୪କୋଟି ୩୦ଲକ୍ଷ ଟଙ୍କା ବ୍ୟୟରେ ନପଙ୍ଗ-ବନ୍ଧସାହି ରାସ୍ତା ଶିଳାନ୍ୟାସ

blank
ପଟ୍ଟାମୁଣ୍ଡାଇ ତା ୨/୫- କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଦମୂଳବସନ୍ତ ଓ ଡିହାପଡା ପଂଚାୟତର ସାର୍ବିକ ବିକାଶ ଆମର ସଂକଳ୍ପ ବୋଲି ୪କୋଟି ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନପଙ୍ଗ – ବନ୍ଧସାହି ରାସ୍ତା ଶିଳାନ୍ୟାସ କରି ଆୟୋଜିତ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା ପ୍ରକାଶ କରିଛନ୍ତି । ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଶ୍ରୀବେହେରା ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ପାଇଁ ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମନ ଓ ପିଇବା ପାଣି ଆଦି ପ୍ରତ୍ୟେକଟି କ୍ଷେତ୍ରର ବିକାଶ ପାଇଁ ସେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରକାଶ କରି ବିଧାୟକ ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ବିଧାୟକଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ସ୍ଥାନୀୟ ଅଂଚଳବାସୀଙ୍କ ଦୀର୍ଘଦିନର ଦାବୀ ନପଙ୍ଗ – ବନ୍ଧସାହି ରାସ୍ତା ନିର୍ମାଣ ପୂରଣ ହୋଇଥିବାରୁ ଅଂଚଳବାସୀ ଙ୍କ ପକ୍ଷରୁ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଉତ୍ସବରେ ବଡ଼ମୂଳବସନ୍ତ ସମିତିସଭ୍ୟା ସ୍ମୃତିମୟୀ ମଲିକ,ପୂର୍ବତନ ସମିତି ସଭ୍ୟ କଳ୍ପତରୁ ଦାସ, ବରିଷ୍ଠ ନେତା ଅଜୟ ପ୍ରଧାନ, ଡିହାପଡା ସରପଞ୍ଚ ଶତ୍ରୁଘ୍ନ ମଲିକ, ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ ବଡ଼ମୂଳବସନ୍ତ ସମବାୟ ସମିତି ସଭାପତି ସଞ୍ଜୟ ଲେଙ୍କା,ବରିଷ୍ଠ ନେତା ସଞ୍ଜୟ ଦାସ, ଯୁବନେତା ସଂଗ୍ରାମ ସ୍ୱାଇଁ, ସମାଜସେବୀ ସୁଶାନ୍ତ ରାଉତ,ସୁବ୍ରତ ସ୍ୱାଇଁ,ରୁଦ୍ର ନାରାୟଣ ସାମନ୍ତରାୟ, କାର୍ତିକ ପରିଡା,ଜନକର ମଲିକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଲୋକପ୍ରତିନିଧି ଯୋଗ ଦେଇ ଏହି ରାସ୍ତା ନିର୍ମାଣ ପାଇଁ ବିଧାୟକଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଶେଷରେ ଯୁବନେତା ସଂଗ୍ରାମ ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଏହି ଉତ୍ସବ ବହୁ ସଂଖ୍ୟକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ । ବିଧାୟକ ଓ ବ୍ଲକ ଅଧକ୍ଷ ବଡ଼ମୂଳବସନ୍ତ ପଂଚାୟତ ପୋହଳ ଛକ ଠାରେ ପହଂଚିବା ମାତ୍ରେ ସ୍ଥାନୀୟ ଜନସାଧାରଣ ଉଭୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ବାଜା ବଜାଇ ବାଣ ଫୁଟାଇ ଏକ ବିରାଟ ଶୋଭାଯାତ୍ରାରେ ଶିଳାନ୍ୟାସ ଉତ୍ସବସ୍ଥଳକୁ ପାଛୋଟି ନେଇଥିଲେ ।

Next Post

ପଟ୍ଟାମୁଣ୍ଡାଇ ପୌରପରିଷଦ ପ୍ରଧାନମନ୍ତ୍ରୀ ଆବାସ-୨ ସଚେତନତା : କଚା ଘର ଶୂନ୍ୟ ହେବ ପୌର ପରିଷଦ!

Fri May 2 , 2025
ପଟ୍ଟାମୁଣ୍ଡାଇ ତା ୨/୫- ଓଡିଶା ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା -୨ ର ବ୍ୟାପକ ପ୍ରଚାର ପ୍ରସାର ଓ ଯୋଜନାରେ ଉପଯୁକ୍ତ ହିତାଧିକାରୀ ସାମିଲ ଉପରେ ଗୁରୁତ୍ୱାରୋପ କରୁଥିବାରୁ ପଟ୍ଟାମୁଣ୍ଡାଇ ପୌର ପ୍ରଶାସନ ଏ ଦିଗରେ ତତ୍ପରତାର ସହ କାର‌୍ୟ୍ୟ ଆରମ୍ଭ କରିଛି । ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ପ୍ରଧାନ ମନ୍ତ୍ରୀ ଆବାସ -୨ ସଚେତନତା କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading