ପଟ୍ଟାମୁଣ୍ଡାଇ ତା ୨/୫- ଓଡିଶା ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା -୨ ର ବ୍ୟାପକ ପ୍ରଚାର ପ୍ରସାର ଓ ଯୋଜନାରେ ଉପଯୁକ୍ତ ହିତାଧିକାରୀ ସାମିଲ ଉପରେ ଗୁରୁତ୍ୱାରୋପ କରୁଥିବାରୁ ପଟ୍ଟାମୁଣ୍ଡାଇ ପୌର ପ୍ରଶାସନ ଏ ଦିଗରେ ତତ୍ପରତାର ସହ କାର‌୍ୟ୍ୟ ଆରମ୍ଭ କରିଛି । ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ପ୍ରଧାନ ମନ୍ତ୍ରୀ ଆବାସ -୨ ସଚେତନତା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ […]

ପଟ୍ଟାମୁଣ୍ଡାଇ ତା ୨/୫- କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଦମୂଳବସନ୍ତ ଓ ଡିହାପଡା ପଂଚାୟତର ସାର୍ବିକ ବିକାଶ ଆମର ସଂକଳ୍ପ ବୋଲି ୪କୋଟି ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନପଙ୍ଗ – ବନ୍ଧସାହି ରାସ୍ତା ଶିଳାନ୍ୟାସ କରି ଆୟୋଜିତ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ପ୍ରକାଶ କରିଛନ୍ତି । ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଶ୍ରୀବେହେରା […]

ପଟ୍ଟାମୁଣ୍ଡାଇ ୨/୫ – ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ପଟ୍ଟାମୁଣ୍ଡାଇ ବ୍ଲକରେ ୧୦ଜଣ ଛାତ୍ରଛାତ୍ରୀ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ କାଠିଆପଡା ଦକ୍ଷିନେଶ୍ୱର ହାଇସ୍କୁଲର ଛାତ୍ର ତଥା ମନୋଜ ରାଉତ ଓ ମିନତୀ ସୁନ୍ଦରରାୟଙ୍କ ପୁତ୍ର ଶୁଭମ ଜ୍ୟୋତି ରାଉତ ସର୍ବୋଚ୍ଚ ୫୭୫ନମ୍ବର ରଖି ଜିଲା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି […]

ପଟ୍ଟାମୁଣ୍ଡାଇ ୨୯/୪– କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ସେବା ସମବାୟ ସମିତିରେ ବହୁ ଦିନରୁ ଲାଗିରହିଥିବା ପ୍ରିୟାପ୍ରିତି ତୋଷଣ ଓ ବେଆଇନ କାର୍ଯ୍ୟକଳାପର ଗୁମର ଧିରେଧିରେ ପଦାକୁ ଆସିବାରେ ଲାଗିଛି । ସଭାପତି ଓ ସମ୍ପାଦଙ୍କ ମଧ୍ୟରେ ତୁ ତୁ ମେ ମେ ଛାଲିଛି । ବର୍ତମାନର ସଭାପତି ବିଭିନ୍ନ ସମସ୍ୟାକୁ ନେଇ କାରଣଦର୍ଶାଅ ନୋଟିସ ସମ୍ପାଦକଙ୍କୁ ଦେଇଥିବା ପ୍ରତିବାଦର ଉତର ବଦଳରେ ସମ୍ପାଦକ ମଧ୍ୟ ଏକ ନୋଟିସ […]

ପଟ୍ଟାମୁଣ୍ଡାଇ ୫/୨ -କେନ୍ଦ୍ରାପଡା ଜିଲାର ଭାତହାଣ୍ଡି କୁହାଯାଇଥିବା ଉତିକଣ ଅଂଚଳକୁ ନୂତନ ବ୍ଲକ ମାନ୍ୟତା ପ୍ରଦାନ ପାଇଁ ଦାବି କରିଛି ଉତିକଣ ଚାଷୀ ମୂଲିଆ ସଂଘ । ଏ ନେଇ ମଦନପୁର ପୂର୍ଣ୍ଣତୋୟା ବିଦ୍ୟାଳୟ ପରିସରରେ ଉତିକଣ ଚାଷୀ ମୂଲିଆ ସଂଘ ଆବାହକ ଭାସ୍କର ରାଉତରାୟଙ୍କ ସଭାପତିତ୍ୱରେ ଗୁରୁବାର ଏକ ବୈଠକ ବସିଥିଲା। ପ୍ରବୀତ୍ର ବିଶ୍ୱ ଶ୍ରମୀକ ଦିବସ ଅବସରରେ ଅନୁଷ୍ଠିତ ବୈଠକରେ ଉତିକଣ ଅଂଚଳର ପ୍ରାୟ ୧୨ ପଂଚାୟତର […]

ପଟ୍ଟାମୁଣ୍ଡାଇ ୧/୫ ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ଗୌରବ ମୟ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲକୁ ଗରୁବାର ରାଜନଗର ବିଧାୟକ ଧ୍ରୁବ ସାହୁ ପରିଦର୍ଶନରେ ଆସି ବିଭିନ୍ନ ସମସ୍ୟା ସମ୍ପର୍କରେ ଅଲୋଚନା କରିଥିଲେ । ଏହି ପୁରାତନ ସରକାରୀ ଶିକ୍ଷାନୁଷ୍ଠାନର ମଧ୍ୟାହ୍ନ ଭୋଜନ ଗୃହ ନଥିବା ଛାତ୍ରୀଛାତ୍ର ମାନେ ନାହିଁନଥିବା ଅସୁବିଧା ଭୋଗ କରୁଥିବା ଜାଣି ବିଧାୟକ ଦୁଃଖ ପ୍ରକାଶ କରିବା ସହିତ ସଙ୍ଗେ ସଙ୍ଗେ ମଧ୍ୟାହ୍ନଭୋଜନ ଗୃହ ନିର୍ମାଣ ପାଇଁ […]

ପଟ୍ଟାମୁଣ୍ଡାଇ ୨/୫ – ଗୁରୁବାର ବିଶ୍ୱ ଶ୍ରମିକ ଦିବସ ବିଭିନ୍ନ ସଂଗଠନ ପକ୍ଷରୁ ପାଳିତ ହୋଇଯାଇଥିବା ବେଳେ ପଟ୍ଟାମୁଣ୍ଡାଇ ବାଲିପାଟଣା ଠାରେ କଳିଙ୍ଗ ଭାରତ ଶ୍ରମିକ ସଙ୍ଘ ଓ କଳିଙ୍ଗ ନବଦିଗନ୍ତ ସାମାଜିକ ସଂଗଠନ ପକ୍ଷରୁ ମିଳିତ ଭାବେ ମହାସମାରୋହରେ ପାଳିତ ହୋଇ ଯାଇଛି । ଶ୍ରମିକ ନେତା ଶିଶିର ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରମିକ ନେତା ମାନେ ନିଜନିଜର […]

ପଟ୍ଟାମୁଣ୍ଡାଇ ୨/୫ -ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ନୂତନ ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟିଙ୍କ ପୌରହିତ୍ୟ ଓ ସିନିୟର୍ ସିଭିଲ୍ ଜଜ୍ ତଥା ତାଲୁକ୍ ଆଇନ ସେବା ସମିତି ଅଧ୍ୟକ୍ଷା ସୁଶ୍ରୀସଙ୍ଗୀତା ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ସଭାରେ ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ଜେଏମଏଫସି ବିଦ୍ୟୁତଲତା ପ୍ରଧାନ, ଜେଏମଏଫସି ଡ଼ି.କେ. ବାଲକ୍ରିଷନ ଶ୍ରମିକମାନଙ୍କ ସୁରକ୍ଷା […]

ପଟ୍ଟମୁଣ୍ଡାଇ – ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କ ସମସ୍ୟା ତଥା ବିଭିନ୍ନ ଦାବୀକୁ ନେଇ ଗୁରୁବାର ଶ୍ରମିକ ଦିବସ ଅବସରରେ ଏକ ଆଲୋଚନା ସଭା ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ଚିତ୍ତବିନୋଦନ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାର ପ୍ରାରମ୍ଭରେ ଜାମୁ କାଶ୍ମୀର ପହଲଗାମ ଠାରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଭାରତୀୟ ମାନଙ୍କ ଆତ୍ମାର ସଦଗତି ନିମନ୍ତେ […]

କେନ୍ଦ୍ରାପଡ଼ା, ୩୦ା୪: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ଜିଲ୍ଲା ସଂସ୍କୃତି ପରିଷଦ, କେନ୍ଦ୍ରାପଡାର ମିଳିତ ଆନୁକୁଲ୍ୟରେ କବି ଜୟଦେବଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳନ ସମାରୋହ ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାରୋହରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଏବଂ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ […]

Breaking News