ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ପ୍ରଦାନ

blank
କେନ୍ଦ୍ରାପଡ଼ା,୨୨ା୬:କେନ୍ଦ୍ରାପଡା ଟାଉନ ଥାନା ପକ୍ଷରୁ ଥାନା ପରିସରରେ ବରିଷ୍ଠ ନାଗରିକମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବଡହାଟସ୍ଥିତ ଗଗନ ଚନ୍ଦ୍ର ମହାରଣା, ମଞ୍ଜୁକ୍ତା ମହାରଣାଙ୍କ ସମେତ ଅନ୍ୟ କେତେକ ବରିଷ୍ଠ ନାଗରିକ ଉପସ୍ଥିତ ରହି ପରିଚୟପତ୍ର ଗ୍ରହଣ କରିଥିଲେ। ଏହି ଅବସରରେ ଟାଉନ ଥାନାର ଅତିରିକ୍ତ ଆଇ.ଆଇ.ସି. ନିଲମ ସୋରେନ ଗଗନ ଚନ୍ଦ୍ର ମହାରଣା ଓ ମଞ୍ଜୁକ୍ତା ମହାରଣାଙ୍କୁ ଏସପିଙ୍କ ସ୍ୱାକ୍ଷର ଥିବା ପରିଚୟପତ୍ର ପ୍ରଦାନ କରିଥିଲେ। ଏହି ସମୟରେ କାଉନସିଲର ଉମେଶ ଚନ୍ଦ୍ର ନାୟକ ଓ ସମାଜସେବୀ ସୁଜିତ କୁମାର ସାହୁ ଉପସ୍ଥିତ ଥିଲେ। ଏହି ପରିଚୟପତ୍ର ଦ୍ୱାରା ବରିଷ୍ଠ ନାଗରିକମାନେ ବିଭିନ୍ନ ସରକାରୀ ସହାୟତା ପାଇପାରିବେ ବୋଲି କାଉନସିଲର ଶ୍ରୀ ନାୟକ ଗଣମାଧ୍ୟମକୁ କହିଥିଲେ।

Next Post

ଜିଲ୍ଲାପାଳଙ୍କୁ ଭେଟିଲେ ଶତାଧିକ ମିଶନଶକ୍ତି ମହିଳା, ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ

Tue Jun 23 , 2026
କେନ୍ଦ୍ରାପଡ଼ା,୨୩ା୬:ଇନ୍ଦୁପୁର ଗ୍ରାମପଞ୍ଚାୟତରେ ଖୋଲିବାକୁଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନକୁ ସ୍ଥାନୀୟ ମିଶନଶକ୍ତି ସ୍ୱୟଂସହାୟିକା ଗୋଷ୍ଠିର ମହିଳାମାନେ ପ୍ରବଳ ବିରୋଧ କରି ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଇନ୍ଦୁପୁର ପଞ୍ଚାୟତର ଯେଉଁ ସ୍ଥାନରେ ବିଦେଶୀ ମଦ ଦୋକାନଟି ଖୋଲିବାକୁ ଯାଉଛି ଉକ୍ତ ସ୍ଥାନଟି ଜଗତପୁର- ପଟ୍ଟାମୁଣ୍ଡାଇ କେନାଲବନ୍ଧ ପାଶ୍ୱର୍ରେ ରହିଛି। ସଂପୃକ୍ତ ମଦ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading