ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏସିଡ ମାଡ : ୨ ଗୁରୁତର, ଅଭିଯୁକ୍ତ ଗିରଫ

blank
ପଟ୍ଟାମୁଣ୍ଡାଇ ତା ୧୩/୧ – ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ବାଛରା ଗ୍ରାମରେ ଗତକାଲି ସନ୍ଧ୍ୟା ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏସିଡ ମାଡ଼ ଯୋଗୁଁ ମା, ପୁଅ ଗୁରୁତର ଆହତ ହୋଇ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ା ପରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ ସୃଷ୍ଠି କରିଛି। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତକୁ ଗିରଫ କରିବା ସହିତ ଆଜି କୋର୍ଟ ଚାଲାଣ କରିଛି ।

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଥାନା ଅନ୍ତର୍ଗତ ବାଛରା ଗ୍ରାମର ରବିନ୍ଦ୍ର ସାହୁ (୩୦) ଙ୍କର ତାଙ୍କ ପଡୋଶୀ ବିଜୟ କୁମାର ସାହୁ (୬୨) ଙ୍କ ସହିତ ପୂର୍ବରୁ ଶତ୍ରୁତା ରହିଥିଲା। ଗତକାଲି ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ ସମୟରେ ରବୀନ୍ଦ୍ର ତାଙ୍କର ନିର୍ମାଣଧିନ କୋଠା ଘର ସମ୍ମୁଖରୁ ବାଲି ଗୋଟାଉଥିବା ସମୟରେ ଅଭିଯୁକ୍ତ ବିଜୟ  ଏସିଡ ବୋତଲରୁ ରବୀନ୍ଦ୍ରଙ୍କ ଉପରେ ଏସିଡ ଢାଳି ଦେଇଥିଲ । ଫଳରେ ରବୀନ୍ଦ୍ରଙ୍କର ମୁଣ୍ଡ, ଛାତି, ବେକ, ପେଟରେ ଏସିଡ ଜନିତ କ୍ଷତ ସୃଷ୍ଠି ହୋଇଥିଲା। ଏହା ଦେଖି ରବୀନ୍ଦ୍ରଙ୍କ ନିକଟରେ ଥିବା ତାଙ୍କ ମା ଟୁକୁନି ସାହୁ (୫୨) ପାଟି କରିବାରୁ ଅଭିଯୁକ୍ତ ବିଜୟ ତାଙ୍କ ଉପରେ ଏସିଡ ଢାଳି ଦେବାରୁ ତାଙ୍କର ମୁଁହ ଓ ଆଖିରେ କ୍ଷତ ସୃଷ୍ଟି ଢାଳି ହୋଇଥିଲା । ଉଭୟ ରବୀନ୍ଦ୍ର ଓ ତାଙ୍କ ମା ଅସହ୍ୟ ଯନ୍ତ୍ରଣାରେ ଚିତ୍କାର କରିବାରୁ ଗାଁ ଲୋକ  ଆସି ଆହତ ରବୀନ୍ଦ୍ର ଓ ତାଙ୍କ ମା ଟୁକୁନିକୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ ହେଁ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ସମ୍ପର୍କରେ ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ବନ୍ଦନା ପାତ୍ରଙ୍କ ନିର୍ଦ୍ଦେଶରେ ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା କ୍ଷଣି ଅଭିଯୁକ୍ତ କୌଶଳ କ୍ରମେ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ କାବୁ କରି ନେଇଥିଲେ। ପୋଲିସ ଅଭିଯୁକ୍ତ ଠାରୁ ୩ଟି ଏସିଡ ବୋତଲ, ହ୍ୟାଣ୍ଡ ଗ୍ଲୋବ, ଏକ ବାଲଟି ଓ ଏକ ଷ୍ଟିଲ କଂସା ଏବଂ ଫାର୍ସକୁ ଜବତ କରିଛି।ଗତକାଲି ଅଭିଯୁକ୍ତ ବିଜୟକୁ ପୋଲିସ ଥାନାରେ ଅଟକ ରଖି ଜେରା କରିଥିଲା । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର ଥାନା କେଶ ନଂ ୧୬/୨୦୨୬ରେ ଏକ ମୋକଦମା ରୁଜୁ କରି ଗିରଫ ଅଭିଯୁକ୍ତ ବିଜୟକୁ ଆଜି କୋର୍ଟ ଚାଲାଣ କରିଛନ୍ତି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।

Next Post

ପୁସ୍ତକ ମେଳାରେ ଅକ୍ଷୟ ମହାନ୍ତି ସଙ୍ଗୀତ ସନ୍ଧ୍ୟା , କାଳଜୟୀ ଅକ୍ଷୟ ସଙ୍ଗୀତର ମଧୁ ମୂର୍ଚ୍ଛନାରେ ସଭିଏଁ ଉଲ୍ଲସିତ

Tue Jan 13 , 2026
କେନ୍ଦ୍ରାପଡା ୧୩/୧- ତ୍ରୟବିଂଶ ରାଜ୍ୟ ସ୍ତରୀୟ କେନ୍ଦ୍ରାପଡ଼ା ପୁସ୍ତକ ମେଳାରେ ଓଡିଆ ସଙ୍ଗୀତ ଜଗତର ବେତାଜ୍ ବାଦ୍‌-ଶାହା ଅକ୍ଷୟ ମହାନ୍ତିଙ୍କ ସ୍ମତିରେ ତ୍ରୟବିଂଶ ଚିର ସବୁଜ ଅକ୍ଷୟ ମହାନ୍ତି ସ୍ମୃତି ସଙ୍ଗୀତ ସନ୍ଧ୍ୟା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ମହୀପାଳ ଟେଲିକମ୍ ଗ୍ରାଉଣ୍ଡ୍‌ରେ ମହାସମାରୋହରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। କଳା ନିକେତନ ଏବଂ ରେଡ଼ିଓ ଭାବଗ୍ରାହୀର ପ୍ରତିଷ୍ଠାତା ତଥା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading