ପଟ୍ଟାମୁଣ୍ଡାଇ ତା ୨୫/୪- ଜାତୀୟ ପଂଚାୟତରାଜ ଦିବସ ପାଳନ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆୟୋଜିତ ଜିଲ୍ଲାସ୍ତରୀୟ ପଂଚାୟତ ରାଜ ଦିବସ ଉତ୍ସବରେ ସୁଶାସନ, ସ୍ୱଚ୍ଛ ଭାରତ ମିଶନ ସଫଳତା ସହ ବିଭିନ୍ନ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରୀତା ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଲିକଣା ପଂଚାୟତ ପଟ୍ଟାମୁଣ୍ଡାଇ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରି ଏ ଗ୍ରେଡ଼ ମାନ୍ୟତା ପାଇବା ସହିତ ମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ […]

ପଟ୍ଟାମୁଣ୍ଡାଇ,୨୫/୪- ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ନିମପୁର ଶାସନ ସତ୍ୟସାଇ ସେବା ସମିତି ପକ୍ଷରୁ ଆରାଧନା ମହୋତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ସହ ଏକ ମାଗଣା ଚିକିତ୍ସା ସ୍ବାସ୍ଥ୍ୟ ଶିବିର ଅନୁ‌ଷ୍ଠିତ ହୋଇଯାଇଛି। ଡାକ୍ତର ରଶ୍ମି ରଂଜନ ମହାନ୍ତିଙ୍କ ତତ୍ବାବଧାନରେ ଏହି ଶିବିରରେ ୧୦୮ ଜଣ ରୋଗୀଙ୍କୁ ଚିକିତ୍ସା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା। ସମିତି ପକ୍ଷରୁ ନଗର ସଂକୀର୍ତ୍ତନ, ସଫେଇ, ଦୀପଦାନ, ଭଜନ ସହ ବିଭିନ୍ନ […]

କେନ୍ଦ୍ରାପଡ଼ା,୨୫ା୪: ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ତରଫରୁ ଓ ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ) ଆନୁକୂଲ୍ୟରେ ଇଚ୍ଛାପୁରସ୍ଥିତ ଶ୍ୟାମଗୁଡିଆ ଏବଂ ପଟ୍ଟାମୁଣ୍ଡାଇର ପୋଖରୀଆପଡାଠାରେ ଥିବା ବହୁମୁଖୀ ଇଣ୍ଡୋର ଷ୍ଟାଡିୟମଠାରେ ଏକ ଗ୍ରୀଷ୍ମକାଳୀନ ବ୍ୟାଡମିଣ୍ଟନ ଶିବିର କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ଶିବିର ଚଳିତ ମାସ ଏପ୍ରିଲ ୨୫ ତାରିଖରୁ ଆରମ୍ଭ ହୋଇ ମେ ମାସ ୧୧ […]

କେନ୍ଦ୍ରାପଡ଼ା,୨୫ା୪: ଓଡିଶା ରାଜସ୍ୱ ଅମଲା ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ରାଜସ୍ୱ ମନ୍ତ୍ରୀଙ୍କ କେନ୍ଦ୍ରାପଡା ଜିଲ୍ଲାଗ୍ରସ୍ତ ପରିପ୍ରେକ୍ଷୀରେ ଓଡିଶା ରାଜସ୍ୱ ଅମଲା ସଂଘର କେତେକ ପୂରଣ ଅପେକ୍ଷାରେ ଥିବା ନାର୍ଯ୍ୟ ଦାବି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ, ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ, ବେଷାମରିକ ଯୋଗାଣ କାର୍ଯ୍ୟାଳୟ, ଜିଲ୍ଲା ନିର୍ବାଚନ […]

ପଟ୍ଟାମୁଣ୍ଡାଇ,୨୪/୪ – ପଟ୍ଟାମୁଣ୍ଡାଇ ବ୍ଳକ ଅନ୍ତର୍ଗତ ନିମପୁର-ଶାସନ ନୋଡାଲ ହାଇସ୍କୁଲରେ ବିଶ୍ୱ ପୃଥିବୀ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଧାନଶିକ୍ଷକ ତପନ କୁମାର ରାୟଙ୍କ ପୌରହିତ୍ୟ ଓ ସହକାରୀ ଶିକ୍ଷୟତ୍ରୀ ପ୍ରଜ୍ଞା ମାହାଳିଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ସାମ୍ବାଦିକ ଜଗନ୍ନାଥ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମ୍ପ୍ରତି ଜଳବାୟୁ ପରିବର୍ତନରେ ପରିବେଶ ଓ ପୃଥିବୀର ସ୍ଥିତି ବିପଦପୁର୍ଣ୍ଣ ଅବସ୍ଥାରେ ଥିବାରୁ ଛାତ୍ରଛାତ୍ରୀମାନେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ […]

ପଟ୍ଟାମୁଣ୍ଡାଇ୨୪/୪ – ପଂଚାୟତରାଜ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଆଜି ପୁରୀ ଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ପଂଚାୟତରାଜ ଦିବସ ପାଳିତ ହୋଇଯାଇଛି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ଠାରେ ଜାତୀୟ ପଂଚାୟତରାଜ ଦିବସ ପାଳିତ ହୋଇଛି । ପୁରୀ ଠାରେ ଆୟୋଜିତ ଜାତୀୟ ପଂଚାୟତରାଜ ଦିବସ ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ସିଧା […]

ଜାତୀୟ ପଞ୍ଚାୟତିରାଜ ଦିବସ ୨୦୨୫ ଜିଲ୍ଲାସ୍ତରୀୟ ସମାରୋହ କେନ୍ଦ୍ରାପଡା ଜିଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆଠାରେ ଗୁରୁବାର ପାଳିତ ହୋଇଯାଇଛି। ଜିଲା ପ୍ରଶାସନ ତରଫରୁ ଆୟୋଜିତ ସମାରୋହ ପ୍ରାରମ୍ଭରେ ଜମ୍ମୁ କଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ୨୬ଜଣଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଆଭାସି ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କେନ୍ଦ୍ରାପଡ଼ା ଜିଲ୍ଲାର ସଦର ମହକୁମା ଓ ଆଠଟି ବ୍ଲକ ପରିସରରେ ଆୟୋଜନ ହୋଇଥିଲା […]

ପଟ୍ଟାମୁଣ୍ଡାଇ ୨୪/୪ – ସମ୍ପ୍ରତି ଜାମ୍ମୁ କାଶ୍ମୀର ପହଲଗ୍ରାମ ଠାରେ ଆତଙ୍କବାଦୀଙ୍କ ଅତର୍କିତ ଆକ୍ରମଣ ଘଟଣା ପୋଲିସ ସୁରକ୍ଷା ବାହିନୀ ସମେତ ବହୁ ଲୋକ ମୃତାହତ ହୋଇଛନ୍ତି । ସେମାନଙ୍କ ଆତ୍ମାର ସଦଗତି ପାଇଁ ଜନଶକ୍ତି ପାର୍ଟି ପକ୍ଷରୁ ମହମବତୀ ଶୋଭାଯାତ୍ରା କରାଯିବା ସହିତ ମୃତାହତ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ପାର୍ଟି ପକ୍ଷରୁ ଦାବୀ କରାଯାଇଛି । […]

କେନ୍ଦ୍ରାପଡ଼ା,୨୪ା୪: କେନ୍ଦ୍ରାପଡା ସହର ଉପକଣ୍ଠରେ ଥିବା ହୋଟେଲ ଗୈାରୀଶଙ୍କରରେ ଭାରତୀୟ ଜନତା ପାଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ରାଜନଗର ଭାଜପା ବିଧାୟକ ପ୍ରାର୍ଥୀ ଲଳିତ ବେହେରାଙ୍କ ନେତୃତ୍ୱରେ ଏହି ମିଶ୍ରଣ ପର୍ବ ହୋଇଥିଲା। ଏଥିରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ବିଜେଡି କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ଏହି ମିଶ୍ରଣପର୍ବରେ ଶତାଧିକ ବିଜେଡି କର୍ମୀ […]

କେନ୍ଦ୍ରାପଡ଼ା,୨୪ା୪ : ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମରେ ପ୍ରତିଷ୍ଠାତା ଶ୍ରୀମା ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଏକ ବ୍ୟକ୍ତିତ୍ୱ ବିକାଶ ଶିବିରର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମଇମାସ ୨୨ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ ଏକ ଚାରିଦିନିଆ ବ୍ୟକ୍ତିତ୍ୱ ବିକାଶ ଶିବିର ଆଶ୍ରମ ପରିସରରେ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହି ଶିବିରରେ ଅଷ୍ଟମ ଶ୍ରେଣୀ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ […]

Breaking News

error:Content is protected !!