ଅବହେଳିତ ଅବସ୍ଥାରେ ପଟ୍ଟାମୁଣ୍ଡାଇ ପୌରାଂଚଳ

ପଟ୍ଟାମୁଣ୍ଡାଇ ୨୦।୫ – ବର୍ଷ ପରେ ବର୍ଷ ବିତି ଚାଲିଛି ମାତ୍ର ପଟ୍ଟାମୁଣ୍ଡାଇ ସହରରେ ଚାଲିଥିବା ଅନେକ ପ୍ରକଳ୍ପ ଶିଳାନ୍ୟାସରେ ସମିତ ରହିଛି । ଆଉ ଯେତକ କାର୍ଯ୍ୟ ହୋଇଛି ସେ ସବୁ ଲୋକଙ୍କ କାର୍ଯ୍ୟରେ ଲାଗୁନାହିଁ । ଅନେକ ଘୋଷଣା ହୋଇଥିଲେ ବି କାମ ଆରମ୍ଭ ହେଉାନାହିଁ ।ରାଜ୍ୟରେ ପୂର୍ବ ସରକାର ସମୟରେ ସ୍ଥିତି ଯେମିତି ଥିଲା ନୂଆ ସରକାରରେ ମଧ୍ୟ ସେଇପରି ଚାଲିଛି । ତେବେ ନୂଆ ସରକାରେ ଅଧୁରା ପ୍ରକଳ୍ପଗୁଡ଼ିକ ଚଳିତ ବର୍ଷ ସରିବ ବୋଲି ଆଶା କରାଯାଉଥିବା ବେଳେ ପୁରୁଣା ମୁହଁ ଥିବାରୁ କାର୍ଯ୍ୟାନ୍ୱୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଯଦି ସରକାର ଓ ପ୍ରଶାସନ ଗୁରତ୍ୱର ସହିତ ଆଗ୍ରହ ପ୍ରକାଶ କରନ୍ତି ତେବେ ଘୋଷିତ ପ୍ରକଳ୍ପ ବାସ୍ତବ ରୂପ ନେଇପାରିବ ନ ହେଲେ ସେମିତି ଘୋଷଣାରେ ଅଟକିଯିବ ବୋଲି ସାଧାରଣରେ ଆଲୋଚନା ଯୋର ଧରିଛି ।
ପଟ୍ଟାମୁଣ୍ଡାଇ ପୌର ପରିଷଦ ୩୮ ବର୍ଷରେ ପଦାର୍ପଣ କରିଥିବା ବେଳେ ପ୍ରତ୍ୟକ ବର୍ଷ ସ୍ୱାୟତ ଶାସନ ଦିବସ ପାଳନ କରୁଛି । ସେହି ସମୟରେ ପୌର ପରିଷଦ ପକ୍ଷରୁ ବ୍ୟାପକ ପ୍ରକଳ୍ପର ଶିଳାନ୍ୟାସ ହୋଉଛି । ମାତ୍ର ଗତ ୫ବର୍ଷ ହେବ ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ଯେଉଁ ପ୍ରକଳ୍ପର ଶିଳାନ୍ୟାଶ କରାଯାଇଥିଲା, ସେଥିରୁ କେତେକ କାର୍ଯ୍ୟ ଅଧାପଡିଛି ତ କେତେକ କାର୍ଯ୍ୟ ଆରମ୍ଭ ହୋଇନାହିଁ। ବିଭିନ୍ନ ସ୍ଥାନରେ କେବଳ ଫଳକଗୁଡ଼ିକ ଶୋଭା ମଣ୍ଡନ କରୁଛି। ସେଥିମଧ୍ୟରୁ ଦେଢ କୋଟି ଟଙ୍କା ବ୍ୟୟ ଅଟକଳରେ କଚେରି ପୋଖରୀ ପୁନରୁଦ୍ଧାର କାର୍ଯ୍ୟର ଶୁଭ ଦିଆଯାଇଥିଲା । ଠିକାଦାର କାର୍ଯ୍ୟଦେଶ ପାଇ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଜବରଦଖଲ ହେଉ ବା ପୌର ପ୍ରଶାସନର ଦୃରଦୃଷ୍ଠି ଅଭାବରୁ ଉକ୍ତ କାର୍ଯ୍ୟ ବନ୍ଦ ହୋଇ ମାଲିମକଦ୍ଦମାରେ ପଡିଥିବା ପୌର ପରିଷଦରୁ ଜଣାପଡିଛିା ସେହିପରି ୧ କୋଟି ଟଙ୍କା ବ୍ୟୟରେ ମଲ୍ଟି ଷ୍ଟୋରେଡ ମାର୍କେଟ କମ୍ପେ୍ଲକ୍ସ ଓ ଯଜ୍ଞ ପଡ଼ିଆର ଉନ୍ନତୀକରଣ କାର୍ଯ୍ୟର ଶୁଭ ଦିଆଯାଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟ ପାଇଁ ଇଟା ଖଣ୍ଡେ ବି ପଡ଼ିପାରିଲା ନାହିଁ। ଯଜ୍ଞ ପଡ଼ିଆ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇରହିଛି। ପୌରାଂଚଳରେ ଡ୍ରେନେଜ ବ୍ୟବସ୍ଥା ସହ ଉଜ୍ଜ୍ୱଳ ଆଲୋକୀକରଣ ଓ ପରିମଳ ବ୍ୟବସ୍ଥା ଅପହଂଚ ହୋଇପଡିଛି । ସହରକୁ ସ୍ୱଚ୍ଛ ଏବଂ ସୁନ୍ଦର କରିବାକୁ ପୌର ପରିଷଦ ଜରିଆରେ ଅର୍ଥ ଖର୍ଚ୍ଚ ହେଉଛି। ତଥାପି ଡ୍ରେନେଜ୍ ବ୍ୟବସ୍ଥାରେ ସୁଧାର ଆସିପାରୁନାହିଁ। ସାମାନ୍ୟ ବର୍ଷା ହେଲେ ପୌରାଂଚଳର ବିଭିନ୍ନ ସାହିରେ ଆଣ୍ଠୁଏ ଉଚ୍ଚତାରେ ପାଣି ଜମିରହୁଛି। ପୌରାଂଚଳକୁ ସ୍ୱଚ୍ଛ ଭାରତ ମିଶନରେ ସାମିଲ କରିବା ଲକ୍ଷ୍ୟରେ ୧ କୋଟି ୫୧ ଲକ୍ଷ ୨୦ ହଜାର ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ୨୦ଟି ଇକୋ ଟଏଲେଟ ନିର୍ମାଣ କରାଯାଇଛି। ମାତ୍ର ତାହା ଆଜିପର୍ଯ୍ୟନ୍ତ ବନ୍ଦ ପଡ଼ିଛି। ସେହିପରି ମୁକ୍ତା ଯୋଜନାରେ ୨୦ଟି ୱାର୍ଡର ସବୁ ଛକରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟ ଅଟକଳରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ତାହା କର୍ଯ୍ୟକାରୀ ହୋଇନାହିଁ। ସେହିପରି ମୁକ୍ତା ଯୋଜନା ମାଧ୍ୟମରେ ୨୦ଟି ୱାର୍ଡରେ ୨୮୫ ଟି ଜଳ ସଂରକ୍ଷଣ ପ୍ରକଳ୍ପ ବାବଦକୁ ମୋଟ ୧ କୋଟି ୧୩ ଲକ୍ଷ ୫୪ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ମାତ୍ର ପ୍ରକଳ୍ପ କାର୍ଯ୍ୟକାରିତାରେ ବିଭାଗୀୟ ଆନ୍ତରିକତାର ଅଭାବ ଯୋଗୁ ଭୂତଳ ଓ ବର୍ଷାଜଳ ସଂରକ୍ଷଣ ପଦ୍ଧତି ବ୍ୟାହତ ହେଉଥିବା ମତପ୍ରକାଶ ପାଇଛି। ଏଥିରୁ ଜଳ ସଂରକ୍ଷଣ ପଦ୍ଧତି ପାଇଁ ସରକାରୀ ଯୋଜନା ବାଟ ହୁଡ଼ିଛି ବୋଲି ସ୍ପଷ୍ଟ ହୋଇଯାଉଛି।ଖୋଲା ଆକାଶ ବ୍ୟାୟାମ ଶାଳା ଅନେକ ସ୍ଥାନରେ ଭାଙ୍ଗିରୁଜି ଲୋକଙ୍କ କାର୍ଯ୍ୟରେ ଆସୁନି । ସେହିପରି ସହରର ଏକାଧିକ ସ୍ଥାନରେ ଅଳିଆ ଆବର୍ଜନା କାଣ୍ଡିହୋଇ ରହୁଥିବା ବେଳେ ବୁଲା ଗାଇଗୋରୁ ସହରସାôା ଅବାଧ ବିତରଣ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜୁଛିି । ପୌରାଂଚଳରେ ଡ୍ରେନେଜ୍ ଓ ପରିମଳ ସମସ୍ୟା ଜନସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ବିପଦ ସୃଷ୍ଠି କରୁଛି । ତୁରନ୍ତ ସ୍ଥାନୀୟ ପ୍ରଶାସନର ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ଦାବୀ ହୋଇଛି ।ଏନେଇ ପୌର ନର୍ବାହୀ ଅଧିକାରୀ ରଞ୍ଜନ ଦାଶଙ୍କୁ ପଚାରୀବାରେ ମାଲିମକଦ୍ଦମାକୁ ନେଇ କଚେରି ପୋଖରି କାର୍ଯ୍ୟ ବନ୍ଦ ରହିଛି । ହେଲେ ମଲ୍ଟି ଷ୍ଟୋରେଡ ମାର୍କେଟ କମ୍ପେ୍ଲକ୍ସ ଓ ଯଜ୍ଞ ପଡ଼ିଆର ଉନ୍ନତୀକରଣ କାର୍ଯ୍ୟ ଉପରେ ସେପରିକିଛି ଖବର ନାହିଁ ।
