ଶିମିଳିଆ ମାଇନର କେନାଲରେ ପାଣି ଆସୁନାହିଁ, ୧୮ରେ ଚାଷୀ ଧାରଣା

blank
ପଟ୍ଟାମୁଣ୍ଡାଇ ୯/୬ – ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଳଭା-୧ ଅଧୀନରେ ଥିବା ଶିମିଳିଆ ମାଇନର କେନାଲରୁ ବର୍ଷ ବର୍ଷ ଧରି ଚାଷଜମିକୁ ସଠିକ ଜଳସେଚନ ହୋଇପାରୁନାହିଁ । ଫଳରେ ଚାଷ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି । ଏହି ମାଇନର କେନାଲର ଉନ୍ନତିକରଣ ଓ ମରାମତି କରି ଚାଷ ଜମିକୁ ପାଣି ଯୋଗାଇବା ପାଇଁ ସ୍ଥାନୀୟ ଚାଷୀମାନେ ବାରମ୍ବାର ଜଳସମ୍ପଦ ବିଭାଗ ଉଚ୍ଚ କତୃପକ୍ଷଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଏନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଯଦି ଚଳିତ କରିଫ ରୁତୁ ପୂର୍ବରୁ ଆସନ୍ତା ୧୭ତାରିଖ ମଧ୍ୟରେ ଏହି ମାଇନର କେନାଲରୁ ଜଳପରିଚାଳନା ଦିଗରେ ପଦକ୍ଷେପ ନିଆନଯାଏ, ତେବେ ସ୍ଥାନୀୟ ଚାଷୀମାନେ ଆସନ୍ତା ୧୮ ତାରିଖରେ ପଟ୍ଟାମୁଣ୍ଡାଇ ଜଳସମ୍ପଦ କାର୍ଯାଳୟ ସମ୍ମୁଖରେ ଧାରଣା ଦେବେ ବୋଲି କୃଷକ ନେତା ମଳୟ ଦାସ, ମହେଶ୍ୱର ସେଠୀ, ଗୌତମ ଦାସ, ପ୍ରଭାକର ସେଠୀ, ବିଚିତ୍ର ଦାସ, ଗୁରୁ ଚରଣ ସେଠୀ, ପଙ୍କଜ ଦାସ, ରବୀନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ବହୁ ଚାଷୀ ଚେତାଇ ଦେଇଛନ୍ତି । ସେମାନେ କୁହନ୍ତି ପଟ୍ଟାମୁଣ୍ଡାଇ ମୁଖ୍ୟ ଗୋବରୀ ସମ୍ପ୍ରସାରିତ କେନାଲ ବାମ ପାର୍ଶ୍ୱରେ ଥିବା କାଣ ସୋଟ ଦବି ଯାରଥିବାରୁ ମାଇନର କେନାଲକୁ ପାଣି ଆସୁନାହିଁ । କେନାଲ ଡାହାଣ ପଟ ଗାଡି ପଡିଆ ସୋଟ ତଳ ମୁଣ୍ଡରେ ଥିବାରୁ ଜଳପରିଚାଳନା ହୋଇନପାରି ଚାଷ କାର୍ଯ୍ୟ ବ୍ୟାହ୍ୟତ ସୃଷ୍ଟି ହେଉଛି । ଶିମିଳିଆ ମାଇନର କେନାଲ ଖନନ ଓ ମରାମତି କରି ଚାଷ ଜମିକୁ ପାଣି ଯୋଗାଇ ଦେବାକୁ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରତିଶୃତି ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କିଛି କରାଯାଇନାହିଁ । ଚଳିତ ଖରିଫ ଚାଷ ପାଇଁ ତଳିପକା କାମ ଆରମ୍ଭ ହେଲାଣି । ଆଗକୁ ଜଳପରିଚାଳନାରେ ତୃଟି ହେଲେ ଚାଷକାର୍ଯ୍ୟ ପ୍ରଭାବିତ ହେବ । ତେଣୁ ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀମାନେ ଦାବୀ କରିବା ସହିତ ଚରମ ପଦେକ୍ଷେପ ଧାରଣା ପାଇଁ ଚେତାବନୀ ଦେଇଛନ୍ତି ।ଏ ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ, ପଟ୍ଟାମୁଣ୍ଡାଇ ସହକାରୀ ନିର୍ବାହୀଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି ବୋଲି ଚାଷୀମାନେ କହିଛନ୍ତି ।

Next Post

ହରା ଭାରତ ପକ୍ଷରୁ ଚାରା ବଂଟନ କାର୍ଯ୍ୟକ୍ରମ

Mon Jun 9 , 2025
ପଟ୍ଟାମୁଣ୍ଡାଇ ୯/୬ – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଅଗ୍ରିମ ସାମାଜିକ ସଂଗଠନ ହରା ଭାରତର ପକ୍ଷରୁ ୭ମ ଚାରା ବଂଟନ କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାର୍ଶାଘାଇ ବ୍ଲକ ସହକାରୀ ଶିକ୍ଷାଧିକାରୀ ଚନ୍ଦ୍ରଶେଖର ତ୍ରିପାଠୀ, ପୋଖରୀଆ ପଡା କ୍ଲଷ୍ଟର ସିଆରସିସି ମଳୟ ଜେନା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ସମୟରେ ପରିବେଶ ସୁରକ୍ଷା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading