ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ବୈଠକ ପଟ୍ଟାମୁଣ୍ଡାଇ ତା ୨୦/୧- ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ୬ଷ୍ଠ ସାଧାରଣ ବୈଠକ ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ରାଜନଗର ବିଧାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ କରି ଜନସାଧାରଣ ନିକଟରେ ସୁଫଳ ପହଞ୍ଚାଇବାକୁ ନିର୍ଦେଶ ଦେଇଥିଲେ । ବିଶେଷ କରି […]

କେନ୍ଦ୍ରାପଡ଼ା,୨୦ା୧ –ସଡକ ଦୁର୍ଘଟଣା ଯୋଗୁଁ ଆମ ରାଜ୍ୟରେ ପ୍ରତିବର୍ଷ ଅନେକ ବ୍ୟକ୍ତି ପ୍ରାଣ ହରାଉଛନ୍ତି। ଏହା ଛଡ଼ା ଅନେକ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ହୋଇନପାରି ସାରା ଜୀବନ ପାଇଁ ଅକର୍ମଣ୍ୟ ହୋଇଯାଉଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟାନ ଘଟଣାରେ ଯେତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହେଉଛି ତାଠୁ ଢେର ଗୁଣା ଅଧିକ ସଡକ ଦୁର୍ଘଟଣାରେ ମୃତ୍ୟୁ ହେଉଛି। ତେବେ ଏହାର ପ୍ରତିକାର ପାଇଁ ରାଜ୍ୟରେ […]

ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ପଟ୍ଟାମୁଣ୍ଡାଇ ୨୦/୧ – ଆଧୁନିକ ଓଡ଼ିଆ ଗଳ୍ପର ଜନକ ବ୍ୟାସକବି ଫକୀରମୋହନ ସେନାପତି ତାଙ୍କ କାଳଜୟୀ କୃତି ପାଇଁ ରାଜ୍ୟବାସୀଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିଛନ୍ତି। ବ୍ୟାସକବି ଏକାଧାରରେ ଜଣେ କବି, ଔପନ୍ୟାସିକ, ଦାର୍ଶନିକ ଓ ସମାଜ ସଂସ୍କାରକ ଥିଲେ। ଓଡ଼ିଆ ଭାଷାର ସୁରକ୍ଷା, ଓଡ଼ିଆ ସାହିତ୍ୟର ପ୍ରଚାରପ୍ରସାର ପାଇଁ ସେ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ସେଥିପାଇଁ ସେ ସର୍ବଦା ସ୍ମରଣୀୟ […]

ପଟ୍ଟାମୁଣ୍ଡାଇ କଲେଜ ଗଣିତ ବିଭାଗ ଆଲୋଚନାଚକ୍ର ପଟ୍ଟାମୁଣ୍ଡାଇ ୨୦/୧ – ପଟ୍ଟାମୁଣ୍ଡାଇ କଲେଜ ଗଣିତ ବିଭାଗ ପକ୍ଷରୁ ଗୋଷ୍ଠୀ ତତ୍ୱ ଏବଂ ଏହାର ପ୍ରୟୋଗ ଶୀର୍ଷକ ଆଲୋଚନାଚକ୍ର ମଙ୍ଗଳବାର କଲେଜ ସ୍ମାଟ କ୍ସସରୁମରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ର ପୌରହିତ୍ୟ ଓ ଗଣିତ ବିଭାଗ ମୂଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ପଟ୍ଟାମୁଣ୍ଡାଇ କଲେଜ ପୁରାତନ ଛାତ୍ର ତଥା ଦାଣ୍ଡିସାହି ବ୍ରହ୍ମଣୀ […]

କେନ୍ଦ୍ରାପଡ଼ା,୧୯ା୧:କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉ ଓ ଶ୍ରୀଲଛମନଜୀଉଙ୍କ ମନ୍ଦିର ଉପରେ ବୋମା ଆକ୍ରମଣ କରିବାକୁ ଧମକ ଦିଆଯାଇଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହି ଗମ୍ଭୀର ଘଟଣାକୁ ନେଇ ବଳଦେବ ସେନା ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ତୁରନ୍ତ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏନେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଘଟଣା ସମ୍ପର୍କରେ ସାଇବର ୟୁନିଟକୁ ସୂଚିତ କରିବା […]

କେନ୍ଦ୍ରାପଡ଼ା,୧୯ା୧:ଜିଲ୍ଲାର ପ୍ରମୁଖ ସାହିତ୍ୟ ସଂଗଠନ ମୌସୁମୀ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ସ୍ଥାନୀୟ ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ବିଶିଷ୍ଠ ଶିକ୍ଷାବିତ୍ ଓ ପରିଷଦର ସଭାପତି ପ୍ରଫେସର ନନ୍ଦ କିଶୋର ପରିଡାଙ୍କ ଜନ୍ମୋତ୍ସବ ପାଳନ ସହ ଏକ ଭବ୍ୟ ଶିଶିର କବିତା ଆସର ଅନୁଷ୍ଠିତ ହେଇଯାଇଛି। ଏହି ଅବସରରେ ଜିଲ୍ଲାର ବିଭିନ୍ନ ସାହିତ୍ୟାନୁଷ୍ଠାନ,ଶିକ୍ଷାବିତ୍ ଓ ବୁଦ୍ଧିଜୀବି ମାନଙ୍କ ପକ୍ଷରୁ ଉପଢୌକନ ସହ ପୁଷ୍ପଗୁଚ୍ଛ ପ୍ରଦାନକରି ଶ୍ରୀ ପରିଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଉପଲକ୍ଷେ ଆୟୋଜିତ […]

ପଟ୍ଟାମୁଣ୍ଡାଇ, ୧୯/୧- “ଶିକ୍ଷା ମଣିଷ ଜୀବନକୁ ଆଲୋକିତ ଓ ସଫଳ କରିଥାଏ ।  ଅଜ୍ଞାନତାକୁ ବିନାଶ କରି ଜ୍ଞାନର ଆଲୋକ ବିତରଣ କରି ଛାତ୍ରଛାତ୍ରୀମାନଙ୍କୁ ସୁନାଗରିକ ଭାବେ ଗଢି ତୋଳିବାରେ ସହାୟକ ହୋଇଥାଏ ବୋଲି ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଦ୍ମଲୋଚନ ନୋଡାଲ ବିଦ୍ୟାପୀଠର ୨ଦିନିଆ ବାର୍ଷିକ ଉତ୍ସବର ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ପ୍ରକାଶ କରିଛନ୍ତି । ବିଧାୟକ ଶ୍ରୀସାହୁ […]

ପଟ୍ଟାମୁଣ୍ଡାଇ ତା ୧୯/୧- ପଟ୍ଟାମୁଣ୍ଡାଇ କଲେଜ ରାଜନୀତି ବିଜ୍ଞାନ ବିଭାଗ ଓ ଓଳାଭର କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଡେମୋକ୍ରାଟାଇଜିଙ୍ଗ ଡେମୋକ୍ରେସୀ, ଅପରଚ୍ୟୁନିଟିଜ ଆଣ୍ଡ ଚ୍ୟାଲେଞ୍ଜସ ଶୀର୍ଷକ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟ ଓ ଅଧ୍ୟାପକ ଡ଼ ଆଲୋକ ସାହୁଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ଓ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ […]

ପଟ୍ଟାମୁଣ୍ଡାଇ ୧୯/୧ – ପଟ୍ଟାମୁଣ୍ଡାଇ କଲେଜର ୫୫ତମ ବାର୍ଷିକ ନାଟ୍ୟ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଓଡିଶାର ବିଶିଷ୍ଟ ନାଟ୍ୟକାର ଗଣେଶ ରାଉତ ମୁଖ୍ୟଅତିଥି, ଚଳଚିତ୍ର ଓ ନାଟ୍ୟ ନିର୍ଦେଶକ ଦେବ ପାତ୍ର ମୁଖ୍ୟବକ୍ତା ଓ ଯାତ୍ରା କଳାକାର ମୁନୁ ପଣ୍ଡା ଓ ଜୀବନ ଜ୍ୟୋତି ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମାଜିକ ପରିବର୍ତନରେ […]

କେନ୍ଦ୍ରାପଡ଼ା,୧୮ା୧:କେନ୍ଦ୍ରାପଡ଼ା ଜିଲା ଠିକାଦାର ସଂଘର ଏକ ବୈଠକ କେନ୍ଦ୍ରାପଡ଼ା ସହର ଉପକଣ୍ଠ ଶ୍ୟାମସୁନ୍ଦରପୁରରେ ଥିବା ଚଣ୍ଡିଆ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି। ସଂଘର ଆବାହକ ଭୂବନମୋହନ ସିଂଙ୍କ ବୈଠକରେ ସଂଘର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିବା ବେଳେ ଅଧ୍ୟକ୍ଷତା କକରିଥିଲେ ସଂଘର ବରିଷ୍ଠ ସଦସ୍ୟ ଲିଆକତ ଅଲ୍ଲୀ। ଏହି ବୈଠକରେ ଠିକାଦାରମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା ହୋଇଥିଲା। କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ […]

Breaking News