ପଟ୍ଟାମୁଣ୍ଡାଇ ତା୧୦/୧-ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ ମହାବିଦ୍ୟାଳୟର ୨୫ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଶ୍ରୀଧର ବେହେରା ଆନୁଷ୍ଠାନିକ ଭାବେ କ୍ରୀଡା ପତାକା ଉତ୍ତୋଳନ କରି ବାର୍ଷୀକ କ୍ରୀଡା ଉତ୍ସବର ଶୁଭ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏମ ଏନ ହାଇସ୍କୁଲ କ୍ରୀଡା ଶିକ୍ଷକ ଶଶାଙ୍କ ଶେଖର ସାହୁ, ସହକାରୀ ଶିକ୍ଷକ ଶ୍ରୀକାନ୍ତ ମଲିକ, ମହିଳା କଲେଜ କ୍ରୀଡା […]
ODISHA
ପଟ୍ଟାମୁଣ୍ଡାଇ ୧୦/୧ – ପଟ୍ଟାମୁଣ୍ଡାଇ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ଜ୍ଞାନ ଅର୍ଥନୀତି ସସ୍ଥାୟୀ ବିକାଶ ଅଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନା ଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ବିଶ୍ଳେଷଣାତ୍ମକ ଏବଂ ପ୍ରୟୋଗାତ୍ମକ ଅର୍ଥନୀତି ବିଭାଗ ପ୍ରଫେସର ସୁଧାକର ପାତ୍ର ଯୋଗ ଦେଇ ଜ୍ଞାନ ଅର୍ଥନୀତିର ଦୃଢ଼ ଭିତିଭୂମି ପାଇଁ ସର୍ବପ୍ରଥମେ ବିଜ୍ଞାନ ଭିତିକ […]
କେନ୍ଦ୍ରାପଡ଼ା,୯ା୧:ଜମଧର ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ଶୁକ୍ରବାର ଜିଲ୍ଲାସ୍ତରୀୟ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି। ଜିଲ୍ଲାପାଳ ସରକାରୀ ନିୟମ ଅନୁଯାୟୀ ସମସ୍ତ ପଞ୍ଜିକୃତ ଚାଷୀମାନଙ୍କ ଧାନ ନିର୍ଦ୍ଧାରିତ ସମୟରେ ଶୃଙ୍ଖଳିତ ଭାବେ କ୍ରୟ କରିବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ସ୍ଥିରିକୃତ ନିୟମାବଳୀ […]
ପଟ୍ଟାମୁଣ୍ଡାଇ ତା୯/୧ – ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଦାଣ୍ଡିସାହି ପିଏମଶ୍ରୀ ଜୟହିନ୍ଦ ହାଇସ୍କୁଲର ୬୪ତମ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ପୂର୍ବତନ ପ୍ରଧାନଶିକ୍ଷକ ଶିକ୍ଷାବିତ ରଂଜିତ ମଲ୍ଲିକ ମୁଖ୍ୟ ଅତିଥି, ବ୍ରାହ୍ମଣୀ କଲେଜ ଓଡ଼ିଆ ଅଧ୍ୟାପକ ମନୋରଞ୍ଜନ ସାହୁ ମୁଖ୍ୟବକ୍ତା ଚୌଦକୁଲାଟ ଫାଣ୍ଡି ଅଧିକାରୀ ନୃସିଂହ ମହାନ୍ତି,ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧକ୍ଷ […]
କେନ୍ଦ୍ରାପଡ଼ା,୯ା୧:ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ ବଡହାଟସ୍ଥିତ ବିଶିଷ୍ଟ ଶିକ୍ଷାବିତ ହୃଷିକେଶ ସିଂହଙ୍କ ଧର୍ମପତ୍ନୀ ସ୍ୱର୍ଗତା ସତ୍ୟଭାମା ସିଂହଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି କମିଟି ସଭାପତି ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସଞ୍ଜୟ କୁମାର ଜେନା, ବରିଷ୍ଠ ଆଇନଜୀବୀ ଗଗନବିହାରୀ ଜେନା, ନିରଞ୍ଜନ ମେକାପ, ସଂଗଠନ ସମ୍ପାଦକ […]
କେନ୍ଦ୍ରାପଡ଼ା,୮ା୧: କେନ୍ଦ୍ରାପଡା ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ କେନ୍ଦ୍ରାପଡା ନବବର୍ଷ ଉପଲକ୍ଷେ ପୌରାଞ୍ଚଳ ଅନ୍ତର୍ଗତ ଖଡିଅଙ୍ଗ କାର୍ଯ୍ୟାଳୟରେ ଏକ ବନ୍ଧୁମିଳନ ଉତ୍ସବ ମଞ୍ଚର ପ୍ରତିଷ୍ଠାତା ସଭାପତି ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମହା ମିଳନର ଶୁଭ ଅବସରରେ ପ୍ରତେକଟି ସଦସ୍ୟ ସଦସ୍ୟା ପରସ୍ପରକୁ ଫୁଲ ଚନ୍ଦନ ମଣ୍ଡନ କରି କରମର୍ଦ୍ଦନ ପୂର୍ବକ ବନ୍ଧୁତ୍ୱର ସୁଖ ବାଣ୍ଟିବା ସହ ନବବର୍ଷକୁ ସ୍ୱାଗତ କରିଥିଲେ । […]
ପଟ୍ଟାମୁଣ୍ଡାଇ ତା୮/୧ – ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଦାଣ୍ଡିସାହି ପିଏମ ଶ୍ରୀ ଜୟହିନ୍ଦ ହାଇସ୍କୁଲରେ ଗତକାଲି ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ ପୂର୍ବତନମନ୍ତୀ ତଥା କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ, ସବୁ ପିଲା ପାଠ ପଢି ଆଇଏଏସ, ଓଏଏସ, ଡାକ୍ତର, ଇଂଜିନିୟର ହେବେ ବୋଲି ଆଶା […]
ପଟ୍ଟାମୁଣ୍ଡାଇ -ତା୭.୧- କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ସର୍ବପୂରାତନ ଶିକ୍ଷାନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ କାର୍ଯ୍ୟ ନିର୍ବାହୀ କମିଟିର ଏକ ସଭା ଛାତ୍ର ସଂସଦର ସଭାପତି ଶଚିନନ୍ଦନ ଦାସଙ୍କ ସଭାପତିତ୍ବରେ ବିଦ୍ୟାଳୟ ସଭାଗୃହ ପରିସରରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ସଭାରେ ବରିଷ୍ଠ ଉପଦେଷ୍ଟା ପ୍ରଫେସର ଦୁର୍ଯୋଧନ ପରିଡା,ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର ,ପ୍ରଧାନ ଶିକ୍ଷକ ଅଶୋକ କୁମାର ରାଉତରାୟ , ସମ୍ପାଦକ ପ୍ରାକ୍ତନ […]
କେନ୍ଦ୍ରାପଡ଼ା,୮ା୧:ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କନ୍ତିଆ ଗ୍ରାମର କୃଷକ ତଥା ସଂଗଠନର ସଭ୍ୟ ସ୍ୱର୍ଗତ ଭାଷ୍କର ଚନ୍ଦ୍ର ବରାଳଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧଦିବସ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ତାଙ୍କ କନ୍ତିଆସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲା ଉପଦେଷ୍ଟା ଦାଶରଥୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସମାଜସେବୀ କେଦାର ସାମନ୍ତରାୟ, ମୁଖ୍ୟବକ୍ତା ଭାବେ ବିଜୟ କୁମାର ଦାସ, ସଂଗଠନର […]
କେନ୍ଦ୍ରାପଡ଼ା,୮ା୧:ରାଜ୍ୟ ନିର୍ବାଚନ କମିଶନର ମଧୁସୁଦନ ପାଢ଼ୀ କେନ୍ଦ୍ରାପଡ଼ା ଗସ୍ତରେ ଆସି ଜିଲ୍ଲାପାଳ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହିତ ପଞ୍ଚାୟତ ନିର୍ବାଚନ ୨୦୨୭ ଏବଂ ପୌର ପରିଷଦର ଆଗାମୀ ନିର୍ବାଚନ ଉପରେ ସମୀକ୍ଷା କରିଛନ୍ତି। ବାଲାଟ ବକ୍ସ ମହଜୁଦ ଏବଂ ତାହାର ସ୍ଥିତି, ଜିଲ୍ଲାର ଜନସଂଖ୍ୟା ପରିସଂଖ୍ୟାନ, ଅସ୍ଥାୟୀ ବୁଥ୍, ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁଥ୍, ଘରକୁ ଘର ସର୍ଭେ, ପ୍ରାର୍ଥୀ ସଂରକ୍ଷିତ ତାଲିକା, ଭୋଟ ଗଣତି ମତାମତ […]

