ପଟ୍ଟାମୁଣ୍ଡାଇରେ ସମସ୍ତ ଔଷଧ ଦୋକାନ ବନ୍ଦ

blank
ପଟ୍ଟାମୁଣ୍ଡାଇ ୨୦/୫ -ଅନଲାଇନ ଔଷଧ ବିକ୍ରିକୁ ବିରୋଧ କରି ଅଲ୍ ଇଣ୍ଡିଆ ଅର୍ଗାନାଇଜେଶନ ଅଫ୍ କେମିଷ୍ଟ୍‌ସ ଆଣ୍ଡ୍ ଡ୍ରଗିଷ୍ଟ୍‌ସ (ଏଆଇଓସିଡି) ପକ୍ଷରୁ ବୁଧବାର ସମଗ୍ର ଦେଶରେ ଔଷଧ ଦୋକାନ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ପଟ୍ଟାମୁଣ୍ଡାଇ ସହର ଓ ଗ୍ରାମାଂଚଳର ବିଭିନ୍ନ ଅଂଚଳରେ ଥିବା ଔଷଧ ଦୋକାନ ବନ୍ଦ ଥିବାର ଦେଖିବାକୁ ମିଳିଛି । ଯାହାଫଳରେ ରୋଗୀ ଓ ସାଧାରଣ ଲୋକ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖାଯାଇଛି। ମାତ୍ର ଏ ବାବଦରେ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟର ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ନିରାକାର ପରିଡାଙ୍କୁ ପଚାରିବାରେ ସେ କହିଲେ ପଟ୍ଟାମୁଣ୍ଡାଇ ସବ ଡିଭିଜନ ହସ୍ପିଟାଲକୁ ଆସିଥିବା ସମସ୍ତ ରୋଗୀଙ୍କୁ ନିରାମୟରୁ ଔଷଧ ବଂଟନ କରାଯାଇଛି । ପୂର୍ବଦିନ ଭଳି ଆଜି ଡାକ୍ତରଙ୍କୁ ନିରାମୟ ଔଷଧ ବିଷୟରେ ବୁଝାଇବାକୁ ପଡିନାହିଁ ବୋଲି ସେ କହିଛନ୍ତି ।ସେହିପରି ହସ୍ପିଟାଲ କ୍ୟାମ୍ପସ ଭିତରେ ଥିବା ମେଡିସିନ ଷ୍ଟୋର ଓ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର ଖୋଲା ରହିଛି।

Next Post

ନାରୀ ତା’ର ଅଧିକାର ପାଇଁ ଲଢେଇ କରିବାକୁ ପଡୁଛି ,କେନ୍ଦ୍ରାପଡା ବିଧାନ ସଭା ସ୍ତରୀୟ ବିଜେଡିର ନାରି ଅଧିକାର ଅଭିଯାନ

Wed May 20 , 2026
ରାଷ୍ଟ୍ରପତିଙ୍କୁ ମହିଳା ସଂରକ୍ଷଣ ଦାବିପତ୍ର କେନ୍ଦ୍ରାପଡ଼ା, ୨୦/୫: ଦେଶରେ ଭାଜପା ସରକାର ଓ ନେତା ମାନେ ଭୋଟ ସମୟରେ କିଛି ଯୋଜନା ନାମରେ କିଛି ଅର୍ଥ ଦେଇ ମା’ ମାନଙ୍କୁ ଦୟା କରୁଛନ୍ତି ବୋଲି ଭାବୁଛନ୍ତି। ମହିଳାମାନେ ଯାହା ପାଉନାହାନ୍ତି ତା’ଠାରୁ ସେମାନେ ଅଧିକ ପ୍ରଚାର କରୁଛନ୍ତି। ସେମାନଙ୍କୁ ରାଜନୀତିରେ ମୋହରା ବନାଯାଉଛି। ମା’ମାନଙ୍କ ପାଇଁ କିଛି ନ କରି ଡ଼େଙ୍ଗୁରା ପିଟା ଯାଉଛି। ଫମ୍ପା ମାଠିଆ ପରି ବଡ଼ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading