ପଟ୍ଟାମୁଣ୍ଡାଇ ତା ୩୧/୧-ଆଗାମୀ ଗ୍ରୀଷ୍ମ ଋତୁରେ ପାନୀୟଜଳର ଜରୁରୀ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟର ସ୍ଥିତି ଅଗ୍ରଗତି ସମ୍ପର୍କ ରେ ସ୍ୱତନ୍ତ୍ର ସମୀକ୍ଷା ପାଇଁ ଆଜି ପଟାମୁଣ୍ଡାଇ ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ସ୍ୱତନ୍ତ୍ର ଅଧିବେଶନ ଆହ୍ୱାନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ […]
ODISHA
କେନ୍ଦ୍ରାପଡ଼ା,୨୯ା୧:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତ ବାର୍ଷିକ ଅବସରରେ କେନ୍ଦ୍ରାପଡ଼ାର ନିଳିକଣା ସ୍ଥିତ ଚେମା ଦାସ ମଠ ପଡିଆରେ ତିନି ଦିନ ଧରି ସମଗ୍ର ହିନ୍ଦୁ ସମାଜ ଦ୍ୱାରା ଏକ ଭବ୍ୟ ହିନ୍ଦୁ ସମ୍ମିଳନୀ ଓ ଭାରତ ମାତାଙ୍କ ପୂଜାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରମ ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜାଜୀଙ୍କ କରକମଳରେ ସୋମବାର ଉଦ୍ଘାଟନ ହୋଇ ବୁଧବାର ଅଖିଳ ଭାରତ ଧର୍ମ ଜାଗରଣ କ୍ଷେତ୍ର ପ୍ରମୁଖ ବିନୟ କୁମାର […]
କେନ୍ଦ୍ରାପଡ଼ା,୩୦ା୧:ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ସଡ଼କ ସୁରକ୍ଷା ସମ୍ପର୍କିତ ସଚେନତା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଏହି ମାସେ ବ୍ୟାପି ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନସଚେତନତା ଶିବିର, ଆଖି ପରୀକ୍ଷା ଶିବିର, ରକ୍ତଦାନ ଶିବିର, କର୍ମଶାଳା, ଲୋକନୃତ୍ୟ ଆୟୋଜନ ସହିତ ବିଭିନ୍ନ ସ୍କୁଲ ଏବଂ କଲେଜ ମାନଙ୍କରେ ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା। ଆଜି ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର. ଆୟାର […]
କେନ୍ଦ୍ରାପଡ଼ା,୩୦ା୧:କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଗ୍ରାମରେ ରହୁଥିବା ୩ ଜଣ ବାଂଲାଦେଶୀଙ୍କୁ ଦେଶାନ୍ତର କରାଯାଇଛି। ସେମାନେ ହେଉଛନ୍ତି ମୁନତାଜ ଖାନ୍(୬୪), ଅମୀନା ବିବି(୭୦)ଓ ଇନ୍ସାନ ଖାନ୍(୫୮)। ଏମାନେ ୧୯୭୦ ମସିହାରେ ବାଂଲାଦେଶରୁ କେନ୍ଦ୍ରାପଡ଼ା ପଳାଇ ଆସିଥିଲେ। ସେବେଠାରୁ ସେମାନେ ଏହି ଜିଲାରେ ରହୁଛନ୍ତି। ପ୍ରଶାସନ ପକ୍ଷରୁ ଅନୁପ୍ରବେଶକାରୀ ଯାଞ୍ଚ ଅଭିଯାନ ସମୟରେଗୋଟିଏ ପରିବାରର ଏହି ୩ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଏମାନେ ଦୁଇ ଭାଇ ଓ ଭଉଣୀ ବୋଲି ଜଣାପଡିଛି। […]
ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ କଟୁରିରେ ଆଘାତ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ। ଉଭୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧିନ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ମାଳିପୁର ଗାଁରେ । ଗତକାଲି ବିଳମ୍ବିତ ରାତ୍ରୀରେ ମାଳିପୁର ଗ୍ରାମର ପ୍ରତାପ ମଳିକ ଓ ସ୍ତ୍ରୀ ଭାରତୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା।ଶେଷରେ ସ୍ୱାମୀ ପ୍ରତାପ ଉତ୍ୟକ୍ତ ହୋଇ ଧରିଥିବା କଟୁରିରେ […]
ପଟ୍ଟାମୁଣ୍ଡାଇ ୨୪/୧ -ପଟ୍ଟାମୁଣ୍ଡାଇ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ଅଂଚଳର ଅନ୍ୟତମ ଗଣପର୍ବ ଓ ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ୭୭ତମ ବିଶ୍ୱଶାନ୍ତି ମହାଯଜ୍ଞର ପାରମ୍ପରିକ ରୀତିନୀତି ଅନୁଯାୟୀ ଶନିବାର ପଣ୍ଡିତ ବ୍ରହ୍ମାନନ୍ଦ ନନ୍ଦ ଓ ଭ୍ରମରବର ତ୍ରିପାଠୀଙ୍କ ଯଥାବିଧି ପୂଜାର୍ଚନା ଓ ମନ୍ତ୍ରଧ୍ୱନି ମଧ୍ୟରେ ଏହି ଯଜ୍ଞର ଶୁଭ ଦିଆଯାଇଥିଲା । ଏହି ଉପଲକ୍ଷେ କଳସ ଶୋଭାଯାତ୍ରା ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିରରୁ ବାହାରି ବାଲିପଡ଼ା ବ୍ରାହ୍ମଣୀ ନଦୀ ଘାଟ ପର୍ଯ୍ୟନ୍ତ […]
ପଟ୍ଟାମୁଣ୍ଡାଇ ୨୪/୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ କୋର୍ଟ ପରିସରରୁ ହୋଇଥିବା ବାଇକ ଚୋରୀ ମାମଲାର ବିଚାର କରି ପଟ୍ଟାମୁଣ୍ଡାଇ ଅତିରିକ୍ତ ଦେବାନୀ ଅଦାଲତର ବିଚାରପତି ଡି କେ ବାଲକିଷ୍ଣନ ଅଭିଯୁକ୍ତ ଦୀପକ ସେଠୀଙ୍କୁ ୨ ବର୍ଷ ୨ ମାସ ୧୫ ଦିନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସେ ଗତ 10 ମାସ ହେବ ଜେଲରେ ଅଛନ୍ତି । ଆଊଏକ ବର୍ଷ ଚାରି ମାସ ପନ୍ଦର ଦିନ ଦଣ୍ଡାଦେଶ କ;ଇବେ ବୋଲି […]
କେନ୍ଦ୍ରାପଡ଼ା,୨୪ା୧:ପିଏମଶ୍ରୀ କୋରୋ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ବରାଳ ମୁଖ୍ୟଅତିଥି ଭାବେ ଯୋଗଦେଇ କନ୍ୟା ମାନେ ଦୁର୍ବଳ ନୁହଁନ୍ତି। ଏ କ୍ଷେତ୍ରରେ ସାମାଜିକ ସଚେତନତାର ଅଭାବ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ରୂପେ ସ୍କୁଲ୍ ପରିଚାଳନା ସମିତି […]
ଥାନାରେ ଏତଲା , ପୋଲିସର ତଦନ୍ତ ,ଶ୍ୱଶୁରକୁ ଅଟକ ପଟ୍ଟାମୁଣ୍ଡାଇ ୨୩/୧ – କନ୍ୟା ସନ୍ତାନ ଜନ୍ମ ଦେବାରୁ ଶ୍ୱଶୁର ତାଙ୍କ ବୋହୁକୁ ଜୀବନ୍ତ ଜାଳି ମାରି ଦେବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଡାମରପୁର ଗାଁରୁ ଆସିଛି । ଡାମପୁର ଗ୍ରାମର ସସ୍ମିତା ଦାସ ଓ ତାଙ୍କ ୩ବର୍ଷର କନ୍ୟା ଘରେ […]
କେନ୍ଦ୍ରାପଡ଼ା,୨୨ା୧:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଦର୍ଶନଶାସ୍ତ୍ର ବିଭାଗ ଆନୁକୂଲ୍ୟରେ “ସତ୍ୟତା,ଶାଳିନତା ଓ ବିନମ୍ରତା ଦ୍ୱାରା ଉତ୍ତମ ମଣିଷ ଗଠନ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଦର୍ଶନଶାସ୍ତ୍ର ବିଭାଗ ମୁଖ୍ୟ ପ୍ରାଧ୍ୟାପକ ସତ୍ୟରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ଜେନା ଯୋଗଦେଇ କହିଲେ ଛାତ୍ରଛାତ୍ରୀମାନେ ଜୀବନରେ ସଫଳତା ହାସଲ କରିବାକୁ ଚାହିଁଲେ ପ୍ରଥମେ ନୈତିକତାକୁ ଅଗ୍ରାଧିକାର ଦେବାକୁ ପଡିବ। ନୈତିକ ମୂଲ୍ୟବୋଧ […]

