
ପଟ୍ଟାମୁଣ୍ଡାଇ ୨୧/୫ଓଡିଶାର ପ୍ରସିଦ୍ଧ ବାଣିଜ୍ୟ କେନ୍ଦ୍ର କେନ୍ଦ୍ରାପଡ଼ା ଜିଲାର ଦ୍ୱିତୀୟ ବୃହତମ ସହର ସର୍ବୋପରି ବିଭିନ୍ନ ଦୃଷ୍ଟିକୋଣରୁ ପଟ୍ଟାମୁଣ୍ଡାଇର ଗୁରୁତ୍ୱ ରହିଛି । ଜିଲାର ବିଭିନ୍ନ ବ୍ଲକର ଲୋକମାନେ ବିଭିନ୍ନ କାମ ପାଇଁ ପଟ୍ଟାମୁଣ୍ଡାଇ ଉପରେ ନର୍ଭର କରିଥାନ୍ତି । ଓଡିଶା ତଥା ଓଡିଶା ବାହାର ଲୋକମାନେ ମଧ୍ୟ ପଟ୍ଟାମୁଣ୍ଡାଇ ଆସୁଛନ୍ତି । ଏହା ଜାତୀୟ ଉଦ୍ୟାନ ଭିତରକନିକା ପ୍ରବେଶ ଦ୍ୱାର ଥିବା ବେଳେ ଦୈନିକ ବହୁ ପର୍ଯ୍ୟଟକ ମାନେ ଏହି ପଥଦେଇ ଯାତାୟତ କରନ୍ତି । ଯାହାକୁ ନେଇ ଦୈନିକ ସତାଧିକ ଗାଡି ଚଳାଚଳ ସହିତ ସ୍ଥାନୀୟ ଲୋକଙ୍କ ଯାନବାହନ ଚଳାଚଳ କାହିଁ କେତେ ଗୁଣ ବଢିଛି । ପ୍ରଶାସନର ସମସ୍ତ ଉଦ୍ୟମ ସତ୍ୱେ ସହର ଟ୍ରାଫିକ ସମସ୍ୟାରେ ସୁଧାର ଆସି ପାରିନାହିଁ । ଯାହାଫଳରେ ପ୍ରତ୍ୟହ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି ଓ ଦୁର୍ଘଟଣା ମୃତ୍ୟୁ ଅପମୃତ୍ୟ ଓ ସନ୍ଦେହଜନକ ମୃତ୍ୟୁର ରହସ୍ୟ ଫିଟାଇବା ଓ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ମୃତ ଶବ ବ୍ୟବଛେଦ ନିହାତି ଆବଶ୍ୟକ । ପଟ୍ଟାମୁଣ୍ଡାଇରେ ସବଡିଭିଜନ ହସ୍ପିଟାଲ ଥିଲେ ମଧ୍ୟ ଶବ ବ୍ୟବଛେଦ ଗୃହ ନାହିଁ ଓ ଯାହାଫଳରେ ପଟ୍ଟାମୁଣ୍ଡାଇ ସମେତ ଆଖ ପାଖ ବିଭିନ୍ନ ଅଂଚଳର ଲୋକମାନେ ଶବ ବ୍ୟବଛେଦ ଗୃହ ନିର୍ମାଣ ପାଇଁ ସୁଦୂର ଆଳି ଯିବାକୁ ବାଧ୍ୟ ହେଉଛନ୍ତି । ପଟ୍ଟାମୁଣ୍ଡାଇ ମୁନିସିପାଲିଟି ସାଙ୍ଗକୁ ସବଡିଭିଜନ ହସ୍ପିଟାଲ ଥିଲେ ମଧ୍ୟ ଶବ ବ୍ୟବଛେଦ ଗୃହ ନରହିବା ଦୁର୍ଭାଗ୍ୟ ଜନକ । ପଟ୍ଟାମୁଣ୍ଡାଇ ସହର ମଧ୍ୟରେ ଅବିଳମ୍ବେ ଶବ ବ୍ୟବଛେଦ ଗୃହ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।
