କେନ୍ଦ୍ରାପଡ଼ା,୧୮ା୨:ଜନକଲ୍ୟାଣ ଶାନ୍ତି ଟ୍ରଷ୍ଟ ପକ୍ଷରୁ ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଟ୍ରଷ୍ଟର ଅଧ୍ୟକ୍ଷ ଆଇନଜୀବୀ ଧରଣୀଧର ସାହୁ, ନିର୍ଦ୍ଦେଶକ ଆଇନଜୀବୀ ସଞ୍ଜୟ କୁମାର ଜେନା, ସନ୍ତୋଷ ପୋଥାଳ, ବରିଷ୍ଠ ଆଇନଜୀବୀ ଗଗନବିହାରୀ ଜେନା ଓ ଧିରେନ୍ଦ୍ର ଦାସ ପ୍ରମୁଖ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଜିଲ୍ଲାପାଳ ଶ୍ରୀ ଆୟରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଟ୍ରଷ୍ଟ ପକ୍ଷରୁ ହେଉଥିବା ବିଭିନ୍ନ ସମାଜକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ଅନ୍ୟମାନଙ୍କ ମଧ୍ୟରେ […]

କେନ୍ଦ୍ରାପଡ଼ା,୧୮ା୨:କେନ୍ଦ୍ରାପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷାକେନ୍ଦ୍ରରେ +୨ ପରୀକ୍ଷା ବୁଧବାର ଆରମ୍ଭ ହୋଇଛି। ମାର୍ଚ୍ଚମାସ ୨୫ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି +୨ପରୀକ୍ଷା ନିମନ୍ତେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରୀକ୍ଷାକେନ୍ଦ୍ରରେ କେନ୍ଦ୍ରାପଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସମେତ ୮ଟି ଘରୋଇ ଆବାସୀକ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଛନ୍ତି। ଆଜି ପରୀକ୍ଷାର ପ୍ରଥମ ଦିବସରେ +୨ ବିଜ୍ଞାନର ଏମ.ଆଇ.ଏଲ. (ଓଡିଆ) ବିଷୟରେ ପରୀକ୍ଷା ଥିଲା। ଏହି ପରୀକ୍ଷା କେନ୍ଦ୍ରର ୧୭ଟି […]

କେନ୍ଦ୍ରାପଡ଼ା,୧୩ା୨:ମାଇଁ ଭାରତ ଓ ତ୍ରିପୁରା କ୍ଲବର ମିଳିତ ଆନୁକୂଲ୍ୟରେ ଏକ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା କେନ୍ଦ୍ରାପଡା ବ୍ଲକ ଅଧିନ ବଗଡା ସ୍ପୋର୍ଟସ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କବାଡି, ଭଲିବଲ, ସ୍ଲୋ ସାଇକେଲ, ଏକଶହ ଓ ଦୁଇଶହ ମିଟର ରେସ, ମ୍ୟୁଜିକ ଚେୟାର ପ୍ରଭୃତି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ୧୫ରୁ ୨୯ବର୍ଷ ବୟସ ବର୍ଗର କ୍ରୀଡାବିତମାନେ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାକୁ […]

ବାଣିଜ୍ୟ ବିଭାଗ ପକ୍ଷରୁ କେନ୍ଦ୍ରାପଡା କଲେଜରେ ଜାତୀୟ ସମ୍ପାନ କେନ୍ଦ୍ରାପଡ଼ା,୧୩ା୨:କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ଓ ପରିଚାଳନା ବିଭାଗ ପକ୍ଷରୁ “ବାଣିଜ୍ୟ ଦୋଛକିରେ: ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଓ ଧାରଣୀୟ ବିକାଶର ଅନ୍ତଃବିଭାଗୀୟ ଦୃଷ୍ଟିକୋଣ(କମର୍ସ ଆଟ୍ ଦ କ୍ରସରୋଡସ:ଇଣ୍ଟର ଡିସପ୍ଲିନାରୀ ପ୍ରସପେକ୍ଟିଭ ଅଫ କମର୍ସ, ଟେକନୋଲୋଜି ଆଣ୍ଡ ସଷ୍ଟେନବିଲିଟି)” ଶୀର୍ଷକ ଏକ ଜାତୀୟ ସମ୍ପାନ କଲେଜ ସମ୍ମିଳନୀ କକ୍ଷରେ ଉଦଘାଟିତ ହୋଇଯାଇଛି। ସମ୍ପାନର ଯୁଗ୍ମ ସମ୍ପାଦକ ଅଧ୍ୟାପକ ବିକାଶ କୁମାର ନାୟକଙ୍କ […]

ପଟ୍ଟାମୁଣ୍ଡାଇ ୧୩/୨ – ପଟ୍ଟାମୁଣ୍ଡାଇ କଲେଜ ବିଜ୍ଞାନ ସଂସଦ ପକ୍ଷରୁ ବନ୍ୟପ୍ରାଣୀ ଓ କୁମ୍ଭୀର ସଂରକ୍ଷଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ପାତ୍ରଙ୍କ ତତ୍ୱାବଧାନ ଓ ଗଣିତ ବିଭାଗ ଅଧ୍ୟାପକ ଅରବିନ୍ଦ ପାଣ୍ଡବଙ୍କ ପୌରହିତ୍ୟରେ ଶୁକ୍ରବାର ଆୟୋଜିତ ଆଲୋଚନା ଚକ୍ରରେ ଓଡ଼ିଶା ବନ ବିଭାଗ କୁମ୍ଭୀର ବିଶେଷଜ୍ଞ ତଥା ସ୍ୱେଚ୍ଛାସେବୀ ବିଶେଷଜ୍ଞ ଓ ଜୈବ ବିବିଧତା ସଂରକ୍ଷଣ (ଆଇୟୁସିଏନ/ଏସଏସସି ) […]

  କେନ୍ଦ୍ରାପଡ଼ା,୧୨ା୨: ମନରେଗା ବଞ୍ଚାଅ – ଭି. ବି. ଜି.ରାମ୍‌.ଜି ଆଇନକୁ ପ୍ରତ୍ୟାହାର କର, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ରଦ୍ଦ କର, ଜନ ବିରୋଧୀ ବିଦ୍ୟୁତ୍ ସଂଶୋଧନ ବିଲ୍ ପ୍ରତ୍ୟାହାର କର, କୃଷକ ବିରୋଧୀ ବିହନ ବିଲ୍ -୨୦୨୫ ବାତିଲ କର, ଧାନ ମଣ୍ଡିରୁ ସରକାରୀ ମୂଲ୍ୟରେ ସମସ୍ତ ଧାନକ୍ରୟ କର, କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ କର ପ୍ରଭୃତି ୨୧ଦଫା ଦାବିରେ ଗୁରୁବାର […]

କେନ୍ଦ୍ରାପଡା ମହାବିଦ୍ୟାଳୟର ୬୮ତମ ସ୍ୱନକ୍ଷତ୍ର ଦିବସ କେନ୍ଦ୍ରାପଡ଼ା,୧୨ା୨:ରାଜ୍ୟର ସର୍ବବୃହତ ତଥା ସର୍ବପୁରାତନ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ୬୮ତମ ପ୍ରତିଷ୍ଠା ଦିବସ କଲେଜ ପ୍ରେକ୍ଷାଳୟରେ ପରିଚାଳନା ପରିଷଦ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଚଳିତବର୍ଷର ମର୍ଯ୍ୟାଦାଜନକ ଦୀନବନ୍ଧୁ ସାହୁ ସ୍ମୃତି ସମ୍ମାନ ଆମ ରାଜ୍ୟର ଓଡିଆ ଭାଷାତତ୍ତ୍ୱବିତ, ଗବେଷକ ତଥା ସାହିତ୍ୟିକ ପଦ୍ମଶ୍ରୀ ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ମାନପତ୍ର, ଅର୍ଥରାଶି […]

ପଟ୍ଟାମୁଣ୍ଡାଇ ୧୨/୨ – ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ୟୁଜିୟୁପି ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ବୁଧବାର ଛାତ୍ରୀଛାତ୍ର ମାନେ ମଧ୍ୟାହ୍ନ ଭୋଜନ ବର୍ଜନ କରିବା ସହିତ ସ୍କୁଲରୁ ମିଳିଥିବା ଡ୍ରେସକୁ ଫେରାଇ ଦେଇଥିବା ଘଟଣା ଗୁରୁବାର ଭିନ୍ନ ମୋଡ଼ ନେଇଛି । ସ୍କୁଲ ଛାତ୍ରୀଛାତ୍ର, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ସ୍କୁଲର ଶ୍ରେଣୀ ଗୃହ ମଧ୍ୟରେ ସିଆରସିସି, ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷୟତ୍ରୀ/ଶିକ୍ଷକଙ୍କୁ ତାଲା ପକାଇ […]

ପଟ୍ଟାମୁଣ୍ଡାଇ ତା ୧୨/୨-ସାରା ରାଜ୍ୟରେ ଶିକ୍ଷକମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ ପାଇଁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତତ୍କାଳୀନ ମହାସଚିବ ସଚ୍ଚିଦାନନ୍ଦ ରାଉତ ଓ ସଭାପତି ଜଗନ୍ନାଥ ମହାନ୍ତିଙ୍କ ନେତୃତ୍ୱରେ ଆନ୍ଦୋଳନ ଚାଲିଥିଲା । ୧୯୮୯ ମସିହାରେ ତତ୍କାଳୀନ ସରକାର ସଚ୍ଚିଦାନନ୍ଦ ରାଉତ ଓ ଜଗନ୍ନାଥ ମହାନ୍ତିଙ୍କ ନେତୃତ୍ୱ ରେ ଚାଲିଥିବା ଶିକ୍ଷକ ଆନ୍ଦୋଳନ ଓ ଶିକ୍ଷକଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା ଦାବୀ ପ୍ରତି ସମର୍ଥନ […]

ପଟ୍ଟାମୁଣ୍ଡାଇ ୧୨/୨ -କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡାକରାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ କରାଯାଇଛି । ଏହାର ପ୍ରଭାବ ପଟ୍ଟାମୁଣ୍ଡାଇ ବାଇପାସ ବିଜୁ ପଟ୍ଟନାୟକ ଛକଠାରେ ଦେଖିବାକୁ ମିଳିଛି । ଏହି ବନ୍ଦ ଡାକରାରେ ରାଜ୍ୟ କଂଗ୍ରେସ ନିର୍ଦ୍ଧେଶରେ ପଟ୍ଟାମୁଣ୍ଡାଇ କଂଗ୍ରେସର ସମର୍ଥନ ଥିବା ଦେଖାଯାଇଛି । ଏହି ବନ୍ଦ ସକାଳ ୮ ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଚାଲିଥିଲା । ଏଥି ଯୋଗୁଁ […]

Breaking News