାରଥୀଙ୍କ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ଦେଲେ ସର୍ତ୍ତମୂଳକ ଅନୁମତି। ୨ ମାସକୁ କେବଳ ଥରେ କେନ୍ଦ୍ରାପଡ଼ା ବାରିମୂଳ ଯିବାକୁ ଅନୁମତି। କୋର୍ଟଙ୍କ ନିର୍ଦ୍ଦେଶନୁସାରେ, ଝବକ୍ସବଗ୍ଧଷସ ଆଶ୍ରମ ଯାଇପାରିବେନି କି ରାତିରେ କେନ୍ଦ୍ରାପଡ଼ାରେ ରହିପାରିବେନି। ସକାଳ ସାଢ଼େ ୫ରୁ ସଂଧ୍ୟା ସାଢ଼େ ୫ ମଧ୍ୟରେ ଦେଖା କରିପାରିବେ। ଏଥିପାଇଁ […]

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗର ସହକାରୀ ପ୍ରଫେସର ଡକ୍ଟର ନରେଶ ରାଉତଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି । ପର୍ବତେଶ୍ୱର ସାହିତ୍ୟ ଓ ସଂସ୍କୃତି ସଂସଦ, ବାଙ୍କୀ, କଟକର ଆନୁକୁଲ୍ୟରେ ଗୋବିନ୍ଦ ସଦନ ଭୁବନେଶ୍ୱର ଠାରେ ୧୯ ତମ ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ଅୟୋଜିତ ହୋଇଥିଲା । ଏଥିରେ ରାଜ୍ୟର ବହୁ ପ୍ରତିଭାଧାରୀ ବ୍‌୍ୟକ୍ତିଙ୍କୁ ସମ୍ମାନୀତ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୂର୍ବତନ […]

କେନ୍ଦ୍ରାପଡା,୪ା୩: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଏକ ଗ୍ରାମର ଜନୈକ ମହିଳାଙ୍କୁ ଗାଁଦାଣ୍ଡରେ ଉଲଗ୍ନ କରି ମାଡ ମାରିବା ଘଟଣାରେ ସଦର ଥାନା ପୋଲିସ ଆକ୍ରମଣର ଶିକାର ମହିଳା ବିରୋଧରେ ମାମଲା ରୁଜୁ କରିବା ଘଟଣା ସାଧାରଣରେ ଆଶ୍ଚର୍ଯ୍ୟଚକିତ କରିଛି। ସେହିପରି ମହିଳା ଜଣକ ପ୍ରଥମେ ଅଭିଯୋଗପତ୍ର ଦେଇଥିବା ବେଳେ ତାଙ୍କ ଅଭିଯୋଗପତ୍ରକୁ ପୋଲିସ ଗୌଣ କରିଦେଇଛି। ଅପରପକ୍ଷରେ ଯେଉଁମାନେ ମହିଳାଙ୍କୁ ଉଲ୍ଲଗ୍ନ କରି ମାଡମାରିଲେ ସେମାନଙ୍କ ଅଭିଯୋଗକୁ ପୋଲିସ […]

କେନ୍ଦ୍ରାପଡ଼ା, ୪ା୩ : ଦଳୀୟ ନିର୍ବାଚନ ନିମନ୍ତେ ବିଜୁ ଜନତାଦଳ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ବ୍ଲକ ଓ ପୈାରାଞ୍ଚଳ ପାଇଁ ସହକାରୀ ନିର୍ବାଚନ ଅଧିକାରୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏନେଇ ମଙ୍ଗଳବାର ଗରାପୁରସ୍ଥିତ ଜିଲ୍ଲା ବିଜେଡି ନିର୍ବାଚନ ଅଧିକାରୀ ଆଇନଜୀବୀ ଭୀମସେନ ଭୂୟାଁଙ୍କ ଅଧ୍ୟକ୍ଷତାରେ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେଡି ପକ୍ଷରୁ ଆସନ୍ତା ଦଳୀୟ ନିର୍ବାଚନ କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ […]

କେନ୍ଦ୍ରାପଡା,୪ା୩: ଭିନ୍ନକ୍ଷମଙ୍କ ସଶକ୍ତିକରଣ ଦିଗରେ କାର୍ଯରତ ପୁନର୍ବାସ ଅନୁଷ୍ଠାନ ତରଫରୁ ଟେକ୍ନୋ-ସକ୍ଷମ ମିଶନର ଶୁଭାରମ୍ଭ ଫାଲଗୁନ ଶୁକ୍ଳ ପଞ୍ଚମୀର ପବିତ୍ର ତିଥିରେ କରାଯାଇଛି। ଏଥି ନିମନ୍ତେ ସ୍ଥାନୀୟ ମାଧପୁରସ୍ଥିତ ଅମର ଉଦ୍ୟାନଠାରେ ଓଡ଼ିଶା ନଲେଜ୍ କର୍ପୋରେସନ ଲିମିଟେଡ୍‌ର ପ୍ରଚାର ରଥକୁ କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଓକେସିଲ ଅଧୀନରେ ଏକ ଅନୁମୋଦିତ ଶିକ୍ଷାକେନ୍ଦ୍ର ଭାବେ ପୁନର୍ବାସଠାରେ ନୂତନ ସ୍କିଲିଂ ଏବଂ କମ୍ପ୍ୟୁଟର […]

କେନ୍ଦ୍ରାପଡ଼ା,୪ା୩: ରାଜନଗରର ସମନ୍ୱିତ ଶିଶୁ ବିକାଶ ଅଧିକାରୀ (ସିଡିପିଓ)ଙ୍କ ଅଙ୍ଗନୱାଡି କର୍ମୀଙ୍କ ପ୍ରତି ଅଶାଳୀନ ବ୍ୟବହାରରେ ଅତିଷ୍ଟ ହୋଇ ନ୍ୟାୟ ପାଇଁ ରାଜନଗର ଅଙ୍ଗନୱାଡି କର୍ମୀମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦୁର୍ନୀତି ଖୋର ସିଡିପିଓଙ୍କୁ ଅନ୍ୟତ୍ର ବଦଳି କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଗତମାସ ୨୪ ତାରିଖରେ ରାଜନଗର ସେକ୍ଟର ଅଙ୍ଗନୱାଡି କର୍ମୀଙ୍କ ଏକ ବୈଠକ ରାଜନଗର ସିଡିପିଓଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେଉଥିଲା । […]