ଭିନ୍ନକ୍ଷମ ଶିଶୁଙ୍କ ପ୍ରୋସ୍ଥେଟିକ୍ ମାପ ଶିବିର ଅନୁଷ୍ଠିତ

blank
କେନ୍ଦ୍ରାପଡ଼ା,୧ା୬: କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ବର୍ଷ ଧରି ବୌଦ୍ଧିକ ଭିନ୍ନକ୍ଷମ ଶିଶୁଙ୍କୁ ଥେରାପି ସେବା ପ୍ରଦାନ କରି ଆସୁଥିବା ପୁନର୍ବାସ ଅନୁଷ୍ଠାନ ଏବଂ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ପ୍ରୋସ୍ଥେଟିକ୍ ମାପ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମାଧପୁରସ୍ଥିତ ଥେରାପି କେନ୍ଦ୍ରରେ ଆୟୋଜିତ ହୋଇଥିବା ଏହି ଶିବିରରେ ସମୁଦାୟ ୧୦ଜଣ ମସ୍ତିଷ୍କ ପକ୍ଷାଘାତ ସ୍ୱତନ୍ତ୍ର ଶିଶୁଙ୍କ ଗୋଡ଼ ଓ ହାତ ନିମନ୍ତେ ପ୍ରୋସ୍ଥେଟିକ୍ ସହାୟକ ଉପକରଣର ମାପ ନିର୍ଦ୍ଧାରଣ କରାଯାଇଥିଲା। ବରିଷ୍ଠ ଥେରାପିଷ୍ଟ ଗିରିଜା ଶଙ୍କର ଖୁଣ୍ଟିଆ ଓ ରଶ୍ମିବାଳା ବେହେରା ଏବଂ ଟେକେନିକାଲ୍ ସହାୟକ ଶ୍ୟାମସୁନ୍ଦର ଷଡ଼ଙ୍ଗୀ ଏହି ସ୍ୱତନ୍ତ୍ର ଶିଶୁଙ୍କ ମାପ ନିର୍ଣ୍ଣୟ କରିଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରାକ୍ତନ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଅତିଥି ରୂପେ ଯୋଗ ଦେଇଥିବାବେଳେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟ ଓ ସହ ସମ୍ପାଦକ ବଂଶୀଧର ମହାନ୍ତି ଉପସ୍ଥିତ ରହି ସ୍ୱତନ୍ତ୍ର ଶିଶୁଙ୍କ ଅଭିଭାବକ ଓ ଭୁବନେଶ୍ୱରରୁ ଆସିଥିବା ପ୍ରୋସ୍ଥେଟିକ୍ ଟିମ୍ ସହ ଭାବ ବିନିମୟ କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ତଥା ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼. ଦେବେନ୍ଦ୍ର କୁମାର ଦାସ ସ୍ୱତନ୍ତ୍ର ଶିଶୁମାନଙ୍କ ଏହି ପ୍ରୋସ୍ଥେଟିକ୍ ଉପକରଣ ସହାୟକ ନିମନ୍ତେ ସହଯୋଗ ପ୍ରଦାନ କରିଛନ୍ତି । ଏହି ଶିବିରକୁ ପୁନର୍ବାସର ଫିଜିଓଥେରାପିଷ୍ଟ ରଚିତା ଜେନା, ଅନୁଷ୍ଠାନର ସଭ୍ୟ ମହମ୍ମଦ ଜାହିଦ୍ ଖାନ୍‌, ରଞ୍ଜନ ସ୍ୱାଇଁ, ଗାୟତ୍ରୀ ପୃଷ୍ଠି, ଦୀପକ ସାହୁ ଓ ଟ୍ରଷ୍ଟର ପ୍ରତିନିଧି ଭୁବନମୋହନ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଚଳିତ ମାସ ମଧ୍ୟରେ ମାପ ନିର୍ଦ୍ଧାରିତ ହୋଇଥିବା ଶିଶୁମାନଙ୍କୁ ପ୍ରୋସ୍ଥେଟିକ୍ ଉପକରଣମାନ ପ୍ରଦାନ କରାଯିବ ବୋଲି ପୁନର୍ବାସର ଉପ ସଭାପତି ଜ୍ୟୋତିରଞ୍ଜନ ନାୟକ ପ୍ରକାଶ କରିଛନ୍ତି।

Next Post

ଶ୍ରୀ ଅମରେଶ୍ୱରଙ୍କ ପଞ୍ଚଦଶ ବାର୍ଷିକ ଉତ୍ସବ ଓ ଶୀତଳ ଷଷ୍ଠି ଉତ୍ସବ ଉଦ୍‌ଯାପିତ ଶିବ ପାର୍ବତୀଙ୍କ ବିବାହ ଓ ନଗର ପରିକ୍ରମା

Sun Jun 1 , 2025
କେନ୍ଦ୍ରାପଡା,୧ା୬: ପବିତ୍ର ଶୀତଳ ଷଷ୍ଠୀ ଉତ୍ସବ ଗୋପସ୍ଥିତ ଅମରେଶ୍ୱର ପୀଠରେ ଶ୍ରୀ ଅମରେଶ୍ୱର ଉନ୍ନୟନ ପରିଷଦ ପକ୍ଷରୁ ଶ୍ରୀ ଅମରେଶ୍ୱରଙ୍କ ପଞ୍ଚଦଶ ବାର୍ଷିକ ଉତ୍ସବ ଓ ଶୀତଳ ଷଷ୍ଠି ଉତ୍ସବ ରବିବାର ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଗୁରୁବାର ସନ୍ଧ୍ୟାରେ ଅଙ୍କୁରାରୋପଣ କରାଯିବା ପରେ ଶୁକ୍ରବାର ସକାଳେ କଳସ ଜଳଯାତ୍ରା ସହିତ ଅଗ୍ନୀସ୍ଥାପନ ପରେ ରୁଦ୍ରାଭିଷେକ, ହୋମଯଜ୍ଞ,ଚଣ୍ଡିପାଠ କରାଯାଇଥିଲା । ସେହିପରି ଶନିବାର ଦିନ କରାଯାଇ ଅଗ୍ନି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading