ଚୋରା ମଦ ଜବତ, ୪ ଗିରଫ

blank
କେନ୍ଦ୍ରାପଡ଼ା,୨ା୧୨- କେନ୍ଦ୍ରାପଡ଼ା ଅବକାରୀ ବିଭାଗ ପକ୍ଷରୁ ପାଟକୁରା ଓ କେନ୍ଦ୍ରାପଡ଼ା ସଦର ଥାନା ଅଧିନସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ନୂଆପଡ଼ା ଗ୍ରାମର ସର୍ବେଶ୍ୱର ବେହେରାଙ୍କ ଠାରୁ ଦେଶୀ ରନ୍ଧା ମଦ ଓ ଶାନ୍ତିଲତା ବେହେରାଙ୍କ ଠାରୁ ଦେଶୀ ରନ୍ଧା ମଦ, ବାହାକଣ୍ଡିଆ ଗ୍ରାମର କୈଲାଶ ଚନ୍ଦ୍ର ସ୍ୱାଇଁଙ୍କ ଠାରୁ ବିଦେଶୀ ମଦ ଓ ନିକୁଞ୍ଜ ଜେନାଙ୍କ ଠାରୁ ଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୧୯୩୫ ଲିଟର ବିଦେଶୀ, ଦେଶୀ ଓ ଦେଶୀରନ୍ଧା ମଦ ଜବତ କରାଯାଇ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଉପନିରିକ୍ଷକ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ସହକାରୀ ଉପ ନିରୀକ୍ଷକ ଜଗନ୍ନାଥ ବେସ୍ରା, ସୁନୀଲ କୁମାର ମିଶ୍ର, ପ୍ରଦୀପ କୁମାର ମଳିକଙ୍କ ସମେତ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Next Post

ପୁରୁଷୋତ୍ତମପୁରରେ ଗୀତା ଜୟନ୍ତୀ ପାଳିତ

Tue Dec 2 , 2025
କେନ୍ଦ୍ରାପଡା,୨ା୧୨: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମ ସ୍ଥିତ ପଣ୍ଡିତ ହୃଷୀକେଶ ରଥଙ୍କ ଗୃହାଙ୍ଗନରେ ଥିବା ଶ୍ରୀରାମ ମନ୍ଦିର ସଭାଗୃହରେ ସଂସ୍କୃତ ଭାରତୀ, କେନ୍ଦ୍ରାପଡ଼ା ଶାଖା ଆନୁକୁଲ୍ୟରେ ଭଗବାନ ବ୍ୟାସଦେବଙ୍କ ରଚିତ ଶ୍ରୀମଦ୍ ଭଗବତ ଗୀତା ଜୟନ୍ତୀ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ ମହୋତ୍ସବକୁ ମାନସ ଭୂଷଣ ପଣ୍ଡିତ ହୃଷୀକେଶ ରଥ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading