
ପଟ୍ଟାମୁଣ୍ଡାଇ ୨୨/୫ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡଇ ପୌରାଂଚଳ ଦେଇ ଯାଇଥିବା ପୁରୁଣା ଐତିହାସିକ ଗୋବରୀ ନଦୀ ଏବେ ପ୍ରଭାବଶାଳୀ ବ୍ୟକ୍ତି ଓ ଜବରଦଖଲକାରୀଙ୍କ କବ୍ଜାରେ ରହିଛି। ନଦୀ ସ୍ରୋତ ମରିଯିବା ପରେ ଲୋକେ ନଦୀରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କରିବା ସହ ଚଂଚକତା କରି ନିଜ ନାମରେ ସ୍ଥିତିବାନ ପଟ୍ଟା କରିନେଇଛନ୍ତି । ଯାହାକୁ ନେଇ ବିଭିନ୍ନ ଗଣାମଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ସଂପ୍ରତି ଘଟଣାର ନୂଆ ମୋଡ଼ ନେଇଛି। ପୂର୍ବ ଗୋବରୀ ନଦୀ ସରକାରୀ ଜମିର ଜବରଦଖଲ ଏବଂ ପରବର୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରାପଡା ଜିଲା ପ୍ରଶାସନ ପକ୍ଷରୁ ପଟ୍ଟାମୁଣ୍ଡାଇ ତହସିଲଦାର, ପୌର କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଜାରି କରାଯାଇଛିି । ସବିକ ସହିତ ମାମଲାର ସତ୍ୟତା ଯାଂଚ କରିବାକୁ ଜିଲାପାଳଙ୍କ ଚିଠିରେ ଉଲେଖ କରାଯାଇଛିା ଯାହାକୁ ନେଇ ପଟ୍ଟାମୁଣ୍ଡାଇ ତହସିଲ ଓ ପୌରପ୍ରଶାସନର ତତ୍ପରତା ପ୍ରକାଶ ପାଇଥିବା ବେଳେ ଜବରଦଖଲ କାରୀଙ୍କ ମଧ୍ୟରେ ଭାଳେଣି ପଡିଛି।
ପଟ୍ଟାମୁଣ୍ଡାଇ ସହର ମଝିରେ ଥିବା ପୁରୁଣା ଗୋବରୀ ନଦୀର ପୋଖରିଆପଡ଼ା, ବେଳତଳ ଓ ଦକ୍ଷିଣଦିଆ ମୌଜା ଦେଇ ଯାଇଥିବା ଏହି ନଦୀର ପ୍ରାୟ ୧୪୮.୨୬ ଏକର ଜମି ରହିଛି। ତେବେ ଏହି ଅଂଚଳରେ ଜମିର ଦାମ ବର୍ଗଫୁଟ ପିଛା ୪,୦୦୦ ରୁ ୮,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ କେତେକ ମାଫିଆ ଜବରଦଖଲ ଓ ବେଆଇନ ଭାବେ ମୁଲ୍ୟନବାନ ଗୋବରୀ ନଦୀ ଜମିକୁ ଦଖଲରେ ରଖିଛନ୍ତି । କେତେକ ପ୍ରଭାବଶାଳୀ ବ୍ୟକ୍ତି ଚଂଚକତାକରି ନିଜନାମରେ ଖତିଆନ କରି ବିକ୍ରିପଟ୍ଟା କରିଦେଇଛନ୍ତି । ସଂପ୍ରତି ସେଠାରେ ବଡବଡ ଅଟ୍ଟାଳିକା ଗଢିଉଠିଛି । ଯାହାକୁ ନେଇ ଗୋବରୀ ନଦୀ କ୍ରମଂଶ ପୋତିହେବା ସହ ଜଳଧାରଣ କ୍ଷମତା ହରାଇ ବସିଛି । ନଦୀ ଉପରେ ନିର୍ଭର କରୁଥିବା ଶତାଧିକ ଚାଷୀଙ୍କ ଧାନ, ମୁଗ, ବିରି, ନଳିତା ଏବଂ ବିଭିନ୍ନ ପନିପରିବା ଚାଷ ଜଳସେଚନର ଅଭାବ ଯୋଗୁଁ ବାଧାପ୍ରାପ୍ତ ହେଉଛି । ଯାହାକୁ ନେଇ ସେମାନେ ଚାଷ ପ୍ରତି ବିମୂଖ ହେଇ ବାହାରଜ୍ୟକୁ ଚାଲିଯାଉଛନ୍ତି । ଏହାକୁ ନେଇ ସାମାଜିକକର୍ମୀ ପ୍ରଫୁଲ୍ଲ ଦାଶ, କ୍ଷୀରୋଦ ମଲ୍ଲିକ, ଅଶୋକ ବଳ, ଦେବାଶିଷ ପଣ୍ଡା ପ୍ରମୁଖ ଗୋବରୀ ନଦୀ ଉଦ୍ଧାର ଓ ନଦୀ ସଂଜୋଗୀ କରଣ ପାଇଁ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା) ନିକଟରେ ଏକ ଜନସ୍ୱାର୍ଥ ସମ୍ବଳିତ ଅଭିଯୋଗ ୨୦୨୧ ଫେବୃୟାରୀ ୧୪ରେ ଦାଏର କରିଥିଲେ। ଏ ସମ୍ପର୍କରେ ନାଲସା କର୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରାପଡ଼ା ଜିଲା ଆଇନସେବା ପ୍ରାଧିକରଣ (ଡିଏଲ୍ଏସ୍ଏ)କୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ଆଇନସେବା ପ୍ରାଧିକରଣର ସଚିବ ବିଚାରପତି କେସ ନଂ. ୧୦/୨୦୨୧ରେ ଏକ ମାମଲା ଦାଏର କରି ପଦକ୍ଷେପ ଗ୍ରହଣ କରିବାକୁ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ନେଇ ଖବର କାଗଜରେ ଜବରଦଖଲ ଓ ଗୋବରୀ ପୁନଃ ଉଦ୍ଧାରକୁ ନେଇ ଖବର ପ୍ରକାଶ ପାଇ ଆସୁଥିଲା । ଏହାକୁ ହୃଦୟଗମ କରି ପୌରନର୍ବାହୀ ଅଧରକାରୀ ରଞ୍ଜନ ଦାଶ ଗତ ଅପ୍ରେଲ ମାସ ୬ ତାରିଖରେ ଚିଠି ନଂ- ୨୧୦୧ରେ ଜିଲାପାଳଙ୍କୁ ଅବଗତ କରିଥିଲେ । ସାବିକ ସହିତ ମାମଲାର ସତ୍ୟତା ଯାଂଚ କରି ପୂର୍ବ ଗୋବରର ନଦୀ ସରକାରୀ ଜମିର ଜବରଦଖଲ ଏବଂ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ଚିଠି ନଂ-୧୭୪୯ ୧୫/୫/୨୦୨୬ କେନ୍ଦ୍ରାପଡା ଜିଲାପାଳ ରଘୁରାମ ଆର ଆୟାର ନିଦ୍ଧେଶ ଜାରି କରିଥିବା ବେଳେ ଅତିରିକ୍ତ ଜିଲାପାଳ ରାଜସ୍ୱ ରବିନ୍ଦ୍ର ମଲ୍ଲିକ ଚିଠୀ ନଂ ୧୭୫୦/୧୭୫୧ ତାରିଖ ୧୮/୫/୨୦୨୬ରେ ଜାରି କରି ପଟ୍ଟାମୁଣ୍ଡାଇ ତହସିଲଦାର ଓ ପୌରନିର୍ବାହୀ ଅଧିକାରୀଙ୍କୁ ଜବରଦଖଲ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
