
ପଟ୍ଟାମଣ୍ଡାଇ ୭/୪ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବାରର ନବନିର୍ବାଚିତ କର୍ମକର୍ତାମାନଙ୍କ ଶପଥ ଗ୍ରହଣ ଉତ୍ସବ ଶନିବାର କୋଟ ବାର ହଲରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ହୋଇଥିବା ଏହି ଶପଥ ଗ୍ରହଣ ଉତ୍ସବରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛି ।
ପଟ୍ଟାମୁଣ୍ଡାଇ ଓକିଲ ସଂଘର ସଦସ୍ୟମାନଙ୍କ ଉପସ୍ଥିତିରେ ନିର୍ବାଚନ ଅଧିକାରୀ ଆଇନଜୀବୀ ଭିମସେନ ପ୍ରଧାନ ନବନିର୍ବାଚିତ ସଭାପତି ସୂର୍ଯ୍ୟରଞ୍ଜନ ରାଉଳ, ସଂପାଦକ ରବୀନ୍ଦ୍ର କୁମାର ଦାଶ, ଉପସଭାପତି ସୁରେଶ ନରେନ୍ଦ୍ର, ଯୁଗ୍ମ ସଂପାଦକ ମନୋଜ ନାୟକ, କୋଷାଧକ ପ୍ରମୋଦ ବିଶ୍ୱାଳ. ପାଠାଗାର ସମ୍ପଦକ ପ୍ରକାଶ ପାତ୍ରଙ୍କୁ ଶପଥ ପାଠ କରାଇଥିଲେ।ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ କୋଟର ଅତିରିକ୍ତ ଜିଲା ଦୌରାଜଜ୍ ବିଦ୍ୟାଧର ପୃଷ୍ଟି. ସବ୍ଜଜ୍ ସୁଶ୍ରୀସଂଗୀତା ମଲିକ. ଜେଏମଏଫସି ବିଦୂତଲତା ପ୍ରଧାନ, ଡି.କେ ବାଳକିଷ୍ଣା ଓ ରାଜ୍ୟ ଅଇନିଜୀବୀ ପରିଷଦର ସଦସ୍ୟ ଗିରିଜା ଶଙ୍କର ମିଶ୍ର ପ୍ରମୁଖ ବିଶିଷ୍ଠଅତିଥି ଭାବେ ଯୋଗଦେଇଥିଲେ । ଶପଥଗ୍ରହଣ ପରେ କର୍ମକର୍ତାଙ୍କୁ ଅନ୍ୟ ସଦସ୍ୟମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲା ଓକିଲ ସଙ୍ଘ ଉପସଭାପତି ହାଡିବନ୍ଧୁ ସିଂ, ଆଳି ଓକିଲ ସଙ୍ଘ ସଭାପତି ବସନ୍ତ ନାୟକ. ଆନନ୍ଦପୁର ଓକିଲସଙ୍ଘ ତରଫରୁ ରବୀନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠଆଇନଜୀବୀ କିଶୋର କୁଣ୍ଡ ,ନରହରି ଲେଙ୍କା. ଅନନ୍ତ କୁମାର ଦାଶ. ବିଜୟ ରାଉତ. ଗୋପୀନାଥ ତ୍ରିପାଠୀ ବକ୍ତବ୍ୟ ମାଧ୍ୟମରେ ଶୁଭେଛା ଜଣାଇଥିଲେ । ଆଇନୀଜୀବୀ. ପ୍ରଫୁଲ୍ଲ ଦାଶ. ଶରତ ମଲିକ ଅଲେଖ ବଳ. ଚିତ ରଞ୍ଜନ ଦାଶ. ଅଶ୍ୱିନୀ ବେହେରା. ପ୍ରତାପ ପୃଷ୍ଟି. ଧୀରେନ୍ଦ୍ର ସାହୁ ଗୟାଚାନ୍ଦ ପରିଡା, ବିଚିତ୍ର ସାହୁ, ପ୍ରବିର ପାତ. ସୂଂଧାଂଶୁ ସାହୁ, ସଂଜୀବ କର, ମୂର୍ତଞ୍ଜୟ ରାଉତ ,ଗୁରୁଚରଣ ସଣ୍ଢ, ମୁତୃଞ୍ଜୟ ତ୍ରିପାଠୀ, ଜୟପ୍ରକାଶ ରାଉ. ଗୀତାଞ୍ଜଳି ପୁଷ୍ଟି, କଳ୍ପତରୁ ମହାପାତ୍ର ଓ ଶୈଳବାଳା ମଲିକ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଆଇନଜୀବୀ ମନୋଜ କୁମାର ନାୟକ ଧନ୍ୟବାଦ ଦେଇଥିଲେ ।
