ପଟ୍ଟାମୁଣ୍ଡାଇ ୨/୧ – କୃଷି ଓ କୃଷକଙ୍କ ବିକାଶ ପାଇଁ ରାଜ୍ୟ ସରକାର କରୁଛନ୍ତି ଅନେକ ଯୋଜନା । ବିଶେଷ କରି ଚାଷୀ ତା’ର ଉତ୍ପାଦିତ ଧାନକୁ ବିକ୍ରି କରି ଲାଭ ପାଇପାରିବା ନେଇ ସରକାର ମଣ୍ଡିର ବ୍ୟାବସ୍ଥା କରାଇଛନ୍ତି । ହେଲେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଅନେକ ଧାନ ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଉଛି । ମଣ୍ଡିରେ ଧାନ ନେଉନଥିବାରୁ ମିଲରେ ଦିନ ଦିନ ଧରି ଧାନ ପକାଇ […]

ଦୁର୍ଘଟଣା ରୋକିବା ପାଇଁ ସ୍ପିଡ଼ ବେକର ଲଗାଇବାକୁ ଦାବୀ ପଟ୍ଟାମୁଣ୍ଡାଇ ୧/୨ – ପଟ୍ଟାମୁଣ୍ଡାଇ ପୌରାଂଚଳର ଜନସଂଖ୍ୟା ଓ ଯାନବାହନ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ଫଳରେ ଅଧିକାଂଶ ମୁଖ୍ୟ ସଡ଼କ ଗାଡ଼ି ମୋଟରରେ ଉଛୁଳି ପଡ଼ୁଥିବା ବେଳେ ଘଂଟା ଘଂଟା ଯାନବାହନ ଅଟକି ରହୁଛି । ପୂଜା ପର୍ବପର୍ବାଣୀ ବେଳେ ଆଣ୍ଠେଇ ପଡ଼ୁଛି ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ଜନସାଧାରଣ ଦହଗଞ୍ଜ ହେଉଛନ୍ତି । ଅବୈଧ ପାର୍କିଂ […]

ପଟ୍ଟାମୁଣ୍ଡାଇ୧/୨- ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ସରକାର ବିଭିନ୍ନ ସ୍ଥାନରେ ମେଗା ପାନୀୟଜଳ ପ୍ରକଳ୍ପର ପରିକଳ୍ପନା କରିଛନ୍ତି। ଏଥିନେଇ ପଟ୍ଟାମୁଣ୍ଡାଇ ୩୧ ପଂଚାୟତକୁ ପାନୀୟଜଳ ଯୋଗାଣ ପାଇଁ ପ୍ରାୟ ୧୬୫ କୋଟି ଟଙ୍କା ବ୍ୟୟରେ ମେଗା ଜଳପ୍ରକଳ୍ପ ନର୍ମାଣକାର୍ଯ୍ୟ ଜାରି ରହିଛି । ଏଥିନେଇ ସମସ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ପାଣି ପାଇପ୍ ସଂଯୋଗ ହୋଇଛି। ମାତ୍ର କାମ କରୁଥିବା ଠିକା ସଂସ୍ଥାର ମନମୁଖୀ […]

କେନ୍ଦ୍ରାପଡ଼ା,୩୧ା୧:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ଓ ପରିଚାଳନା ବିଭାଗ ପକ୍ଷରୁ ବଡମୋହନପୁର ପଞ୍ଚାୟତ ଅନ୍ତର୍ଗତ ମଙ୍ଗଳପଡା ଗ୍ରାମର ମନ୍ଦିର ପ୍ରାଙ୍ଗଣରେ ସୁଭନ୍ଦ୍ରା ଯୋଜନା ହିତାଧିକାରୀଙ୍କ ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ସୁଭନ୍ଦ୍ରା ଯୋଜନା ଲାଭାନ୍ୱିତ ମହିଳାମାନଙ୍କୁ ଅର୍ଥର ଆୟବ୍ୟୟ ଓ ସଞ୍ଚୟ ସମ୍ବନ୍ଧୀୟ ସୂଚନା ଦେବା ସହ ଇଣ୍ଟରନେଟ୍ ମାଧ୍ୟମରେ ହେଉଥିବା ଠକେଇ ପ୍ରତି […]

ପଟ୍ଟାମୁଣ୍ଡାଇ ତା ୩୧/୧-ଆଗାମୀ ଗ୍ରୀଷ୍ମ ଋତୁରେ ପାନୀୟଜଳର ଜରୁରୀ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟର ସ୍ଥିତି ଅଗ୍ରଗତି ସମ୍ପର୍କ ରେ ସ୍ୱତନ୍ତ୍ର ସମୀକ୍ଷା ପାଇଁ ଆଜି ପଟାମୁଣ୍ଡାଇ ପଟ୍ଟାମୁଣ୍ଡାଇ ପଂଚାୟତ ସମିତିର ସ୍ୱତନ୍ତ୍ର ଅଧିବେଶନ ଆହ୍ୱାନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ପଂଚାୟତ ସମିତି ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟଙ୍କ ପୌରହିତ୍ୟରେ ଆୟୋଜିତ ସ୍ୱତନ୍ତ୍ର ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଓ ରାଜନଗର ବିଧାୟକ ଧ୍ରୁବ ସାହୁ […]

କେନ୍ଦ୍ରାପଡ଼ା,୨୯ା୧:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତ ବାର୍ଷିକ ଅବସରରେ କେନ୍ଦ୍ରାପଡ଼ାର ନିଳିକଣା ସ୍ଥିତ ଚେମା ଦାସ ମଠ ପଡିଆରେ ତିନି ଦିନ ଧରି ସମଗ୍ର ହିନ୍ଦୁ ସମାଜ ଦ୍ୱାରା ଏକ ଭବ୍ୟ ହିନ୍ଦୁ ସମ୍ମିଳନୀ ଓ ଭାରତ ମାତାଙ୍କ ପୂଜାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରମ ପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜାଜୀଙ୍କ କରକମଳରେ ସୋମବାର ଉଦ୍ଘାଟନ ହୋଇ ବୁଧବାର ଅଖିଳ ଭାରତ ଧର୍ମ ଜାଗରଣ କ୍ଷେତ୍ର ପ୍ରମୁଖ ବିନୟ କୁମାର […]

କେନ୍ଦ୍ରାପଡ଼ା,୩୦ା୧:ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇଥିବା ସଡ଼କ ସୁରକ୍ଷା ସମ୍ପର୍କିତ ସଚେନତା କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଏହି ମାସେ ବ୍ୟାପି ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନସଚେତନତା ଶିବିର, ଆଖି ପରୀକ୍ଷା ଶିବିର, ରକ୍ତଦାନ ଶିବିର, କର୍ମଶାଳା, ଲୋକନୃତ୍ୟ ଆୟୋଜନ ସହିତ ବିଭିନ୍ନ ସ୍କୁଲ ଏବଂ କଲେଜ ମାନଙ୍କରେ ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା। ଆଜି ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର. ଆୟାର […]

କେନ୍ଦ୍ରାପଡ଼ା,୩୦ା୧:କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଗ୍ରାମରେ ରହୁଥିବା ୩ ଜଣ ବାଂଲାଦେଶୀଙ୍କୁ ଦେଶାନ୍ତର କରାଯାଇଛି। ସେମାନେ ହେଉଛନ୍ତି ମୁନତାଜ ଖାନ୍‌(୬୪), ଅମୀନା ବିବି(୭୦)ଓ ଇନ୍‌ସାନ ଖାନ୍‌(୫୮)। ଏମାନେ ୧୯୭୦ ମସିହାରେ ବାଂଲାଦେଶରୁ କେନ୍ଦ୍ରାପଡ଼ା ପଳାଇ ଆସିଥିଲେ। ସେବେଠାରୁ ସେମାନେ ଏହି ଜିଲାରେ ରହୁଛନ୍ତି। ପ୍ରଶାସନ ପକ୍ଷରୁ ଅନୁପ୍ରବେଶକାରୀ ଯାଞ୍ଚ ଅଭିଯାନ ସମୟରେଗୋଟିଏ ପରିବାରର ଏହି ୩ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଏମାନେ ଦୁଇ ଭାଇ ଓ ଭଉଣୀ ବୋଲି ଜଣାପଡିଛି। […]

ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ କଟୁରିରେ ଆଘାତ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ। ଉଭୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧିନ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ମାଳିପୁର ଗାଁରେ । ଗତକାଲି ବିଳମ୍ବିତ ରାତ୍ରୀରେ ମାଳିପୁର ଗ୍ରାମର ପ୍ରତାପ ମଳିକ ଓ ସ୍ତ୍ରୀ ଭାରତୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା।ଶେଷରେ ସ୍ୱାମୀ ପ୍ରତାପ ଉତ୍ୟକ୍ତ ହୋଇ ଧରିଥିବା କଟୁରିରେ […]

ପଟ୍ଟାମୁଣ୍ଡାଇ ୨୪/୧ -ପଟ୍ଟାମୁଣ୍ଡାଇ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ଅଂଚଳର ଅନ୍ୟତମ ଗଣପର୍ବ ଓ ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ୭୭ତମ ବିଶ୍ୱଶାନ୍ତି ମହାଯଜ୍ଞର ପାରମ୍ପରିକ ରୀତିନୀତି ଅନୁଯାୟୀ ଶନିବାର ପଣ୍ଡିତ ବ୍ରହ୍ମାନନ୍ଦ ନନ୍ଦ ଓ ଭ୍ରମରବର ତ୍ରିପାଠୀଙ୍କ ଯଥାବିଧି ପୂଜାର୍ଚନା ଓ ମନ୍ତ୍ରଧ୍ୱନି ମଧ୍ୟରେ ଏହି ଯଜ୍ଞର ଶୁଭ ଦିଆଯାଇଥିଲା । ଏହି ଉପଲକ୍ଷେ କଳସ ଶୋଭାଯାତ୍ରା ପଟ୍ଟାମୁଣ୍ଡାଇ ଶ୍ରୀରାମ ମନ୍ଦିରରୁ ବାହାରି ବାଲିପଡ଼ା ବ୍ରାହ୍ମଣୀ ନଦୀ ଘାଟ ପର୍ଯ୍ୟନ୍ତ […]

Breaking News